ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଳିଗଲା ଆଳୁ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ବାଲେଶ୍ଵର – ଚଳନ୍ତା ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଏବଂ ହେଲପର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଗୁଡିଖାଳ ଛକ ନିକଟରେ । ପଶ୍ଚିମବଙ୍ଗରୁ ବାଲେଶ୍ବର ଅଭିମୁଖେ ଆସୁଥିବା ଏକ ଆଳୁ ବୋଝେଇ ଟ୍ରକରେ ହଠାତ୍ ନିଆଁ ଲାଗି ଯାଇଥିଲା । ଟ୍ରକରେ ନିଆଁ ଲାଗିବା ପରେ ଡ୍ରାଇଭର ଏବଂ ହେଲପର ଟ୍ରକ ଛାଡି ଦୌଡି ପଳାଇ ଯାଇଥିଲେ । ନିମିଶକ ମଧ୍ଯରେ ଟ୍ରକଟି ଜଳିପୋଡି ପାଉଁଶ ହୋଇ ଯାଇଥିଲା, ଖବର ପାଇ ବସ୍ତା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇବା ଜାରି ରଖିଥିଲେ ମଧ୍ଯ ଟ୍ରକ ଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଗିରଫ ର ପ୍ରତିବାଦ ରେ କୋକସରା ବ୍ଲକ ପ୍ରେସ କ୍ଲବ ପକ୍ଷରୁ ଦାବିପତ୍ର ପ୍ରଦାନ

ପୁଲିସ-ମାଓବାଦୀ ଗୁଳି ବିନିମୟ, ମାଓ ସାମଗ୍ରୀ ଜବତ

ଚନ୍ଦ୍ରକଳା ଙ୍କ କବିତା ସନ୍ଧ୍ୟା

Sunil Chandra Nayak

Leave a Comment

error: Content is protected !!