ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ପୌରାଞ୍ଚଳର ୧୧,୧୨ ଏବଂ ୧୪ ନମ୍ଵୂ ଓ୍ବାର୍ଡରେ ବିଜେଡିର ଜନ ସଂପର୍କ ପଦଯାତ୍ରା 

ମୟୂରଭଞ୍ଜ -୩୦/୧୦/୨୨(ମସିହା)  ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜୁ ଜନତା ଦଳର ଜନ ସଂପର୍କ ଆରମ୍ଭ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର ୧୧,୧୨ ଏବଂ ୧୪ ନମ୍ବର ଓ୍ବାର୍ଡରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ଜନ ସଂପର୍କ ପଦଯାତ୍ରା ରବିବାର ଦିନ ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।ବରିଷ୍ଠ କାଉନସିଲର ଅନୁପ ମହାନ୍ତି, ଚନ୍ଦ୍ରକାନ୍ତି ସେଠୀ ଏବଂ ସାଇରୁନ ବିବି ଙ୍କ ନେତୃତ୍ବରେ ଏକ ବିଶାଳ ପଦଯାତ୍ରା ଆରମ୍ଭ ହୋଇଥିଲା।ଏହି ଅବସରରେ ମୟୂରଭଞ୍ଜ (୨) ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ବରିଷ୍ଠ ବିଜେଡି ନେତା ପାର୍ଥ ସାରଥି କବି, ବରିଷ୍ଠ ବିଜେଡି ନେତା ମନୁ ଚୌଧୁରୀ , ଦିପ୍ତୀମାନ ବଳ, ଜିଲ୍ଲା ଉପସଭାପତି ସ୍ବରୂପ ବେହେରା, ଜିଲ୍ଲା ସଂପାଦକ ସଚିନ ଅଗ୍ରୱାଲ, ବିଜୁ ଯୁବ ଜନତା ସଭାପତି ଅଭିଷେକ ପଟ୍ଟନାୟକ, ରାଇରଙ୍ଗପୁର ପୌରାଞ୍ଚଳ ଉପାଧ୍ଯକ୍ଷା ମମିତା ଚୌଧୁରୀ, କାଉନସିଲର ବୃନ୍ଦ,ନୀରଜ ରାମ,ପୁଷ୍ପା ବେହେରା,ରାଜୁ ମହାନ୍ତ, ସୁବାଷୀଷ ମହାରଣା,କିରଣ ମହାନ୍ତ,ରାହୁଲ ବେହେରା, ସମେତ ବହୁ ସଂଖ୍ୟାରେ ଯୁବ ଛାତ୍ର, ମହିଳା, ଶ୍ରମିକ,ଦଳୀୟ କର୍ମକର୍ତ୍ତାବୃନ୍ଦ, ଖଟିଖିଆ ପ୍ରମୁଖ ଶତାଧିକ ସମର୍ଥକ ଯୋଗ ଦେଇ ଏଥିରେ ସକ୍ରିୟ ସହଯୋଗ କରିବା ସହିତ ପଦଯାତ୍ରାରେ ସାମିଲ ହୋଇଥିଲେ ।ପ୍ରାରମ୍ଭରେ ରାଇରଙ୍ଗପୁର ରେଲୱେ ଷ୍ଟେସନ ସମ୍ମୁଖରୁ ପଦଯାତ୍ରାଟି ବାହାରି ସମଗ୍ର ପାଶନା ୧୧,୧୨ ଏବଂ ୧୪ ନମ୍ବର ଓ୍ବାର୍ଡ ପରିକ୍ରମା ସହ ଘରକୁ ଘର ବୁଲି ଇଚିଣ୍ଡା ପ୍ରାଥମିକ ବିଦ୍ୟାଳୟ ପାଖରେ ପହଞ୍ଚିଥିଲା। ଦଳୀୟ କର୍ମୀବୃନ୍ଦ ଘରକୁ ଘର ନବୀନ ସରକାରଙ୍କ ଯୋଜନାର ସଫଳତାର ବାର୍ତ୍ତା ପହଞ୍ଚାଇଥିଲେ । ନବୀନ ସରକାରଙ୍କ ଯୋଜନାର ସୂଚନାପତ୍ର ବଣ୍ଟନ କରିଥିଲେ । ନବୀନ ସରକାରଙ୍କ ମମତା ଯୋଜନା, ମିଶନ ଶକ୍ତି,କାଳିଆ ଯୋଜନା, ଖାଦ୍ୟ ସୁରକ୍ଷା,ବିଜୁ କୃଷକ ଯୋଜନା,ବିଜୁ ସ୍ବାସ୍ଥ୍ୟ ଯୋଜନା, ଦିବ୍ଯାଙ୍ଗ ଯୋଜନା,କୋଭିଡିର ସଫଳ ମୁକାବିଲା,ମହାବାତ୍ୟା ମୁକାବିଲା, ହରିଶ୍ଚନ୍ଦ୍ର ଯୋଜନା,୫ଟି ,ସ୍କିଲଡ୍ ଇନ୍ ଓଡ଼ିଶା,ଜାଗା ମିଶନ,ବିଶ୍ଵ ସ୍ତରୀୟ କ୍ରୀଡା ଯୋଜନା, ସାମାଜିକ ସୁରକ୍ଷା, ଦାରିଦ୍ର୍ୟ ଦୂରୀକରଣ ଯୋଜନା,କ୍ରୀଡାର ବିକାଶ,ବିଶ୍ବ କପ୍ ହକି ଖେଳ ଆୟୋଜନ,ଯୁବ ମହିଳା ବିଶ୍ଵ କପ୍ ଫୁଟବଲ୍ ଆୟୋଜନ ପ୍ରମୁଖ ବହୁ ଜନ କଲ୍ୟାଣ ଯୋଜନା ଉପରେ ଲୋକଙ୍କୁ ଅବଗତ କରାଇଥିଲେ । ସରକାରଙ୍କ ଯୋଜନାରେ କିଭଳି ସାମିଲ ହୋଇ ଉପକୃତ ହେବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଥିଲା । ଜନ ସଂପର୍କ ଯାତ୍ରାକୁ ସଫଳ କରାଇଥିବାରୁ ସମସ୍ତ ନେତୃବୃନ୍ଦ, ଗ୍ରାମବାସୀ , ଛାତ୍ର, ମହିଳା ପ୍ରମୁଖ ସାମିଲ ହୋଇ ସଫଳ କରାଇଥିବାରୁ ସମସ୍ତଙ୍କୁ ବରିଷ୍ଠ କାଉନସିଲର ଅନୁପ ମହାନ୍ତି କୃତଜ୍ଞତା ଜଣାଇଥିଲେ । 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଲିଙ୍ଗରାଜ ବାବାଙ୍କ ସେବାରେ ସମାଜସେବୀ

Sunil Chandra Nayak

କବିତା – ଉତ୍କଳ ଦିବସ

Sunil Chandra Nayak

ବିଧାନସଭା ମୌସୁମୀ ଅଧିବେଶନ: ୨୦୨୨-୨୩ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ

Leave a Comment

error: Content is protected !!