ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକ ଙ୍କୁ ମାଡ଼ ଘଟଣା ,ମୁଖ୍ୟ ଅଭିଯୁକ୍ତ ଙ୍କ ବାପାଙ୍କୁ କୋର୍ଟ ଚାଲାଣ

ନୂଆପଡା: ସାମ୍ବାଦିକଙ୍କୁ ମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ବାପାଙ୍କୁ କୋର୍ଟ ଚାଲାଣ । ଘଟଣାରୁ ପ୍ରକାଶ ଯେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ସମ୍ମୁଖରେ ଗତ ମେ ୧୨ ତାରିଖ ରାତ୍ର ଦଶ ଘଣ୍ଟ ୨୦ ମିନିଟ ସମୟରେ ସାମ୍ବାଦିକ ରବିକାନ୍ତ ଠେଲାଙ୍କୁ ପୁଲିସ ସମ୍ମୁଖରେ ୧୫ ରୁ ଅଧିକ ଦୁବୃତ ମାଡ଼ ମାରିଥିଲେ । ଏହାରି ପ୍ରତିବାଦରେ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ତରଫରୁ ଖଡ଼ିଆଳ ଥାନା ଘେରାଉ କରିବା ସହ ଧାରଣା ଦିଆଯାଇଥିଲା । ଏନେଇ ଖଡ଼ିଆଳ ପୁଲିସ ଏକ ମାମଲା ରୁଜୁ କରି କେଶ ନଂ ୧୮୧/୨୨ ରେ ଗତ ମେ ୧୩ ତାରିଖରେ ସାତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସୋମବାର ସେହି ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ତ୍ରିଲୋଚନ ଜଗତ ଫିଜିକ୍ସ ଅଧ୍ୟାପକଙ୍କ ବାପା ରଘୁପତି ଜଗତ (୫୭) ପୁଅକୁ ସୁରକ୍ଷା ଦେଇ ଫେରାର କରିଥିବା ଅଭିଯୋଗରେ ସୋମବାର କୋର୍ଟ ଚାଲାଣ କାରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ । ରଘୁପତି ଜଗତ ଜଣେ ସରକାରୀ କର୍ମଚାରୀ ହୋଇଥିବା ଜଣାପଡିଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣା ଯାଇଛି । ଆଗାମୀ ଦିନରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଖଡ଼ିଆଳ ଏସ୍ଡିପିଓ ସନ୍ତକ ଜେନା ପ୍ରକାଶ କରିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଇସ୍ପାତ ସହରରେ ୩ ଦିନିଆ ଆନ୍ତ ଓଡିଶା କ୍ୟାରୋମ ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

କାଳିଆ ଦର୍ଶନ ନୋହିଲା ! ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ରାଇରଙ୍ଗପୁର ଏଡିଜିଏମଙ୍କ ଦେହାନ୍ତ

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା “ପଦ୍ମାଳୟା”

Sunil Chandra Nayak

Leave a Comment

error: Content is protected !!