ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଶହରା ଲାଗି ଚଳଚଞ୍ଚଳ ପାପଡାହାଣ୍ଡି , ରାଜସ୍ଥାନ ରାଜମହଲ କୁ ଅକ୍ଷରଧାମ ତୋରଣ

ପାପଡାହାଣ୍ଡି,2/10,ମନିସ — କରୋନାର ଦୁଇ ବର୍ଷ ପରେ ଚଳିତ ବର୍ଷରେ ଦଶହରା ଲାଗି ଚଳ ଚଞ୍ଚଳ ହୋଇଉଠିଛି ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ସହର | ଲୋକଙ୍କ ଲାଗି ମୁଖ୍ୟ ଆକର୍ଷଣ ରହିଛି, ବସଷ୍ଟାଣ୍ଡର ସାର୍ଵ ଜନିନ ପୂଜା କମିଟିର ରାଜସ୍ଥାନର ରାଜମହଲ କୁ ନୀଳକଣ୍ଠେସ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ଶ୍ରୀଦୁର୍ଗାପୂଜା କମିଟିର ଅକ୍ଷରଧାମ ତୋରଣ | ଅକ୍ଷର ଧାମ ତୋରଣର ଉଚ୍ଚତା 70 ଫୁଟ ଥିବା ବେଳେ ଚଉଡା 80ଫୁଟ ରହିଛି |ଏହି ତୋରଣ ତିଆରି କରିବାକୁ କୋଲକତାର କାରିଗର ମାନେ ଆସିଛନ୍ତି | ଲାଇଟ ସାଜ ସଜ୍ଜା ପାଇଁ କଟକର କାରିଗର ମାନେ ଆସିଛନ୍ତି | ସେହିପରି ବସଷ୍ଟାଣ୍ଡ ତୋରଣ ଉଚ୍ଚତା 70 ଓ ଚଉଡା 90ଫୁଟ ରହିଛି | ଢେଙ୍କାନାଳର କାରିଗର ମାନେ ଆସିଥିବା ବେଳେ ଲାଇଟ ଲାଗି କଲକତାର କାରିଗର ମାନେ ଆସିଛନ୍ତି | ଉଭୟ ପୂଜା କମିଟି ତରଫରୁ ବସଷ୍ଟାଣ୍ଡ ଛକରୁ ଭୈରବ ମନ୍ଦିର ପର୍ଯ୍ୟନ୍ତ ଲାଇଟ ସଯାଯାଇଛି | ଶ୍ରୀ ଶ୍ରୀ ଦୁର୍ଗା ପୂଜା କମିଟି ତରଫରୁ ଦଶହରାରେ ରାବଣ ପୋଡି କାର୍ଯ୍ୟକ୍ରମ ରଖା ଯାଇଛି |ଅର୍କେଷ୍ଟ୍ରା ସହ ଦେଶିଆ ନାଚର ମଧ୍ୟ ଆୟୋଜନ କରାଯାଇଛି | ପ୍ରତି ବର୍ଷ ପରି ଚଳିତ ବର୍ଷର ଦଶହରା ଲାଗି ଅଭିଭକ୍ତ କୋରାପୁଟ ସହ କଳାହାଣ୍ଡି, ଛତିଶଗଡ଼ ଅଞ୍ଚଳର ଲୋକ ମାନେ ଆସିଥାନ୍ତି | ଉଭୟ ପୂଜା କମିଟି ତରଫରୁ ଶାନ୍ତି ପୁର୍ଣ ଦଶହରା ଲାଗି ଆଲୋଚନା ହୋଇଛି | ଲୋକଙ୍କ ମନରଞ୍ଜନ ଲାଗି ମିନା ବଜାର ଓ ସହରର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱ ରେ ଉଠାଦୋକାନୀଙ୍କ ପସରା ଲାଗିଲାଣି | ରବିବାର ଷଷ୍ଠି ପୂଜା ଅନୁଷ୍ଠିତ ହୋଇଯାଇଛି | ଚଳିତ ବର୍ଷ ଲକ୍ଷା ଧିକ ଭକ୍ତଙ୍କ ସମାଗମ ହେବାର ସମ୍ବାବନା ରହିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

 

Related posts

ନୂଆପଡା ଜିଲ୍ଲା ତିଖାଲି ନିମ୍ନ ଇନ୍ଦ୍ରଜଳ ସେଚନ ପ୍ରକଳ୍ପ ପାଣି  ପଂଚାୟତ କାର୍ଯ୍ୟାଳୟ ଉଦଘାଟନ

କବିଶ୍ରୀ ନିକୁଞ୍ଜ କୁମାର ଘୋଷ ଙ୍କ କବିତା ମୁଁ ଠିକ୍ ଦେଖୁଛି 

Sunil Chandra Nayak

ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି, ୫୫ ଟି ଅଭିଯୋଗ ର ସମାଧାନ କଲେ ଜିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!