ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିର୍ମାଣ ହୋଇ ଭୁଶୁଡି ଗଲାଣି ଅଥଚ ଦିନେ ମଧ୍ୟ  ଚାଷୀଙ୍କ କାମରେ ଆସିଲା ନାହିଁ ଚେକଡ୍ୟାମ 

ଗୋଲାମୁଣ୍ଡା, /ମସିହା/ତା.୦୨/୦୫/  କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକରେ ଚେକଡ୍ୟାମ ନିର୍ମାଣ ହୋଇ ଭୁଶୁଡି ଗଲାଣି ଅଥଚ ଚାଷୀଙ୍କ କାମରେ ଆସିଲା ନାହିଁ। ଚାଷୀ ଙ୍କ ପାଇଁ  ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚେକଡ୍ୟାମ ନିର୍ମାଣ କରୁଥିବା ବେଳେ ବିଭାଗୀୟ ଅଧିକାରୀ ଓ ଲାଭଖୋର୍ ଠିକାଦାର ମାନେ ମିଶି ସରକାରଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଉଥିବା ଅଭିଯୋଗ ହୋଇଛି । ଗୋଲାମୁଣ୍ଡା ବ୍ଲକ କେଗାଁ ପଞ୍ଚାୟତ ର ହରଡା ନାଲାରେ କ୍ଷୁଦ୍ର ଜଳସେଚନ ବିଭାଗ ଓ ମନରେଗା ଯୋଜନାରେ ପ୍ରାୟ ୮ ଟି ଚେକଡ୍ୟାମ ନିର୍ମାଣ କରାଯାଇଛି । ହେଲେ ଗୋଟିଏ ଚେକଡ୍ୟାମ ମଧ୍ୟ କାମକୁ ଆସିନି । ଏହି ନିର୍ମାଣ ହୋଇଥିବା ଚେକଡ୍ୟାମ ରେ କେଉଁଠି ଗେଟ ଲାଗି ନାହିଁ ତ କେଉଁଠି ଭାଙ୍ଗି ମଧ୍ୟ ଗଲାଣି । ନିର୍ମାଣ ଦିନ ଠାରୁ କେବେ ମଧ୍ୟ କାମରେ ଆସୁନାହିଁ । କେବଳ ଠିକାଦାର ପୋଷା ନୀତିରେ କାମ ଚାଲୁଥିବା ଦେଖିବାକୁ ମିଳିଛି ।ବ୍ଲକ ସୂତ୍ରରୁ ପ୍ରକାଶ ଯେ, ଗୋଲାମୁଣ୍ଡା ବ୍ଲକ ରେ ମନରେଗା ଯୋଜନାରେ ୨୦୨୦-୨୧ ମସିହାରେ ୩୫ ଟି ଚେକଡ୍ୟାମ ନିର୍ମାଣ ହେବାକୁ ଥିବା ବେଳେ ୩୩ଟିର କାମ ଆରମ୍ଭ ହୋଇଯାଇଛି ହେଲେ ଏବେବି ୨ ଟି ଚେକଡ୍ୟାମ କାମ ଆରମ୍ଭ ହୋଇନାହିଁ । ସେହିଭଳି ୨୦୨୧-୨୨ ମସିହାରେ ୪୯ ଟି ଚେକଡ୍ୟାମ ନିର୍ମାଣ ହେବାକୁ ଥିବା ବେଳେ ସେଥିମଧ୍ୟରୁ ୩୫ ଟି ନିର୍ମାଣଧୀନ ଥିବା ବେଳେ ୧୪ ଟି କାମ ଆରମ୍ଭ ହୋଇନାହିଁ । ଅନ୍ୟ ପକ୍ଷରେ ୨୦୧୫ ରୁ ୨୦୧୯ ପର୍ଯ୍ୟନ୍ତ କେତେ ଚେକଡ୍ୟାମ ନିର୍ମାଣ ହୋଇଛି ତାହାର କୌଣସି ସୂଚନା ଦେଇ ନାହାନ୍ତି ବ୍ଲକ କତ୍ତୃପକ୍ଷ ।।ଗତ ୨୦୨୧ ମସିହା ନଭେମ୍ବର ୨୬ ତାରିଖରେ ଡିଆରଡିଏ ସମ୍ମିଳନୀ କକ୍ଷରେ ୧୦ ମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଯୋଗ ଦେଇ ଜିଲ୍ଲାରେ ନିର୍ମାଣ ହୋଇଥିବା ୧୨୦୦ ଚେକଡ୍ୟାମର କାର୍ଯ୍ୟକାରୀତା, କେତେ କାର୍ଯ୍ୟକ୍ଷମ ଓ କେତେ ଜମିରେ ପାଣି ମାଡୁଛି ସେନେଇ ପ୍ରଶ୍ନ କରିଥିଲେ । କ୍ଷୁଦ୍ର ଶିଳ୍ପ ଜଳସେଚନ ବିଭାଗ ପକ୍ଷରୁ ୫୩୬ ଟି ଚେକଡ୍ୟାମ କାର୍ଯ୍ୟକ୍ଷ୍ୟମ ନ ଥିବା ନେଇ କୁହାଯାଇଥିଲା । ଏହା ସହ କୃଷି ବିଭାଗ ପକ୍ଷରୁ ଦିଆ ଯାଇଥିବା ରିପୋର୍ଟ ଅନୁସାରେ ୧୦୫୬ଟି କାର୍ଯ୍ୟକ୍ଷ୍ୟମ ରହିଛି ହେଲେ ଚାଷୀଙ୍କ ଜମିକୁ ପାଣି ମାଡି ପାରୁନାହିଁ । ଏନେଇ ସାଂସଦ ବସନ୍ତ ପଣ୍ଡା କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ କରି କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ କହିଥିଲେ ।ଚାଷୀ କିଭଳି ପାଣି ପାଇପାରିବେ ସେ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚେକଡ୍ୟାମ ନିର୍ମାଣ କରୁଛନ୍ତି । ହେଲେ ତାହା ଚାଷୀଙ୍କ କାମରେ ଆସୁନାହିଁ । ଲୋକଙ୍କୁ ଆହାର ଯୋଗାଇ ଜୀଵନ ରକ୍ଷା କରୁଥିବା ଚାଷୀଙ୍କୁ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଠିକାଦାର ପର୍ଯ୍ୟନ୍ତ ଠକୁଥିବା ନେଇ ଚାଷୀ ମହଲରେ କ୍ଷୋଭ ପ୍ରକାଶ ପାଇଛି ।ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି,

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହାପ୍ରତିନିଧି,

Related posts

ଜୀବନର ଲକ୍ଷ୍ୟ ପୂରଣରେ ସମୟର ସଦୁପୋଯୋଗ

Sunil Chandra Nayak

କଳାହାଣ୍ଡି ରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ କମ୍ପାନୀର ଏସ୍ ସି/ ଏସ୍ ଟି ଛାତ୍ରୀ ମାନଙ୍କ ପାଇଁ ବୃହତ୍ ନିଯୁକ୍ତି ମେଳା

Sunil Chandra Nayak

ସରସ୍ଵତୀ ଶିଶୁ ମନ୍ଦିର ପରିବାର ପକ୍ଷରୁ ନବବର୍ଷ ପାଳନ

Sunil Chandra Nayak

Leave a Comment

error: Content is protected !!