ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

ନୂଆପଡା ଜିଲ୍ଲା ର ପାଂଚ ଗୋଟି ସ୍ଥାନ ରେ ପଞ୍ଚାୟତ ଭୋଟ ଗଣତି ହେବା ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ପାଞ୍ଚ ଗୋଟି ବ୍ଲକ ର ପାଞ୍ଚ ଗୋଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗଣତି ହେବାକୁ ଥିବା ବେଳେ ୫୦ ଗୋଟି ସରପଞ୍ଚ ଏବଂ ୫୦ ଗୋଟି ସମିତି ସଭ୍ୟ ପାଇଁ ଭୋଟ ଗଣତି ଅନୁଷ୍ଠିତ ହେବ। ୬୧୯ ବୁଥ ର ଭୋଟ ଗଣତି ୬୧୯ ୱାର୍ଡ ସଭ୍ୟ ର ଭୋଟ ଗଣତି ହେବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ଖଡ଼ିଆଳ ବ୍ଲକ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପରିସର ମଧ୍ୟରେ ଭୋଟ ଗଣତି ହେବ। ଖଡ଼ିଆଳ ବ୍ଲକ ୪ ନଂମ୍ବର ଜିଲ୍ଲା ପରିଷଦ ଯୋନ ପାଇଁ ପ୍ରଥମ ଗଣିତ ହେବ। ଗଣତିର ପ୍ରଥମ ଦିନରେ ଗୋଟିଏ ଜିଲ୍ଲା ପରିଷଦ, ୯ ଗୋଟି ଗ୍ରାମପଂଚାୟତ ଏବଂ ୧୧୭ ବୁଥ ର ଭୋଟ ଗଣତି ହେବା ନେଇ ବ୍ୟବସ୍ଥା ହୋଇଅଛି। ୯ ଗୋଟି ଗଣତି ଟେବୁଲ ରହିଅଛି ବୋଲି ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁ ପ୍ରକାଶ କରିଛନ୍ତି । ସେହିପରି ନୁଆପଡା ଜିଲ୍ଲା ସିନାପାଲି ବ୍ଲକ ର ପଂଚାୟତ ନିର୍ବାଚନ ନେଇ ଭୋଟ ଗଣତି ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ସିନାପାଲି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଗଣତି ଅନୁଷ୍ଠିତ ହେବ। ୧୨ ନଂମ୍ବର ଜିଲ୍ଲାପରିଷଦ ଯୋନ ର ଭୋଟ ଗଣତି ହେବ। ଗୋଟିଏ ଜିଲ୍ଲାପରିଷଦ, ୧୧ ଗୋଟି ପଂଚାୟତ ଏବଂ ୧୩୯ ଗୋଟି ବୁଥ ର ମତଦାନ ଅନୁଷ୍ଠିତ ହେବ। ୧୧ ଜଣ ସରପଞ୍ଚ, ୧୧ ଜଣ ସମିତି ସଭ୍ୟ ପାଇଁ ଫଳାଫଳ ଘୋଷଣା ହେବ। ଏହା ନେଇ ୧୧ ଗୋଟି ଟେବୁଲ ର ବ୍ୟବସ୍ଥା ହୋଇଥିବା ବେଲେ ସୁରକ୍ଷା ବ୍ୟବସ୍ଥା ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିଥିବା ସିନାପାଲି ବିଡ଼ିଓ ସଦାଶିବ ନାୟକ ପ୍ରକାଶ କରିଛନ୍ତ। କୋମନା ବ୍ଲକ ଭୋଟ ଗଣତି ନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ନୂତନ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଭୋଟ ଗଣତି ଅନୁଷ୍ଠିତ ହେବ। ୧ ନଂମ୍ବର ଜିଲ୍ଲା ପରିଷଦ ଯୋନ ର ଭୋଟ ଗଣତି ହେବ। ୧୦ ଗୋଟି ଗ୍ରାମ ପଞ୍ଚାୟତ ଏବଂ ୧୧୮ ଗୋଟି ବୁଥ ର ଭୋଟ ଗଣତି ହେବ। ଗୋଟିଏ ଜିଲ୍ଲାପରିଷଦ ସଭ୍ୟ, ୧୦ ଗୋଟି ସରପଞ୍ଚ, ୧୦ ଗୋଟି ସମିତି ସଭ୍ୟ ପାଇଁ ଭୋଟ ଗଣତି ହେବ ବୋଲି କୋମନା ବିଡ଼ିଓ ସୁଶାନ୍ତ ରଣା ପ୍ରକାଶ କରିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ କଡା କ ଡ଼ି କରିଛନ୍ତି। ବୋଡେ଼ନ ବ୍ଲକ ଆବାସିକ ଦକ୍ଷତା କେନ୍ଦ୍ର ପରିସର ମଧ୍ୟରେ ଭୋଟ ଗଣତି, ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ଭୋଟ ଗଣତିର ୨ ଦିନ ଅନୁଷ୍ଠିତ ହେ ବ। ପ୍ରଥମ ଦିନ ରେ ୧୦ ନଂମ୍ବର ଜିଲ୍ଲାପରିଷଦ ଯୋନ ର ୯ ଗୋଟି ଗ୍ରାମପଂଚୟତ ଏବଂ ୧୧୩ ଗୋଟି ବୁଥ ର ଗଣତି ହେବ। ଗୋଟିଏ ଜିଲ୍ଲାପରିଷଦ , ୯ ଜଣ ସରପଞ୍ଚ ଏବଂ ୯ ଗୋଟି ସମିତି ସଭ୍ୟ ପଦ ପାଇଁ ଗଣତି ଅନୁଷ୍ଠିତ ହେବ ବୋଲି ବୋଡେ଼ନ ବିଡିଓ ପୂର୍ଣ୍ଣ ଚନ୍ଦ୍ର ଭୋଇ ପ୍ରକାଶ କରିଛନ୍ତି। ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ ।

Related posts

ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ମେରକାପଙ୍କ ଦିନିକିଆ ରାୟଗଡା ଗସ୍ତ

Sunil Chandra Nayak

ଜଗଦା ସ୍ଥିତ ଆଣ୍ଟି ନିର୍ମଳ ନର୍ସରୀ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର

ଦାସିଗାଁରେ ବନ ମହୋତ୍ସବ ଓ ସଚେତନତା କାର୍ଯ୍ୟକ୍ରମ

Leave a Comment

error: Content is protected !!