ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖାଇବା ତେଲର କୁତ୍ରିମ ମାହାଙ୍ଗା, ଖାଉଟି ହନ୍ତସନ୍ତ , ଯୋଗାଣ ବିଭାଗ ଚୁପ୍

ଜୁନାଗଡ଼,  କଳାହାଣ୍ଡି ଜିଲ୍ଲା ଜୁନାଗଡ ସହରରେ ଖାଇବା ତେଲର କୁତ୍ରିମ ମହଙ୍ଗା ଡେଖା ଦେଇଛି ଫଳରେ ଖାଉଟି ହନ୍ତସନ୍ତ ହେଉଛନ୍ତି ,ଏପଟେ ଯୋଗାଣ ବିଭାଗ କୌଣସି ପଦକ୍ଷେପ ନେଉ ନ ଥିବାରୁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।କିଛି ଦିନ ହେଲା ଖାଇବା ତେଲ ମାହାଙ୍ଗା ହେବ। ରେ ଲାଗିଛି।ବର୍ତମାନ ରିଫାଇନ ତେଲ ସର୍ବାଧିକ ବିକ୍ରି ମୂଲ୍ୟ ୧୩୨ ଟଙ୍କା ଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ୧୮୦ ରୁ ୧୯୦ ଟଙ୍କାା ରେ  ବିକ୍ରି କରୁଥିବା ଦେଖିବାକୁ ମିଳୁଛି l କିଛି ରିଫାଇନ ତେଲ ବଜାରରେ ୧୪୦ ରୁ ୧୪୫ ଟଙ୍କା ବିକ୍ରି ହଉ ଥିବା ବେଳେ ବର୍ତ୍ତମାନ ଯୁଦ୍ଧ ର ଆଳ ଦେଖାଇ ଅସାଧୁ ବ୍ୟବସାୟୀ ବହୁ ମୂଲ୍ୟ ରେ ବିକ୍ରି କରି ମାଲାମାଲ ହଉଛନ୍ତି lସୂଚନା ମୁତାବକ କିଛି ଅସାଧୁ ବ୍ୟବସାୟୀ ବଜାର୍ ତେଲ ର କୂତ୍ରିମ ଅଭାବ ସ୍ରୁଷ୍ଟି କରୁଛନ୍ତି l ଯାହା ଫଳ ରେ ଖାଉଟି ବାଧ୍ୟ ହୋଇ ଅଧିକ ଦର ରେ କିଣୁଛନ୍ତି l ଅସାଧୁ ବ୍ୟବସାୟୀ ଲାଭବାନ୍ ହେଉଛନ୍ତି।ଜୁନାଗଡ଼ ସହରରେ ପ୍ରାୟ ୪ ରୁ ଅଧିକ ହୋଲସେଲ ଡିପୋ ରହିଛି।ଯୋଗାଣ ବିଭାଗ ଧର୍ମ କୁ ଆଖିଠାର ଭଳି କେବେ କୋଣସି କଳାବଜାରୀ ଙ୍କୁ ଚଢାଉ କରୁ ଥିବା ଦେଖିବାକୁ ମିଲୁନି l ଯୋଗାଣ ବିଭାଗ ଏବ୍ଂ ଅସାଧୁ ଲାଭ ଖୋର ବ୍ୟବସାୟୀ ଙ୍କ ମଧ୍ୟ ରେ କିଛି ଭିତିରି ସଲା ସୁତରା ହୋଇଥିବ ସନ୍ଦେହ ସାମ୍ନାକୁ ଆସିଛି। ମାର୍କେଟିଙ୍ଗ ଦାୟିତ୍ୱରେ ଥିବା ଅଧିକାରିଙ୍କୁ ଏଥିନେଇ ଯୋଗାଯୋଗ କରାଯିବାରୁ ତାଙ୍କ ସହିତ ସମ୍ପର୍କ ହୋଇପାରିନ ଥିଲା ,ଏଣୁ ଯୋଗାଣ ବିଭାଗ ଏଥିପ୍ରତି ଯତ୍ନବାନ ହେବା ଜରୁରୀ ହୋଇ ପଡିଛି। ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ବିକାଶ ବାର୍ଷିକୋତ୍ସବ ହାରଭଷ୍ଟ – ୨୦୨୨ – ୨୩

Sunil Chandra Nayak

କୁନ୍ଦେଇ ଅଞ୍ଚଳରେ ମାଓ ପୋଷ୍ଟର 

Sunil Chandra Nayak

ରାଜ୍ୟ ସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ରେ ନବରଙ୍ଗପୁର ପ୍ରତିଯୋଗୀ ଙ୍କୁ ମିଳିଲା ସ୍ଵର୍ଣ୍ଣ

Sunil Chandra Nayak

Leave a Comment

error: Content is protected !!