ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁକ୍ତ ବିଚାର ମଞ୍ଚର ଆଲୋଚନା ଚକ୍ର

ନୂଆପଡ଼ା ଜିଲ୍ଲା ସ୍ଥିତ “ମୁକ୍ତ ବିଚାର ମଞ୍ଚ, ଖଡ଼ିଆଳ” ଓ “ସ୍ବୟଂ ଶାସିତ ମହାବିଦ୍ୟାଳୟ, IQAC ବିଭାଗ, ଖଡ଼ିଆଳ “ଙ୍କ ମିଳିତ ଆନୁକୂଲ୍ୟରେ ବିଚାର ମଞ୍ଚ ର ୩୬ତମ ଆଲୋଚନା ଚକ୍ର ମହାବିଦ୍ୟାଳୟ ଏମ୍. ପି. ହଲ୍ ରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରଟି “ଭାରତରେ ଅଧୁନା ପ୍ରଚଳିତ ସିଭିଲ ସର୍ଭିସ ବ୍ୟବସ୍ଥା ଅପ୍ରାସଙ୍ଗିକ ” ଶୀର୍ଷକ ଉପରେ ପର୍ଯ୍ୟବେସିତ ହୋଇ ଥିଲା । ଏଥିରେ ବରେଣ୍ୟ ଆଲୋଚକ ଭାବେ ଅବସରପ୍ରାପ୍ତ ପ୍ରଫେସର ସୁଦର୍ଶନଚକ୍ର ପାଣିଗ୍ରାହୀ, ଶିକ୍ଷା ବିଭାଗ,ବରୋଦା ବିଶ୍ବବିଦ୍ୟାଳୟ, ସୁଶ୍ରୀ ତନୁଶ୍ରୀ ରାୟ, ସ୍ନାତକୋତ୍ତର ଗଣିତ ଛାତ୍ରୀ,ଜି. ଏମ୍. ୟୁନିଭରସିଟି , ସମ୍ବଲପୁର, ଅଧ୍ୟାପକ ଜେନି ସାହୁ, ବାଣିଜ୍ୟ ବିଭାଗ, ବିଜୁପଟ୍ଟନାୟକ କଲେଜ, ବୋଡ଼େନ ଓ ଶ୍ରୀ ବାସବ ପାତ୍ର, ଆଇନ ଛାତ୍ର, Symbiosis University ହାଇଦ୍ରାବାଦ ପ୍ରମୁଖ ସଦୟ ଯୋଗଦାନ କରିଥିଲେ । ଡଃ ପଦ୍ମ ଲୋଚନ ବର୍ମା, ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ, ସ୍ବୟଂ ଶାସିତ ମହାବିଦ୍ୟାଳୟ, ଖଡ଼ିଆଳ ସ୍ବାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସହ ଆଲୋଚକ ମାନଂକ ସପକ୍ଷ ଓ ବିପକ୍ଷ ଆଲୋଚନା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ବୟଂ ଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଛାତ୍ର ଛାତ୍ରଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଆଲୋଚନା ଚକ୍ର ରେ ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ହରେନ୍ଦ୍ର କୁମାର ପଣ୍ଡା, ଶଶିକାନ୍ତ ଖମାରୀ, ତାରିଣୀ ଚରଣ ପାଣିଗ୍ରାହୀ, ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀ, ପ୍ରାଧ୍ୟାପକ ସାମୁଏଲ ଦାନୀ, ଡଃ ସୁଶାନ୍ତ କୁମାର ବିଶି, କିଶୋର ଅଗସ୍ତି,ମିୟୋଗରଞ୍ଜନ ପାତ୍ର, ବଜରଙ୍ଗ ଲାଲ ଅଗ୍ରୱାଲ, କିଶୋର ବାଗ,ନନ୍ଦଲାଲ ବାରିକ, ପଦ୍ମନାଭ ପାତ୍ର, ନନ୍ଦକିଶୋର ପ୍ରଧାନୀ, ଶ୍ରୀମତୀ ସବିତା ଚଟର୍ଜୀ, ଅଧ୍ୟାପକ ଆଲୋକ ରଥ,ଶିରୀଶଙ୍କର ବାରିକ,ନୁର ମହମ୍ମଦ, ଗୋପାଳ ଦାସ, ମହେନ୍ଦ୍ର କୁମାର ଯୋଷୀ, ମହେନ୍ଦ୍ର ଜଗତ, ଜିତେନ୍ଦ୍ର ସାହୁ, ଆଦିତ୍ୟ ପଣ୍ଡା, ରାଜୀବ କୁମାର ପାଣ୍ଡେ, ରାମଚନ୍ଦ୍ର ବେହେରା, ଆଦିତ୍ୟ ନାରାୟଣ ସିଂ,ରିତେଶ ଦାସ ପ୍ରମୁଖ ସହଯୋଗ କରିଥିଲେ । ବୋଡ଼େନ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଅବନୀ କୁମାର ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନା ଚକ୍ର ରେ ଶତାଧିକ ଗବେଷକ,ଗବେଷିକା, ବୁଦ୍ଧିଜୀବୀ ଓ ଛାତ୍ର ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଉରକେଲା ମହାନଗର ପକ୍ଷରୁ ଖାଦ୍ୟ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି.. ଜେଜେଏମ୍‌ ଯୋଜନାରେ ରାଜ୍ୟର ତିନୋଟି ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ

Sunil Chandra Nayak

ବାଲେଶ୍ବର – ପାଳିତା ଝିଅର ବିବାହ କଲେ ହେମଲତାଙ୍କ ପରିବାର

Leave a Comment

error: Content is protected !!