ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁରେ ଡାକ ମେଳା

ଡାବୁଗାଁ, ୨୧/୯ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଭାରତୀୟ ଡାକ ବିଭାଗ ତରଫରୁ ଡାକ ମେଳା ବୁଧବାର ଅନୁଷ୍ଠିତ ହୋଇଆଯାଇଛି | ଏଥିରେ ଡାକ ବିଭାଗ ଜନସାଧାରଣ ମାନଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ଓ ଡାକ ବିଭାଗର ବିଭିନ୍ନ ଯୋଜନା ଉପରେ ଆଲୋକ ପାତ କରଯାଇଥିଲା | ଏଥିରେ ବିଭାଗର ଆଧାର କାର୍ଡରେ ମୋବାଇଲ ନମ୍ବର ସଂଯୋଗ, ଆଧାର କାର୍ଡ ସଂଶୋଧନ, ଯେ କୌଣସି ବ୍ୟାଙ୍କରେ ପାସ ବହି ଥିଲେ ଡାକ ହଗରେ ଯାଇ ହିତାଧିକାରୀ ମାନେ ଟଙ୍କା ଡିପୋଜିଟ ଓ ଉଠାଣ କରିପାରିବେ, ସୁକନ୍ୟା ସମୃଦ୍ଧି ଯୋଜନା, ପାନ କାର୍ଡ ପାଇଁ ଆବେଦନ କରାଯାଇ ପାରିବ, ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା, ଗ୍ରାମୀଣ ଡାକ ଜୀବନ ବୀମା, ଡାକ ଜୀବନ ବୀମା, ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା, ସାଧାରଣ ଭବିଷ୍ୟନିଧି ଭଳି ବିଭିନ୍ନ ଯୋଜନା ବିଷୟରେ ଅଧିକାରୀ ମାନେ କହିଥିବା ବେଳେ ଜନସାଧାରଣ ଏହାର ସୁଯୋଗ ନେଇ ଲାଭବାନ ହେବାପାଇଁ କହିଥିଲେ | ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଡାକ ଅଧିକ୍ଷକ ସମରେନ୍ଦ୍ର କୁମାର ସେଠୀ, ସମ୍ମାନୀତ ଅତିଥି ଭାବେ ଡାବୁଗାଁ ବିଡିଓ ଶରତ ମାଝି, ସିଡିପିଓ ଗୀତାଞ୍ଜଳି ମହାରଣା, ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା, ଉମରକୋଟ ଉପଖଣ୍ଡ ଡାକ ନିରିକ୍ଷକ ଅନିଲ କୁମାର ସାହୁ, ନବରଙ୍ଗପୁର ଆଇପିପିବି ପରିଚାଳକ ପି. ପ୍ରଦୀପ କୁମାର, ଡାବୁଗାଁ ଉପ ଡାକପାଳ ଦୀପ୍ତି ନାରାୟଣ ସେଠୀ, ସମସ୍ତ ଅଙ୍ଗନୱାଡି ପରିଦର୍ଶିକା ପ୍ରଣମିତା ପଟ୍ଟନାୟକ, ବିମଳା ନାୟକ, ସାଇରା ବାନୁ, କୁନମୁନ ସେନାପତି, ରୋଜାଲିନି ପ୍ରଧାନ, ସମସ୍ତ ଗ୍ରାମୀଣ ଡାକ କର୍ମଚାରୀ, ଜନସାଧାରଣ ମାନେ ଉପସ୍ଥିତ ଥିଲେ |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ସାଧନାପଣ୍ଡା ଙ୍କ କବିତା ଦଗ୍ଧ ବୈଶାଖ

Sunil Chandra Nayak

ତୃପ୍ତି ରାଣୀ ପାତ୍ର ଙ୍କ କବିତା ତୁମେ ଗଢିଛଏ ସୁନାର ସଂସାର

Sunil Chandra Nayak

କଳାହାଣ୍ଡି ଜିଲ୍ଲାର ୨- ନମ୍ବର ଜୋନରେ ଆଜି ରାତ୍ର ୧୦ ଘଣ୍ଟା ସୁଦ୍ଧା ଜିଲ୍ଲାପରିଷଦ ଭୋଟ ଗଣନା

Sunil Chandra Nayak

Leave a Comment

error: Content is protected !!