ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧାନ ଖଳାରେ ନିଆଁ ଲାଗି ଜଳିଗଲା ଧାନ ସହ ପାଲ ଗଦା

କୋକସରା,୨୪/୧୧- ( ମ ନି ସ)  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଗ୍ରାମର ହର ନାଗ ନାମକ ଜଣେ ନାମମାତ୍ର ଚାଷିଙ୍କ ଖଳାରେ ଥିବା ଧାନଭରା ସହ ପାଲ ଗଦାରେ କୌଣସି କାରଣ ବଶତଃ ଗୁରୁବାର ଦିନ ପ୍ରାୟ ୧୧ ଟା ସମୟରେ ନିଆଁ ଲାଗିଯିବାରୁ ଏହି ସମୟରେ ଚାଷ କାର୍ଯ୍ୟରେ ନିୟୋଜିତ ଥିବା କିଛି ଚାଷି ମାନେ ସ୍ଥାନୀୟ କୋକସରା ଦମକଲ କର୍ମଚାରୀଙ୍କୁ ଖବର ଦେବାପରେ ଦମକଳ ଅଧିକାରୀ ଅନନ୍ତ କୁମାର ପଟେଲ ତ୍ୱରିତ ପଦକ୍ଷେପ ନେଇ ଘଟଣା ସ୍ଥଳରେ ପହଞ୍ଚି କର୍ମଚାରୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଛନ୍ତି। ପ୍ରାୟ ୨ ଘଣ୍ଟା ପରେ ନିଆଁ ଆୟତ୍ତ ହୋଇଥିଲା । ତେବେ ନିଆଁରେ ଚାଷି ହର ନାଗ ୨ ଏକଡ଼ ଚାଷ ଜମିର ଭରା ଧାନ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି। ସେଜଣେ ଗରିବ ଶ୍ରେଣୀର ଚାଷି ହୋଇଥିବା ବେଳେ ସରକାର ଦୃଷ୍ଟିରେ ରଖି କ୍ଷତିପୂରଣ ଦେବାପାଇଁ ଦାବି କରିଛନ୍ତି।

Related posts

ଦେବାଶିଷ ମିଶ୍ର ଙ୍କ କବିତା ପରୀଟିଏ

ବାମନଘାଟି ଉପଖଣ୍ଡରେ ଖବର କାଗଜ ବିତରକ ମାନଙ୍କୁ ପରିଚୟ ପତ୍ର ବଣ୍ଟନକଲେ ଜିଲ୍ଲା ସଂରଚନା ଓ ଲୋକସମ୍ପର୍କ ଅଧିକାରୀ

ଶ୍ରୀ ଉମାକାନ୍ତ ଦାସ ଙ୍କ କବିତା ପୂଜିବି ଚରଣ

Sunil Chandra Nayak

Leave a Comment

error: Content is protected !!