ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ନେଇ ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆସନ୍ତା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନକୁ ନେଇ ବିକୁ ଜନତା ଦଳର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଜିଲ୍ଲା ବିଜେଡି ସଭାପତି ମନୋଜ ମିଶ୍ର ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ପୂର୍ବତନ ଏନ ଏ ସି  ଅ ଧ୍ୟକ୍ଷ ୟାସିନ ମହମ୍ମଦ, ପୂର୍ବତନ ଏନ ଏ ସି ଉପାଧକ୍ଷ ଖୁଳନା ବେହେରା , ସମାଜସେବୀ ଜଗଦୀଶ ଗର୍ଗ, ଉପସଭାପତି ମନୋଜ ଦୀପ, ନଗର ସଭାପତି ଦୀପକ ଖମାରୀ, ଜିଲ୍ଲା ସମ୍ପାଦକ ଦିନେଶ ପ୍ରସାଦ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳରେ ହେବାକୁ ଥିବା ଏନଏସି ନିର୍ବାଚନରେ କିପରି ସମସ୍ତ ୱାର୍ଡରେ ନିଜ ପ୍ରାର୍ଥୀକୁ ବିଜୟୀ କରିବେ ସେ ନେଇ ଆଲୋଚନା କରିଥିଲେ । ନବୀନ ପଟ୍ଟନାୟକଙ୍କ ଜନମଙ୍ଗଲ କାରି ଯୋଜନା ତଥା ଜନ୍ମ ରୁ ମୃତ୍ୟ ପର୍ଯ୍ୟନ୍ତ ଥିବା ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିବେ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ତାହା ସହ ଏହି ବୈଠକରେ ଖଡ଼ିଆଳର ଜଣେ ସଫଳ ବ୍ୟବସାୟୀ ,ତଥା ଅଞ୍ଚଳର ଜଣେ ଭଦ୍ର, ଶାନ୍ତସିଷ୍ଟ,,ସମାଜ ସେବୀ ମୁଲଚନ୍ଦ୍ ଅଗ୍ରୱାଲ ରାଜ୍ୟ ସରକାରଙ୍କ ଜନମଙ୍ଗଲ କାରି ଯୋଜନା ଏବଂ ସୁଶାସନରେ ପ୍ରଭାବିତ ହୋଇ ଏହି ବୈଠକରେ ବିଜୁ ଜନତା ଦଳରେ ଯୋଗ ଦେଇ ଥିଲେ । ଏହି ପ୍ରସ୍ତୁତି ବୈଠକ ରେ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳର ସମସ୍ତ ୱାର୍ଡ ର କର୍ମୀ ତଥା ବିଜୁ ଜନତା ଦଳ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ ।

Related posts

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:–ଅଧ୍ୟାୟ-୯

Sunil Chandra Nayak

ପଣ୍ଡରା ମାଳି ଯୁବ ବାହିନୀ ର ସମ୍ବର୍ଦ୍ଧନା ସଭା

Sunil Chandra Nayak

ଜିଲ୍ଲା ଜଜଙ୍କ ଚନ୍ଦାହାଣ୍ଡି କୋର୍ଟ ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!