ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ ବ୍ଲକ ପରିମଳ ମିଶନ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଡାବୁଗାଁ, ୨୧/୯ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନ ଜୁନାପାଣି ପଞ୍ଚାୟତ କାର୍ଯ୍ୟ|ଳୟ ପରିସର ରେ ଡାବୁଗାଁ ବ୍ଲକ ପରିମଳ ମିଶନ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ପଞ୍ଚାୟତ ପରିସରକୁ ସଫା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ପ୍ଲାଷ୍ଟିକ ବ୍ୟବହାର ରୋକିବା, ପାଇଖାନା ବ୍ୟବହାର କରିବା ନିଜ ସହ ନିଜ ପରିବେଶ କୁ ସ୍ୱଚ୍ଛତା ରଖିବା ନେଇ ଏକ ରାଲି କରାଯାଇଥିଲା । ପରେ ପଞ୍ଚାୟତ ପରିସର ମଧ୍ୟରେ ବୃକ୍ଷ ରାପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ବ୍ଲକ ରିସର୍ଚ୍ଚ କୋଡ଼ିନେଟର ମାନସ ମୁଖାର୍ଜୀ, ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରା, ଜୁନାପାଣି ପଞ୍ଚାୟତ ନିର୍ବାହୀ ଅଧିକାରୀ ହଳଧର ଜାନୀ, ମାଷ୍ଟର ଟ୍ରେନର ଧନିରାମ ହରିଜନ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ବିଶ୍ବର ସର୍ବୋଚ୍ଚ ଶିବମୂର୍ତ୍ତି ଉଦ୍‌ଘାଟନ ଆଜି

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବାପା

ସାପ କାମୁଡା ରେ ଯୁବତୀ ଙ୍କ ମୃତ୍ୟୁ, ପୋଲିସ ର ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!