ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସବୁ କଳ୍ପନା ଜଳ୍ପନାର ହେଲା ଅନ୍ତ , ନର୍ଲାବ୍ଲକ ଅଧ୍ୟକ୍ଷା ଭାବରେ ପୁଣି ନିର୍ବାଚିତ ହେଲେ ମନୋରମା ମହାନ୍ତି

୨୦୧୭ ନିର୍ବାଚନରେ ମଧ୍ୟ ଅଧ୍ୟକ୍ଷା ଭାବରେ ହୋଇଥିଲେ ନିର୍ବାଚିତ

ରୁପ୍ରା,  – କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ହେଉଛି ଜିଲ୍ଲାର ଏକ ଗୁରୁତ୍ୱପୁର୍ଣ୍ଣ ବ୍ଲକ୍ ଅଟେ । ଏହି ବ୍ଲକ୍ ଅଧିନରେ ୨୬ ଟି ଗ୍ରାମ ପଞ୍ଚାୟତ ରହିଛି । ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ନର୍ଲା ବ୍ଲକରେ ନିର୍ବାଚନ ଅଧିକାରୀ ତଥା ନର୍ଲା ବିଡିଓ ମାନସ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହେବାସହ ନବ ନିର୍ବାଚିତ ୱାର୍ଡ୍ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ନାମ ମଧ୍ୟ ଘୋଷଣା ହୋଇସାରିଛି । ଶୁକ୍ରବାର ନାଏବ ସରପଞ୍ଚ ଭୋଟ୍ ମଧ୍ୟ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଯାଇଛି ।

ଆଜି ନର୍ଲା ବ୍ଲକରେ ଅଧ୍ୟକ୍ଷା ପଦବୀକୁ ନେଇ ଉତ୍କଣ୍ଠା ଦେଖାଦେଇଥିବା ବେଳେ ଏହି ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି, ଏଣୁ ଏହି ରେସ୍ ରେ ବିଜେଡି ସମର୍ଥିତ ତଥା ବର୍ତ୍ତମାନର ନର୍ଲାବ୍ଲକ ଉପାଧ୍ୟକ୍ଷ ଥିବା ଦୁର୍ଗା ପ୍ରସାଦ ମହାନ୍ତିଙ୍କ ପତ୍ନୀ ତଥା ବର୍ତ୍ତମାନର ଅଧ୍ୟକ୍ଷା ମନୋରମା ମହାନ୍ତି ପ୍ରମୁଖ ଦାବେଦାର୍ ଥିଲେ, ତାଙ୍କ ପ୍ରତିଦ୍ୱନ୍ଦୀ ଭାବରେ ବିଜେପି ସମର୍ଥିତ ମନ୍ମୟ ଚାନ୍ଦଙ୍କ ପତ୍ନୀ ସୀମନ୍ତିକା ଚାନ୍ଦ ରହିଥିଲେ । ନର୍ଲାବ୍ଲକର ମୋଟ୍ ୨୬ ଟି ସମିତି ସଦସ୍ୟଙ୍କ ମଧ୍ୟରୁ ଶ୍ରୀମତି ମହାନ୍ତି ୧୮ ଖଣ୍ଡ ଭୋଟ୍ ପାଇ ପୁଣିଥରେ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦି ଭାବରେ ଶ୍ରୀମତି ଚାନ୍ଦ ୮ ଖଣ୍ଡ ଭୋଟ୍ ପାଇ ପରାଜିତ ହୋଇଛନ୍ତି । ଶ୍ରୀମତି ମହାନ୍ତି କର୍ମେଗାଁ ଗ୍ରାମ ପଞ୍ଚାୟତରୁ ସମିତି ସଭ୍ୟା ଭାବରେ ଚଳିତ ନିର୍ବାଚନରେ ବିଜୟୀ ଘୋଷିତ ହୋଇଥିଲେ ।

ନିର୍ବାଚନ ପରଠାରୁ ଅଗ୍ୟାଁତବାସରେ ସମସ୍ତ ନିର୍ବାଚିତ ସମିତି ସଭ୍ୟ ମାନଙ୍କୁ ଅଧ୍ୟକ୍ଷା ପଦବୀ ପାଇଁ ଆଶାୟୀ ଥିବା ଦୁଇ ପ୍ରତିଦ୍ୱନ୍ଦୀ ରଖିଥିଲେ, ତେବେ ଆଜି ସକାଳୁ କଡା ସୁରକ୍ଷା ବଳୟ ମଧ୍ୟରେ ଅଗ୍ୟାଁତବାସରୁ ସମସ୍ତ ନିର୍ବାଚିତ ସମିତି ସଭ୍ୟସଭ୍ୟା ମାନେ ବ୍ଲକ ପରିସରକୁ ଆସିଥିଲେ । ଅଧ୍ୟକ୍ଷା ନିର୍ବାଚନ ପରିଚାଳନା ପାଇଁ ପ୍ରିଜାଇଡିଂ ଅଫିସର୍ ଭାବରେ ସଦର୍ ବିଡିଓ ବିନାୟକ ଭୋଇ ଓ ନର୍ଲା ଜିପିଇଓ କ୍ଷୀତିଶ ଚନ୍ଦ୍ର ନାଏକ ନିର୍ଦ୍ଧାରିତ ସମୟ ଅନୁଯାୟୀ ନିର୍ବାଚନ ପରିଚାଳନା କରିଥିଲେ । ଅପରାହ୍ନ ୩.୩୦ ଘଣ୍ଟାରେ ଭୋଟ୍ ଗଣତି କରାଯାଇଥିଲା ।

ନର୍ଲାବ୍ଲକର ଅଧ୍ୟକ୍ଷା ଭାବରେ ପୁଣି ବିଜୟୀ ହେବାସହ ନିଜ ପ୍ରତିକ୍ରିୟାରେ ଶ୍ରୀମତି ମହାନ୍ତି ପ୍ରଥମେ ସମସ୍ତ ଜନସାଧାରଣଙ୍କୁ ନିଜର କୃତଗ୍ୟଁତା ଜଣାଇବା ସହ ଆଗାମୀ ପାଞ୍ଚବର୍ଷ ପାଇଁ ପୁଣିଥରେ ଜନସାଧାରଣଙ୍କ ସେବା କରିବାର ସୂଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେକରୁଥିବା କହିଛନ୍ତି ।  ରୁପ୍ର। ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ।

 

Related posts

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ମାଆର ମମତା

ଶିକ୍ଷା ହିଁ ଆଲୋକ,ଆତ୍ମନିର୍ଭରଶୀଳ ନହେଲେ ଭାଷା ବଂଚାଇବା ଅସମ୍ଭବ

ଅନ୍ନପୂର୍ଣା ସାହୁ ଙ୍କ କବିତା ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!