ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ହରି ନାମ 

   ହରି ନାମ 

ହରି ନାମ ଯିଏ ତୁଣ୍ଡରେ ଧରିବ
ପାପତ ଛୁଇଁ ବ ନାହିଁ 
ହରି ନାମ ନିତି ଜପ କରୁଥିବି 
ହରିଙ୍କ ଦର୍ଶନ ପାଇଁ
ହରି ନାମ ଯିଏ ……………୧ 
ଜୀଇଥିବା ବେଳେ  ହରି ନାମ ଜପ
ମରଣରେ ହରି ନାମ
ନରକ ଭୋଗରୁ ମୁକ୍ତି ମିଳିଯିବ
ଜପୁଥିଲେ ହରି ନାମ
ଗଙ୍ଗା ଜଳପରି ପବିତ୍ର ସେ ନାମ
ହୃଦୟକୁ ଦିଏ ଧୋଇ 
ହରି ନାମ ଯିଏ ……………୨ 
ଜଗତର ନାଥ ଜଗତ ଠାକୁର
ହରି ନାମେ ପୂଜା ପାଏ
ସଂସାର ଦୁଃଖ କୁ ହରଣ କରି ସେ
ସବୁ ସୁଖ ବାଣ୍ଟିଦିଏ
ଭକ୍ତିର ସହିତ  ହରି ନାମ ଜପ
ସ୍ବର୍ଗଧାମ ଯିବା ପାଇଁ 
ହରି ନାମ ଯିଏ ତୁଣ୍ଡରେ ଧରିବ
ପାପତ ଛୁଇଁ ବ ନାହିଁ …………. ୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ତୀର୍ଯ୍ୟକ

Sunil Chandra Nayak

ଲଗାଣ ବର୍ଷାରେ ରାଜକୁମାରଙ୍କ ଘର ଭାଙ୍ଗିଲା,ଅଳ୍ପେକ ବର୍ତିଲେ ପରିବାର

Sunil Chandra Nayak

ଗଞ୍ଜାମର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ନୂଆ ରେକର୍ଡ଼

Sunil Chandra Nayak

Leave a Comment

error: Content is protected !!