ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଜୀବନ ପରୀକ୍ଷା ସଂଗ୍ରାମ କରୁଛି
    ବଞ୍ଚିବାକୁ ଧରି ରାହା
କଷଟି ପଥର ବାରମ୍ବାର ଚେକ୍
    ଠିକ୍ ହୁଏ ସେ ସୁନା।
ଜଳ ସ୍ଥଳ ନଭ ସଂର୍ଘଷ କରୁଛି
   ବିପଦ ନଆସୁ ମୋତେ
ଦଶ ଦିଗ ଧରି ଚାହିଁ ବସିଅଛି
    ପ୍ରଭୁ ସାହା ଜଗନ୍ନାଥେ।
ଏମିତି ବେଳରେ ଚୁପଚାପ୍ ବସି
    ଦେଖନ୍ତି ସରବ ନୀତି
ସର୍ବ କାମ ସବୁ ଭଲରେ ଚାଲିଛି
    ପ୍ରଭୁଙ୍କ ରଖୁଛି ଭକ୍ତି।
ବିଶ୍ରାମ ବେଳରେ ହରିରାମ କହି
    ଶାନ୍ତିର କରୁଛି ସ୍ତୁତି
ରାତ୍ର କାଳ ଠାରୁ ସୂରୁଯ ଉଦୟ
   ପ୍ରଭୁ ନାମ ମୋର ଭକ୍ତି।
ସପନେ ଆସୁଛ ନିଦ୍ରାରେ କହୁଛ
    ଭଲମନ୍ଦ ନୀତି ବାଣୀ
ସକାଳୁ ଉଠିଲେ ମନ ପଡିଯାଏ
   ପ୍ରଭୁଙ୍କ ସ୍ବପ୍ନ କାହାଣୀ।
ଖୋଲି କହି ଦେଲେ ପ୍ରଭୁଙ୍କ ଯା କଥା
   ମନକୁ ପ୍ରଫୁଲ୍ଲ କରେ
ଗତ ରାତି ସ୍ବପ୍ନ ପ୍ରମାଣ କରିଛି
   ଜୀବନ ତୃପ୍ତି ମଧୁରେ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଏସବିଆଇ ଲାଇଫ ଇନସୁରାନ୍ସ ର ଲାଇଫ ମିତ୍ର ମହା ଭେଟଘାଟ

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:–୪

Sunil Chandra Nayak

ଜଣା ଅଜଣା… “ଲାଉଡ଼ ସ୍ପିକର”

Leave a Comment

error: Content is protected !!