ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆପର ଜିଲ୍ଲା କର୍ମକର୍ତା ଓ ମିଶ୍ରଣ ପର୍ବ

ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ସ୍ଥିତ କଲ୍ୟାଣ ମଣ୍ଡପ ୧ ରେ ଆଜି ନୂଆପଡ଼ା ଜିଲ୍ଲା ଆମ ଆଦମୀ ପାର୍ଟି ତରଫରୁ ଏକ କର୍ମକର୍ତା ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ମହିଳା ଏବଂ ପୁରୁଷ କର୍ମି ଉପସ୍ଥିତ ଥିଲେ l ଏହି ବୈଠକରେ ଆମ ଆଦମୀ ପାର୍ଟି ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଯୋଗ ଦେଇ  ଓଡ଼ିଶାରେ ୨୦୦ ୟୁନିଟ ବିଜୁଳି ଫ୍ରି ଉପରେ ଆଲୋଚନା କରିଥିଲେ ଓ ହରଘର ଦସ୍ତଖତ ଅଭିଯାନ ରେ ୨୦୦ ୟୁନିଟ ବିଜୁଳି ଫ୍ରି ପାଇଁ ଆଗାମୀ ଜୁନ  ୧୦ ତାରିଖରେ ଭୁବନେଶ୍ୱର ରେ ମୁଖ୍ୟମନ୍ତ୍ରୀ ଙ୍କୁ ହଜାର ହଜାର ଆପ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ୫ ଲକ୍ଷ ଲୋକଙ୍କ ଦସ୍ତଖତ ଫର୍ମ ଦିଆ ଯିବବୋଲି କହିଥିଲେ l ପରେ ନୂଆପଡା ଜିଲ୍ଲା ସଭାପତି ଶୋକନାଥ ସେନାପତି ଜିଲ୍ଲାରେ ଆମ ଆଦମୀ ପାର୍ଟି କିପରି ସୁଦୃଢ ହେବ ଏବଂ  ଆଗକୁ ଯାଇପାରିବ ସେ ବିଷୟରେ କହିଥିଲା l ଏହି ବୈଠକ ରେ ସୁରେଶ ଆଚରି, ସମୀର ଅଗ୍ରୱାଲ, ଚମ୍ପେଶ୍ୱର ବନ୍ଧିଚୋର, ନବୀନ ମାଝୀ ସମେତ ଶତାଧିକ  କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ରାଜ୍ୟ ରେ ଶ୍ରେଷ୍ଠ ସଭାପତି ଭାବେ ସମ୍ବର୍ଦ୍ଧିତ

ରୀକ୍ଷିରାମ ମେହେର ଙ୍କ କବିତା ସଂଘର୍ଷ

Sunil Chandra Nayak

ଗାଁକୁ ମଦ ମୁକ୍ତ କରିବା ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା ଗୋଷ୍ଟି

Sunil Chandra Nayak

Leave a Comment

error: Content is protected !!