ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସନ୍ତା ୧୯ରୁ ଆରମ୍ଭ , ଦୁଇ ଦିନିଆ ଅନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ 

ଛତାବେଡା ଡିଏନକେ ଗ୍ରାମରେ ଅନୁଷ୍ଠିତ ହେବ
୧୦ ଗୋଟି ଦଳ ଅଂଶ ଗ୍ରହଣ କରିବେ

ରାଇଘର(ମ ନି ସ )୧୪/୯- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ସର୍ବ ଶ୍ରେଷ୍ଠ ଫୁଟବଲ ଟୁର୍ଣ୍ଣାମେଣ୍ଟ ଛତାବେଡା ଡିଏନକେ ଗ୍ରାମରେ ଲଗାତାର ଭାବେ ୩୧ ବର୍ଷ ଧରି ଆୟୋଜନ ହେଉଥିବା ବେଳେ କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ବନ୍ଦ ରହିଥିଲା l ଦୁଇ ବର୍ଷ ପରେ ଚଳିତ ବର୍ଷ ଏହି ଅନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଛତାବେଡା ଡିଏନକେ ଗ୍ରାମରେ ଆୟୋଜନ ହେଉଥିବା ନେଇ ନିଷ୍ପତି ପରେ ସବୁ ମହଲରେ ଖୁସିର ଲହରି ଖେଳି ଯାଇଛି l ନବରଙ୍ଗପୁର ଜିଲ୍ଲାର ଛତିଶଗଡ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ରାଇଘର ବ୍ଲକରେ ବିଭିନ୍ନ ରାଜ୍ୟର ଖେଳାଳି ଏକଜୁଟ ହୋଇ ଏକ ବିରାଟ ଟୁର୍ଣ୍ଣାମେଣ୍ଟ ଛତାବେଡା ଡିଏନକେ ଗ୍ରାମରେ ଲଗାତାର ଭାବେ ଆୟୋଜିତ ହୋଇ ଆସୁଛି l ୨୦୧୯ ମସିହାରେ ବରଗଡ ଜିଲ୍ଲା ବିଜୟୀ ହୋଇଥିବା ବେଳେ ୨୦୨୦/୨୦୨୧ କରୋନା ମହାମାରୀ ନିମନ୍ତେ ସମ୍ପୁର୍ଣ ବନ୍ଦ ରହିଥିଲା l ଚଳିତ ବର୍ଷ ଆସନ୍ତା ସେପ୍ଟେମ୍ବର ୧୯ ଓ ୨୦ ତାରିଖ ଦୁଇ ଦିନିଆ ଖେଳ ଅନୁଷ୍ଠିତ ହେବ l ଉକ୍ତ ଟୁର୍ଣ୍ଣାମେଣ୍ଟ ରେ କେରଳ, ବାଲାଘାଟ ମଧ୍ୟ ପ୍ରଦେଶ,ବରଗଡ,ନେଜେରିଆନ,ଭବାନିପାଟଣା,ଭଞ୍ଜନଗର,କଳାହାଣ୍ଡି,ସୁନାବେଡା,ବଲାଙ୍ଗିର ଓ ଏସ ଏସ ସାହା ଟିମ୍ ଭଳି ମୋଟ ୧୦ ଟି ଦଳ ଅଂଶ ଗ୍ରହଣ କରିବେ l ବିଜୟୀ ଦଳକୁ ୨୫ହଜାର ଓ ରନର୍ସ ଦଳକୁ ୧୫ ହଜାର ପ୍ରଦାନ କରାଯିବାର ନିଷ୍ପତି ହୋଇଛି l ପ୍ରତି ବର୍ଷ ଭଳି ବିଶ୍ବକର୍ମା ପୂଜା ଅବସରରେ ଏସଏସସାହାଙ୍କ ଉଦ୍ଦେଶ୍ୟରେ ଖେଳ ଆୟୋଜନ ହୋଇ ଆସୁଛି l ଏହି ଖେଳ ଦେଖିବାକୁ ଆଖ ପାଖ ଅଞ୍ଚଳ ସହ ପଡ଼ୋଶୀ ରାଜ୍ୟ ଛତିଶଗଡ ସହ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଦର୍ଶକ ଖେଳ ଦେଖିବାକୁ ଆସନ୍ତି l ଆୟୋଜନ କମିଟି ପକ୍ଷରୁ ଦୁଇ ଦିନିଆ ଖେଳ ନିମନ୍ତେ ଜୋରଦାର ପ୍ରସ୍ତୁତି କରୁଥିବା ଜଣାପଡିଛି l ଅନ୍ୟପଟେ ରାଇଘର ବ୍ଲକର ବିଭିନ୍ନ ପଞ୍ଚାୟତରେ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଥିବା ବେଳେ ଛତାବେଡା ଟୁର୍ଣ୍ଣାମେଣ୍ଟ ଉପରେ ସମସ୍ତଙ୍କର ନଜର l ଆୟୋଜନ କମିଟି ସଦସ୍ୟ ଜୀବନ ସାହା, ନିତାଇ ସାହା,ଗୋପାଳ ସାହା,ସୁବ୍ରତ ସାହା,ସତ୍ୟଜିତ ସାହା ପ୍ରମୁଖ ସଦସ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଆଶା କର୍ମୀଙ୍କ ସମନ୍ୱିତ ରୋଗ ସର୍ଭେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ

Sunil Chandra Nayak

ଇନ୍ଦ୍ରାବତୀ କେନାଲ ତୁରନ୍ତ ମରାମତି ଓ ଚାଷୀଙ୍କୁ ପାଣି ଯୋଗାଣ ନେଇ ସିପିଆଇ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର।

Sunil Chandra Nayak

ଉତ୍କଳ ଗୀତିକବି ସମାଜ ର ବିଂଶତମ ବାର୍ଷିକୋତ୍ସବ ଓ ଜୟଦେବ ଜୟନ୍ତୀ ସମାରୋହ

Leave a Comment

error: Content is protected !!