ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ଆନନ୍ଦରେ ଭରା

ସକାଳର ଜଣାଣ

ଆନନ୍ଦରେ ଭରା

 ବିଜୟ କୁମାର ଜେନା

ମୁକ୍ତ ଆକାଶକୁ ଥରେ ଦେଖି ନିଅ
     ଚଢ଼େଇ ଗାଉଛି ଗୀତ 
ପାହାଡି ଝରଣା କୁଳୁ କୁଳୁ ହୋଇ 
    ଗାଏ ସୁନ୍ଦର ସଙ୍ଗୀତ।
ମଣିଷ ଜୀବନ ସଙ୍ଗୀତରେ ଗଢା
     ଆନନ୍ଦ ବିଷାଦ ମିଶା
ପରମ ଇଶ୍ଵର କୃପା କରିଛନ୍ତି
    ଦେଇଛନ୍ତି ରାଗ ରୁଷା।
କେହି ଜଣେ ଖାଲି ସୁଖରେ ବଞ୍ଚିନି
  ଦୁଃଖ ଆସେ ବେଳେ ବେଳେ 
ଜୀବନ ପାଇଁକି ଉଭୟ ଯେ ଲୋଡା
     ସ୍ଥିର ନୁହେଁ ରସା ତଳେ।
କାହିଁକି ଭାବିବା ମଣିଷ ଜୀବନ
     ନିରାଶର ଖାଲି ବାଲି
ଜୀବନ ଜିଇଁଲେ ଆନନ୍ଦ ଭାରଇ
     ଇଶ୍ଵର ଙ୍କ ଦାନ ବୋଲି।
ଜନ୍ମ ନେଇ ଅଛୁ ତାଙ୍କରି ପାଇଁକି
    ତାଙ୍କ ଚିନ୍ତା କାମ ପାଇଁ
କାମ ସରି ଗଲେ ନିଅନ୍ତି ପାଖକୁ
      କାଳିଆ ଜଗତ ସାଇଁ।
ଯେତିକି ସମୟ ବଞ୍ଚିବା ମହୀରେ 
      ଆନନ୍ଦରେ କାଟି ଦିନ
ମଣିଷ ଜୀବନ ହେବ ରସାଣିତ
   ଏକଥାକୁ ଦିଅ ଧ୍ୟାନ।
  ଅବସର ପ୍ରାପ୍ତ ପ୍ରାଧ୍ୟାପକ
ଶାମୁକା ସାହି ରଣପୁର ନୟାଗଡ଼

Related posts

ବିକାଶ ପଥରେ ଖଇରା-ସିମୁଳିଆ ନିର୍ବାଚନ ମଣ୍ଡଳୀ, ମଙ୍ଗ ଧରିଛନ୍ତି ବିଧାୟକ

Sunil Chandra Nayak

ବେହେରା ରେ ମହିଳା ସଚେତନ କାର୍ଯ୍ୟକ୍ରମ

Sunil Chandra Nayak

ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଅର୍ଚ୍ଚନା ନାଗ କେଳେ ଙ୍କ।ରି, ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ରେ ସଂପୃକ୍ତ ବିଜେଡି ନେତାଙ୍କୁ ତଦନ୍ତ ପରିସର ଭୁକ୍ତ ନେଇ ଦାବିପତ୍ର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!