ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସନ୍ତା ୧୯ରୁ ଆରମ୍ଭ , ଦୁଇ ଦିନିଆ ଅନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ 

ଛତାବେଡା ଡିଏନକେ ଗ୍ରାମରେ ଅନୁଷ୍ଠିତ ହେବ
୧୦ ଗୋଟି ଦଳ ଅଂଶ ଗ୍ରହଣ କରିବେ

ରାଇଘର(ମ ନି ସ )୧୪/୯- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ସର୍ବ ଶ୍ରେଷ୍ଠ ଫୁଟବଲ ଟୁର୍ଣ୍ଣାମେଣ୍ଟ ଛତାବେଡା ଡିଏନକେ ଗ୍ରାମରେ ଲଗାତାର ଭାବେ ୩୧ ବର୍ଷ ଧରି ଆୟୋଜନ ହେଉଥିବା ବେଳେ କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ବନ୍ଦ ରହିଥିଲା l ଦୁଇ ବର୍ଷ ପରେ ଚଳିତ ବର୍ଷ ଏହି ଅନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଛତାବେଡା ଡିଏନକେ ଗ୍ରାମରେ ଆୟୋଜନ ହେଉଥିବା ନେଇ ନିଷ୍ପତି ପରେ ସବୁ ମହଲରେ ଖୁସିର ଲହରି ଖେଳି ଯାଇଛି l ନବରଙ୍ଗପୁର ଜିଲ୍ଲାର ଛତିଶଗଡ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ରାଇଘର ବ୍ଲକରେ ବିଭିନ୍ନ ରାଜ୍ୟର ଖେଳାଳି ଏକଜୁଟ ହୋଇ ଏକ ବିରାଟ ଟୁର୍ଣ୍ଣାମେଣ୍ଟ ଛତାବେଡା ଡିଏନକେ ଗ୍ରାମରେ ଲଗାତାର ଭାବେ ଆୟୋଜିତ ହୋଇ ଆସୁଛି l ୨୦୧୯ ମସିହାରେ ବରଗଡ ଜିଲ୍ଲା ବିଜୟୀ ହୋଇଥିବା ବେଳେ ୨୦୨୦/୨୦୨୧ କରୋନା ମହାମାରୀ ନିମନ୍ତେ ସମ୍ପୁର୍ଣ ବନ୍ଦ ରହିଥିଲା l ଚଳିତ ବର୍ଷ ଆସନ୍ତା ସେପ୍ଟେମ୍ବର ୧୯ ଓ ୨୦ ତାରିଖ ଦୁଇ ଦିନିଆ ଖେଳ ଅନୁଷ୍ଠିତ ହେବ l ଉକ୍ତ ଟୁର୍ଣ୍ଣାମେଣ୍ଟ ରେ କେରଳ, ବାଲାଘାଟ ମଧ୍ୟ ପ୍ରଦେଶ,ବରଗଡ,ନେଜେରିଆନ,ଭବାନିପାଟଣା,ଭଞ୍ଜନଗର,କଳାହାଣ୍ଡି,ସୁନାବେଡା,ବଲାଙ୍ଗିର ଓ ଏସ ଏସ ସାହା ଟିମ୍ ଭଳି ମୋଟ ୧୦ ଟି ଦଳ ଅଂଶ ଗ୍ରହଣ କରିବେ l ବିଜୟୀ ଦଳକୁ ୨୫ହଜାର ଓ ରନର୍ସ ଦଳକୁ ୧୫ ହଜାର ପ୍ରଦାନ କରାଯିବାର ନିଷ୍ପତି ହୋଇଛି l ପ୍ରତି ବର୍ଷ ଭଳି ବିଶ୍ବକର୍ମା ପୂଜା ଅବସରରେ ଏସଏସସାହାଙ୍କ ଉଦ୍ଦେଶ୍ୟରେ ଖେଳ ଆୟୋଜନ ହୋଇ ଆସୁଛି l ଏହି ଖେଳ ଦେଖିବାକୁ ଆଖ ପାଖ ଅଞ୍ଚଳ ସହ ପଡ଼ୋଶୀ ରାଜ୍ୟ ଛତିଶଗଡ ସହ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଦର୍ଶକ ଖେଳ ଦେଖିବାକୁ ଆସନ୍ତି l ଆୟୋଜନ କମିଟି ପକ୍ଷରୁ ଦୁଇ ଦିନିଆ ଖେଳ ନିମନ୍ତେ ଜୋରଦାର ପ୍ରସ୍ତୁତି କରୁଥିବା ଜଣାପଡିଛି l ଅନ୍ୟପଟେ ରାଇଘର ବ୍ଲକର ବିଭିନ୍ନ ପଞ୍ଚାୟତରେ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଥିବା ବେଳେ ଛତାବେଡା ଟୁର୍ଣ୍ଣାମେଣ୍ଟ ଉପରେ ସମସ୍ତଙ୍କର ନଜର l ଆୟୋଜନ କମିଟି ସଦସ୍ୟ ଜୀବନ ସାହା, ନିତାଇ ସାହା,ଗୋପାଳ ସାହା,ସୁବ୍ରତ ସାହା,ସତ୍ୟଜିତ ସାହା ପ୍ରମୁଖ ସଦସ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବିରେ ବିଇଓଙ୍କୁ ଦାବିପତ୍ର

Sunil Chandra Nayak

ଜୟପାଟଣାରେ ଭାରତ ବନ୍ଦ ସମର୍ଥନ, ଦୋକାନ ବଜାର ସହ ଯାନବାହାନ ଚଳାଚଳ ପ୍ରଭାବିତ

ବାସନ୍ତୀ ପରିଷଦ ପଡିଆକୁ ସଂକୁଚିତ କରିବା ପାଇଁ ଉଦ୍ୟମକୁ ନେଇ ଉଦବେଗ

Sunil Chandra Nayak

Leave a Comment

error: Content is protected !!