ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାଳ୍ପିକା ମଞ୍ଜୁଳା ରଥଙ୍କ ଗଳ୍ପ ସଂକଳନ ସ୍ମୃତିର ବେଳାଭୂମିରୁ ଉନ୍ମୋଚିତ

ରାଉରକେଲା/ ଶିକ୍ଷାବିତ୍ ତଥା ଗାଳ୍ପିକା ମଞ୍ଜୁଳା ରଥଙ୍କ ଅଷ୍ଟମ ଗଳ୍ପ ସଂକଳନ ‘ ସ୍ମୃତିର ବେଳାଭୂମିରୁ ‘ ସେକ୍ଟର ୭ସ୍ଥିତ ଇସ୍ପାତ ସାହିତ୍ୟ ସଂସଦଠାରେ ଉନ୍ମୋଚିତ ହୋଇ ଯାଇଛି। ସଂସଦର ସଭାପତି ତ୍ରିଲୋଚନ ମଥାନଙ୍କ ସଭାପତି ତ୍ବ ଓ ସାଧାରଣ ସଂପାଦକ ନୃସିଂହ ଚରଣ ବିଶ୍ବାଳଙ୍କ ଆବାହକତ୍ବ ତଥା ସଂଯୋଜନାରେ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ମୁଖ୍ୟଅତିଥି, କବି ରାଜୀବ ପାଣି ମୁଖ୍ୟବକ୍ତା ତଥା ପୁସ୍ତକର ସମୀକ୍ଷକ ଓ ସମ୍ମାନିତ ଅତିଥି ଭାବେ ରଶ୍ମିବାଳା ରାଉତରାୟ ପ୍ରମୁଖ ଯୋଗଦେଇଥିଲେ। ପୁସ୍ତକକୁ ସମୀକ୍ଷା କରି ସମୀକ୍ଷକ ଶ୍ରୀ ପାଣି କହିଲେଯେ ଗଳ୍ପ ଗୁଡିକରେ ସାମାଜିକ ପ୍ରତିବଦ୍ଧତା ଓ ଅଙ୍ଗେନିଭା କଥାକୁ ଗାଳ୍ପିକା ଅତି ସୁନ୍ଦର ଭାବେ ଚିତ୍ରଣ କରିଥିବାରୁ ତାହା ପାଠକୀୟ ଆଦୃତି ଲାଭ କରିବ। ଏହା ସହ ଦମ୍ପତିଙ୍କ ମଧ୍ୟରେ ଥିବା ପରସ୍ପର ମଧ୍ୟରେ ବିଶ୍ବାସ,ଭଲପାଇବା ଓ ଅନାବିଳ ପ୍ରେମର ନିଛକ ଚିତ୍ରଣ ଗଳ୍ପଗୁଡିକୁ ଗତିଶୀଳ କରାଇଛି ବୋଲି ମତ ରଖିଥିଲେ। ମୁଖ୍ୟ ଅତିଥି ଶ୍ରୀ ଚାଟାର୍ଜୀ କହିଲେ ଯେ ଲେଖକ ମାନେ ସାମାଜିକ ପ୍ରତିବଦ୍ଧତା ନେଇ ଲେଖିଲେ ତାହା ପାଠକୀୟ ଆଦୃତି ଲାଭ କରିବ। ସେଥିପାଇଁ ଲେଖକ ମାନେ ସମାଜର ଚିତ୍ରକୁ ସଠିକଭାବେ ରୂପାୟନ କରିବା ଦରକାର। ସମ୍ମାନିତ ଅତିଥି ଶ୍ରୀମତୀ ରାଉତରାୟ ପୁସ୍ତକଟି ପାଠକ ମହଲରେ ଆଦୃତି ଲାଭ କରିବ ବୋଲି ଆଶା ବ୍ୟକ୍ତ କରିଥିଲେ। ଲେଖିକା ଶ୍ରୀମତୀ ରଥ ନିଜ ପୁସ୍ତକ ସଂପର୍କରେ କହିବାସହ ଏହାର ଶ୍ରେୟ ପରିବାର ବର୍ଗକୁ ଦେଇଥିଲେ। କବି ପ୍ରକାଶ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ସଂସଦର ଉପସଭାପତି ଖଗେନ୍ଦ୍ର ବେହେରାଙ୍କ ସଭାପତିତ୍ବ ଓ ଗୌତମ ଦାସ ତଥା ସୁମିତ୍ରା ବାରିକଙ୍କ ସଂଯୋଜନାରେ ସହରର ବହୁ କବି ସ୍ବରଚିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସହରର ବହୁ ସାହିତ୍ୟିକ, କବି,ଗାଳ୍ପିକ, ସମାଲୋଚକ,ଶିକ୍ଷାବିତ୍ ଓ ଶ୍ରୀମତୀ ରଥଙ୍କ ପରିବାର ବର୍ଗ ଯୋଗଦେଇଥିବା ବେଳେ ବ୍ୟଙ୍ଗକବି ବ୍ରଜବିହାରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଶିକ୍ଷକ ଙ୍କୁ ଡେପୁଟେସନ ହେବା ଦ୍ଵାରା ଗ୍ରାମବାସୀଙ୍କ ଅସନ୍ତୋଷ

Sunil Chandra Nayak

ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଚିଲିଗୁଡା ନୀଳମାଧଵ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଚିତ୍ର।ଙ୍କନ ,ହସ୍ତାକ୍ଷର ,ଭାଷା ଜ୍ଞାନ ଓ ପ୍ରବନ୍ଦ ପ୍ରତିଯୋଗୀତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!