ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଓଡିଶାସ୍ତରରେ ପ୍ରଥମ କରି କେଗାଁ ବନ ବିଭାଗର ମନରେଗା କାମର କାଗଜ ପତ୍ର ଯାଞ୍ଚ କଲେ

ଗୋଳାମୁଣ୍ଡା୧୪/୯/ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଆଜି ଦୁଇଟି କିରାଣୀଙ୍କୁ ନେଇ ବିଡିଓଙ୍କ ଚାରି ଚକିଆ ଗାଡି ଧରି କେଗାଁ ଉତ୍ତର ବନାଞ୍ଚଳ କାର୍ଯ୍ୟାଳୟକୁ ଆସି ମନରେଗା କାମର କାଗଜ ପତ୍ର ଯାଞ୍ଚ କରିଥିବା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଓଡିଶା ସ୍ତରରେ ପ୍ରଥମ କରି ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମନରେଗା କାମର କାଗଜ ପତ୍ର ଯାଞ୍ଚ କରିଥିବାରୁ ଓଡିଶା ରେ ନୂଆ ଇତିହାସ ସୃଷ୍ଟି କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରି କାମକୁ ଅନେକ ପ୍ରଶଂସା କରୁଥିବା ବେଳେ ଅନ୍ୟ ପକ୍ଷରେ ବ୍ଲକ କାର୍ଯ୍ୟାଳୟର ପ୍ରତି ପଞ୍ଚାୟତର ମନରେଗା କାମରେ ଧନୀ ଶ୍ରେଣୀର ଲୋକଙ୍କ ଖାତାରେ ଟଙ୍କା ପଡୁଛି ଏବଂ କେତେକାଂଶରେ ଲେବର ତାଙ୍କର ପାରିଶ୍ରମିକ ମୂଲ୍ୟ ପାଇଁ ପାରି ନାହାନ୍ତି, ଏ ଉପରେ ଯାଞ୍ଚ କରାଗଲେ ଭଲ ହେବ ବୋଲି ସ୍ଥାନୀୟ ଲୋକେ ମତ ବ୍ୟକ୍ତ କରିଛନ୍ତି । ଏ ନେଇ ବନ ବିଭାଗର ଅଧିକାରୀ କେଶବ ମାଝୀଙ୍କୁ ଯାଞ୍ଚ କରିବାକୁ କୌଣସି ଚିଠି ଆସିଛି କି ବୋଲି ପଚାରିବା ପରେ ଗତ ଅଗଷ୍ଟ ମାସରେ ଗୋଳାମୁଣ୍ଡା ବିଡିଓ ଚିଠି କରିଛନ୍ତି । ମନରେଗା କାମ ଯାଞ୍ଚ କରିବାକୁ ଚିଠିରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ନାମ ଉଲ୍ଲେଖ କରାଯାଇଥିବା ଶ୍ରୀ ମାଝୀ କହିଛନ୍ତି । ଅପର ପକ୍ଷରେ ବ୍ଲକ ଅଧ୍ୟକ୍ଷକଙ୍କୁ ମତାମତ ଲୋଡ଼ାଯିବା ପରେ ମନରେଗା କାମର ଯାଞ୍ଚ କରିବାର କଥା ସ୍ଵୀକାର କରିଛନ୍ତି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା,

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଦଶ ଭୁଜା

Sunil Chandra Nayak

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବାସରେ ରାୟଗଡା ଜିଲ୍ଳାପରିଷଦ ସଭାପତି

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!