ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ସମାଧାନ ଶିବିର

ଜୟପାଟଣା:୩୧/୧୦/ କାଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେସା ରେଡ୍ଡୀ ଦାୟିତ୍ୱ ନେଲାପରେ ଦ୍ବିତୀୟଥର ଜୟପାଟଣା ବ୍ଳକରେ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିରରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଳାହାଣ୍ଡି ପ୍ରୋଜେକ୍ଟ ଡ଼ାଇରେକ୍ଟର ସଚିନ ପାୱାର,ଅତିରିକ୍ତ ଜିଲ୍ଲାପାଳ ବେଦ ଭୂଷଣ, ଏଡିଏମ ଶୁଶାନ୍ତ ପଟେଲ,ତହସିଲଦାର ଶୁଭଦ୍ରା ମଣ୍ଡିକା ,  ଗୋଷ୍ଠି ଉନ୍ନୟନ ଅଧିକାରୀ ସ୍ନିଗ୍ଧାରାଣୀ ପ୍ରଧାନ,ବ୍ଲକ ଅଧ୍ୟକ୍ଷ ଥବିର ବାଗ,ଉପାଧ୍ୟକ୍ଷ ଜାନକୀ ବାଣୁଆ ପ୍ରମୁଖ ମେଞ୍ଚାସିନ ଥିଲେ । ଶିବିରରେ ଜିଲ୍ଲାର ଅନ୍ୟାନ୍ୟ ବର୍ଗର ସମସ୍ତ ବିଭାଗୀୟ ପଦାଧିକାରୀ ଯୋଗଦେଇ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ । ସ୍ଥାନୀୟ ପଞ୍ଚାୟତ ସମିତି ଅଧ୍ୟକ୍ଷ ଥବିର ବାଗ ଏବଂ ବରିଷ୍ଠ ନେତା ଲାବାନ୍ୟ ବାଣୁଆ ଅଞ୍ଚଳର ଚାଷୀ ମାନଙ୍କ ସୁବିଧା ଦୃଷ୍ଟିରୁ ଟ୍ରାକ୍ଟର ଫିଟନେସ ପାଇଁ ମୋଟର ଠାରେ ଏକ ଅତିରିକ୍ତ ଫିଟନେସ ଅଫିସ ଖୋଲାଯିବା, ରେଙ୍ଗାଲପାଲି ଗ୍ରାମରେ ଏଟିଏମ ଖୋଲାଯିବା ତଥା ଲିଫ୍ଟ କେନାଲ ସଂପ୍ରସାରଣକୁ ଧର୍ମଗଡ଼ ପର୍ଯ୍ୟନ୍ତ କରାଯିବା ପ୍ରସ୍ତାବକୁ ଜିଲ୍ଲାପାଳ ସବୁଜ ସଙ୍କେତ ଦେଇଥିବା ଜଣା ପଡ଼ିଛି । ଶିବିରରେ ଅଞ୍ଚଳର ସାଧାରଣ ଜନତା ଆସି ନିଜ ନିଜ ସମସ୍ୟା ବିଷୟରେ ଜିଲ୍ଲାପାଳଙ୍କୁ ଜଣାଇ ଥିଲେ ।ଏଥିରେ ସ୍ଥାନୀୟ ବିଡ଼ିଓ ସ୍ନିଗ୍ଧାରାଣୀ ପ୍ରଧାନ ଏବଂ ଜୟପାଟଣା ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

ଜଗମୋହନ ପଟ୍ଟନାୟକ(ବରିଷ୍ଠ ସାମ୍ବାଦିକ)

Related posts

ବିଦ୍ୟାଳୟସ୍ତରୀୟ ବିଜ୍ଞାନ-ଗଣିତ ଓ ପରିବେଶ ପ୍ରଦର୍ଶନୀ 

Sunil Chandra Nayak

ସର୍ପାଘାତରେ ଅଙ୍ଗନବାଡ଼ି ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

Sunil Chandra Nayak

କୋକସରା ବ୍ଳକ – ୭୭.୭୫,ଧର୍ମଗଡ ବ୍ଳକ – ୮୨.୯୯ ଓ ଜୟପାଟଣା ବ୍ଳକରେ – ୭୭.୩୧ ମତଦାନ

Sunil Chandra Nayak

Leave a Comment

error: Content is protected !!