ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ ବ୍ଲକ ପରିମଳ ମିଶନ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଡାବୁଗାଁ, ୨୧/୯ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନ ଜୁନାପାଣି ପଞ୍ଚାୟତ କାର୍ଯ୍ୟ|ଳୟ ପରିସର ରେ ଡାବୁଗାଁ ବ୍ଲକ ପରିମଳ ମିଶନ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ପଞ୍ଚାୟତ ପରିସରକୁ ସଫା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ପ୍ଲାଷ୍ଟିକ ବ୍ୟବହାର ରୋକିବା, ପାଇଖାନା ବ୍ୟବହାର କରିବା ନିଜ ସହ ନିଜ ପରିବେଶ କୁ ସ୍ୱଚ୍ଛତା ରଖିବା ନେଇ ଏକ ରାଲି କରାଯାଇଥିଲା । ପରେ ପଞ୍ଚାୟତ ପରିସର ମଧ୍ୟରେ ବୃକ୍ଷ ରାପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ବ୍ଲକ ରିସର୍ଚ୍ଚ କୋଡ଼ିନେଟର ମାନସ ମୁଖାର୍ଜୀ, ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରା, ଜୁନାପାଣି ପଞ୍ଚାୟତ ନିର୍ବାହୀ ଅଧିକାରୀ ହଳଧର ଜାନୀ, ମାଷ୍ଟର ଟ୍ରେନର ଧନିରାମ ହରିଜନ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଅଭିମାନ

Sunil Chandra Nayak

ଚେତନାର ଅଭିଯାତ୍ରୀ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କଥାକାର ମନୋଜ ଦାସଙ୍କ ପ୍ରଥମ ପୁଣ୍ୟତିଥି ପାଳନ

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ମା

Leave a Comment

error: Content is protected !!