ଡାବୁଗାଁ, ୨/୧୦ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ଦୂର୍ଗା ମଣ୍ଡପ ଠାରେ ରବିବାର ମା ଦୁର୍ଗାଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି | ଶନିବାର ସନ୍ଧ୍ୟାରେ ମାଁ ଠାକୁରାଣୀ ମନ୍ଦିର ପୁଷ୍କରିଣୀରେ ଜଳାଧିବାସ ସହ ଗଙ୍ଗା ଆବାହନ କରାଯାଇ ବିଲ୍ଵବରଣ କରାଯାଇଥିଲା | ବାଜା ବଜାଇ ବାଣ ଫୁଟାଇ ମହାଆଡମ୍ବରରେ ଶୋଭାଯାତ୍ରାରେ ମାଙ୍କ କଳସ ଅଣାଯାଇ ମଣ୍ଡପରେ ସ୍ଥାପିତ କରାଯାଇଥିଲା | ରାତିରେ ଷଷ୍ଠୀ ପୂଜା କରାଯାଇଥିଲା | ରବିବାର ଚକ୍ଷୁ ଦାନ କରିବା ସହ ମାଁଙ୍କୁ ଆବାହନ କରାଯାଇ ମାଁଙ୍କ ସପ୍ତମୀ ପୂଜା ହୋଇଥିଲା | ବ୍ରାହ୍ମଣ ମାନଙ୍କ ଦ୍ଵାରା ମାଁଙ୍କ ପୂଜାର୍ଚ୍ଚନା କରାଯାଇଥିଲା | ଏଥିରେ ମୁଖ୍ୟ ପୂଜକ ମହେଶ ଚନ୍ଦ୍ର ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନା କରୁଥିବା ବେଳେ ଅନ୍ୟ ପୂଜକ ମାନେ ପୂଜାରେ ସହାୟତା କରୁଛନ୍ତି | ଚଳିତ ବର୍ଷ କରୋନା କଟକଣା ନଥିବାରୁ ମହା ଆଡମ୍ବରରେ ଦୂର୍ଗା ପୂଜା ପାଳନ ହେଉଛି | ଇଣ୍ଡିଆ ଗେଟ ର ନମୁନା ଭଳି ଆକର୍ଷଣୀୟ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ଡାବୁଗାଁ ସହର | ପୂଜା ଦେଖିବା ପାଇଁ ଅପରାହ୍ନରୁ ଭକ୍ତ ଙ୍କ ଗହଳି ଲାଗିଥିବା ଦେଖିବାକୁ ମିଳିଛି |
ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ