ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ବ୍ଳକର ଅଧ୍ଯକ୍ଷ ଭାବରେ ଦୟାନିଧି ମାଝୀ ନିର୍ବାଚିତ

ଥୁଆମୂଳ ରାମପୁର:୧୨/୩- ମ.ନି.ସ:- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ।ଏହି ବ୍ଳକରେ ୨୪ ଗୋଟି ଗ୍ରାମପଞ୍ଚାୟତ ରହିଅଛି। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳା ଭାବରେ ଶେଷ ହୋଇଥିବା ବେଳେ ନାଏବ ସରପଞ୍ଚ ନିର୍ବାଚନ ଗତ ୧୧ ତାରିଖରେ ଶେଷ ହୋଇଥିଲା। ବିଜୟୀ ସମିତି ସଭ୍ଯଙ୍କର ଉପରେ ଅଧ୍ଯକ୍ଷ ପଦ ପାଇଁ ନିର୍ଭର ରହିଥିଲା। ଏନେଇ ବ୍ଳକ୍ ଅଧ୍ଯକ୍ଷ ନିର୍ବାଚନ ଦିନକୁ ଅପେକ୍ଷା କରାଯାଇଥିଲା। ତେବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ସମିତି ସଭ୍ଯ ପ୍ରାର୍ଥୀନୀ ଭାବରେ ସିନ୍ଧିପଦର ଗ୍ରାମପଞ୍ଚାୟତରେ ନିଦ୍ବର୍ନ୍ଦରେ ନିର୍ବାଚିତ ହୋଇଥିଲେ ଦୌପଦୀ ମାଝୀ ଓ ବିଜେଡି ଦଳର ସମର୍ଥନରେ ତଲଆମପଦର ଗ୍ରାମପାୟତରେ ନିଦ୍ବର୍ନ୍ଦରେ ନିର୍ବାଚିତ ହୋଇଥିବା ଦୟାନିଧି ମାଝୀ ଙ୍କ ମଧ୍ୟରେ ଅଧ୍ଯକ୍ଷ ପଦରେ ପ୍ରତିଦ୍ବନ୍ଦିତା କରିବା ନେଇ ବହୁ ଆଶା ଓ ଆଶଙ୍କା ରହିଥିଲା। ହେଲେ ଉଭୟଙ୍କ ମଧ୍ୟରେ ଥିବା ନିଜନିଜର ସମର୍ଥନ କାରୀ ସମିତି ସଭ୍ଯଙ୍କ ସହ ଅଜ୍ଞାତ୍ ବାସରେ ରହିଥିଲେ। ଅଧ୍ଯକ୍ଷ ନିର୍ବାଚନର ଶେଷ ଦିବସ ଯଥା ୧୨/୩ ତାରିଖ ଦିନ ବ୍ଳକ କର୍ଯ୍ଯାଳୟକୁ ପହଞ୍ଚି ସମିତି ସଭ୍ଯ ମାନେ ନିଜ ନିଜର ସମର୍ଥନ କାରୀ ପ୍ରାର୍ଥୀଙ୍କୁ ଭୋଟ ପ୍ରଦାନ କରିଥିଲେ। ଏହି ଅଧ୍ଯକ୍ଷ ପଦ ହାସଲ କରିବା ପାଇଁ ବିଜେଡିରୁ ପ୍ରାର୍ଥୀ ଭାବରେ ଦୟାନିଧି ମାଝୀ ଓ କଂଗ୍ରେସ ରୁ ପ୍ରାର୍ଥୀନୀ ଦୌପଦୀ ମାଝୀ ଲକ୍ଷ୍ୟ ରଖିଥିଲେ। ତେବେ ଅଧ୍ଯକ୍ଷ ନିର୍ବାଚନ ଅନ୍ତିମ ଦିନରେ ଦୟାନିଧି ମାଝୀ ଙ୍କୁ ଅଧ୍ଯକ୍ଷ ପଦରେ ସମର୍ଥନ କାରୀ ସମିତି ସଭ୍ଯ ମାନେ ଭୋଟ ଦେଇ ବିଜୟୀ କରିଥିବା ଜଣାପଡିଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଜଗତ୍ ଜନନୀ ମା ଗଜଲକ୍ଷ୍ମୀ ପୂଜା ଅବସର ରେ ଜନ ମଂଗଳ ର ଜନ କଲ୍ୟାଣକାରି କାର୍ଯକ୍ରମ

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା ଜୟ ଜଗନ୍ନାଥ

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଏଇମିତି ବର୍ଷାରାତି

Sunil Chandra Nayak

Leave a Comment

error: Content is protected !!