Uncategorizedସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ହରି ନାମ by Sunil Chandra NayakNovember 25, 20220184 Share0 ହରି ନାମ ହରି ନାମ ଯିଏ ତୁଣ୍ଡରେ ଧରିବ ପାପତ ଛୁଇଁ ବ ନାହିଁ ହରି ନାମ ନିତି ଜପ କରୁଥିବି ହରିଙ୍କ ଦର୍ଶନ ପାଇଁ ହରି ନାମ ଯିଏ ……………୧ ଜୀଇଥିବା ବେଳେ ହରି ନାମ ଜପ ମରଣରେ ହରି ନାମ ନରକ ଭୋଗରୁ ମୁକ୍ତି ମିଳିଯିବ ଜପୁଥିଲେ ହରି ନାମ ଗଙ୍ଗା ଜଳପରି ପବିତ୍ର ସେ ନାମ ହୃଦୟକୁ ଦିଏ ଧୋଇ ହରି ନାମ ଯିଏ ……………୨ ଜଗତର ନାଥ ଜଗତ ଠାକୁର ହରି ନାମେ ପୂଜା ପାଏ ସଂସାର ଦୁଃଖ କୁ ହରଣ କରି ସେ ସବୁ ସୁଖ ବାଣ୍ଟିଦିଏ ଭକ୍ତିର ସହିତ ହରି ନାମ ଜପ ସ୍ବର୍ଗଧାମ ଯିବା ପାଇଁ ହରି ନାମ ଯିଏ ତୁଣ୍ଡରେ ଧରିବ ପାପତ ଛୁଇଁ ବ ନାହିଁ …………. ୩ ସତ୍ୟରଞ୍ଜନ ସ୍ୱାଇଁ ଅବଦଲପୁର, ଯାଜପୁର