ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମ୍ବାଦ ସାହିତ୍ୟଘର,ରାଉରକେଲା ଓ ଉତ୍କଳ ନବଜୀବନ ମଣ୍ଡଳର ଆଲୋଚନା ଚକ୍ର ଅନୁଷ୍ଠିତ

 ରାଉରକେଲା/ ସମ୍ବାଦ ସାହିତ୍ୟଘର, ରାଉରକେଲା ଓ ଉତ୍କଳ ନବଜୀବନ ମଣ୍ଡଳ ତଥା ସୁନ୍ଦରଗଡ ଅଟୋ ଆସୋସିଏସନ୍ ର ମିଳିତ ଆନୁକୂଲ୍ୟରେ ବିଶ୍ବ ଶ୍ରମିକ ଦିବସ ପାଳନ ଅବସରରେ ସେକ୍ଟର ୭ସ୍ଥିତ ସିୟର କାର୍ଯ୍ୟାଳୟ ଠାରେ ଏକ ଆଲୋଚନାଚକ୍ର, ସମ୍ବର୍ଦ୍ଧନା,ପୁସ୍ତକ ଉନ୍ମୋଚନ ଓ ପ୍ରଗତିଶୀଳ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟଘର ସଂପାଦକ ପ୍ରଶାନ୍ତ କୁମାର ଦାସଙ୍କ ଆବାହକତ୍ବ,ନବଜୀବନ ମଣ୍ଡଳର ସଭାପତି ସଂଜୀବ କୁମାର ମହାନ୍ତି ଙ୍କ ସଭପତିତ୍ବ ଓ କବି କୁଞ୍ଜବିହାରୀ ରାଉତ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ଶ୍ରମିକ ନେତା ବୈଦ୍ୟନାଥ ଦାସ ମୁଖ୍ୟବକ୍ତା, ଚିତ୍ତରଂଜନ ଜେନା ସମ୍ମାନିତ ଅତିଥି, କେଦାର ପ୍ରଧାନ, ବ୍ରଜେନ୍ଦ୍ର ଦାଶ ଓ ଶୈଳେନ୍ଦ୍ର ମହାନ୍ତି ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ‘ଶ୍ରମିକ ଆନ୍ଦୋଳନରେ ସାହିତ୍ୟର ସ୍ବର’ସଂପର୍କରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଶ୍ରୀ ଦାସ ଓ ଅନ୍ୟାନ୍ୟ ବକ୍ତା ମାନେ ସେମାନଙ୍କ ବକ୍ତବ୍ଯରେ କହିଲେ ଯେ ଶ୍ରମଶକ୍ତି ହିଁ ଦେଶର ବୃହତ୍ତର ସ୍ବାର୍ଥର କଲ୍ୟାଣ ସାଧନ ନିମନ୍ତେ ମାପକାଠି। ଖଟିଖିଆ ମାନେହିଁ ଆଜି ଯୁଗର ନିର୍ମାତା। ସର୍ବହରା, ଖଟିଖିଆ, ହତାଶିଆ ଏବଂ ନିର୍ଯାତିତ ଶ୍ରମିକ ମାନେ ଏ ଜାତିର ଅର୍ଥନୀତି ଓ ପ୍ରଗତିଶୀଳତାର ମେରୁଦଣ୍ଡ। ଏମାନଙ୍କୁ ସଚେତନ ଓ ସମାଜକୁ ସଜାଗ କରାଇବାରେ ସାହିତ୍ୟ ଓ ସାହିତ୍ୟିକଙ୍କ ଭୂମିକା ସବୁବେଳେ ରହିଛି। ପ୍ରାରମ୍ଭରେ ସଭାପତି ଶ୍ରୀ ମହାନ୍ତି ସଭାପତିତ୍ବ ଅଭିଭାଷଣ ରଖିଥିବା ବେଳେ ଆବାହକ ଶ୍ରୀ ଦାସ କାର୍ଯ୍ୟକ୍ରମ ପାଳନର ଆବଶ୍ୟକତା ଓ ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ସଂଯୋଜକ ଶ୍ରୀ ରାଉତ ମଇ ଦିବସ ପାଳନକୁ ନେଇ କହିଲେ ଯେ ଶ୍ରମ ଦିବସ ପାଳନ ଏକ ବିଧି ସର୍ବସ୍ଵ ନହୋଇ ଶ୍ରମିକ ମାନଙ୍କ ଉନ୍ନତିରେ ଏକ ସଂକଳ୍ପ ଓ ଆହ୍ବାନର ଦିବସ ହେଉ। ଏହି ଅବସରରେ କବି ମନୋରଞ୍ଜନ ମୁଦୁଲିଙ୍କ କବିତା ପୁସ୍ତକ ‘ ଅଜଣା ଫୁଲର ମହକ’କୁ ଅତିଥି ମାନେ ଉନ୍ମୋଚନ କରିବା ସହ ସମାଜସେବୀ ହରିହର ରାଉତରାୟଙ୍କୁ ଶ୍ରମିକ ବଂଧୁ ସମ୍ମାନ, କୁଞ୍ଜବିହାରୀ ରାଉତ, ରାମକୃଷ୍ଣ ତ୍ରିପାଠୀ, ପ୍ରଣତୀ ବେହେରା, ମନୋରଞ୍ଜନ ମୁଦୁଲି ଓ ଆଶିଷ କୁମାର ଗଡନାୟକଙ୍କୁ ସାରସ୍ବତ ସମ୍ମାନ ୨୦୨୨ରେ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ମାନପତ୍ର ପାଠ କରିଥିଲେ ଯୁବକବି ଅଶୋକ ରାଉତ। ମୁଖ୍ୟ ଅତିଥି ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ମା’ଙ୍କ ଅସୁସ୍ଥତା ପାଇଁ ଅନୁପସ୍ଥିତ ରହିବାରୁ ତାଙ୍କ ଭିଡିଓ ବାର୍ତ୍ତା ପଠନ କରାଯାଇଥିଲା। ପ୍ରଗତିଶୀଳ କବିତା ପାଠୋତ୍ସବରେ ସର୍ବଶ୍ରୀ ପ୍ରଶାନ୍ତ କୁମାର ପତି,ଆର୍ତ୍ତତ୍ରାଣ ମହାପାତ୍ର, ମୀନକେତନ ପଶାୟତ, ବଳରାମ ରାଉଳ,ଅଭିରାମ ପ୍ରଧାନ, ମିତା ପ୍ରଧାନ, ପ୍ରକାଶ ଚନ୍ଦ୍ର ସେଠୀ, ଉପେନ୍ଦ୍ର ବସ୍ତିଆ,ଅଶୋକ ରାଉତ, ପ୍ରଣତୀ ବେହେରା, କୁଞ୍ଜବିହାରୀ ରାଉତ, ରଙ୍କନିଧୀ ସେଠୀ, ତ୍ରିଲୋଚନ ସ୍ବାଇଁ ପ୍ରମୁଖ କବିତା ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଟୋ ଆସୋସିଏସନ୍ ର ସଂପାଦକ ଭୁବନ ବେହେରା, ଗିରିଶ ନାୟକ, ସୈନ୍ୟାସୀ ଦାସ, ହରି ବାହାଦୁର, ବାସୁ ବାନାର୍ଜୀ, ଲକ୍ଷ୍ମୀଧର ନାୟକ,ଚନ୍ଦ୍ରଭାନୁ ରାଉତ, ଡଃ ସୁମନ ଦତ୍ତ, ବିଶ୍ବଭୂଷଣ ମହାପାତ୍ର, ସୌମେନ୍ଦ୍ର ଭୁୟାଁ, ବିରେନ୍ଦ୍ର ଟୁଡୁ, ଅଲେଖ ଚନ୍ଦ୍ର ନାୟକ, ଲିପି ଘୋଷ, ଲିଜା ମହାରଣା, ମୁକ୍ତା ଛତ୍ରିଆ, ହେମନ୍ତ ବେହୁରା, ଗଙ୍ଗାଧର ପୁହାଣ, ଇନାମୁଦିନ ଖାନ,ବିଭୁତି ଭୂଷଣ ଦାସ, ଅର୍ଣ୍ଣବ ରାଜ ସିଂହ, ଗୌତମ ବଡା, ପି ଆରୋରା,ଏଚ କେ ନାୟକ, ଡି ଏନ୍ ପୃଷ୍ଟି, ସ୍ମୃତିରଂଜନ ଚୌଧୁରୀ, ସୀମାଞ୍ଚଳ ସ୍ବାଇଁ, ସନ୍ତୋଷ ନାୟକ, ହରିହର ସାହୁ,ମାନସ ପ୍ରିତମ ରାଉତ, ଅଶୋକ କୁମାର ନାୟକ, ରାଜେନ୍ଦ୍ର କୁମାର ନାୟକ, ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଲୋକଙ୍କ ଗୁହାରି ଶୁଣିଲେ ରେଲୱେ ବୋର୍ଡ୍ କର୍ତ୍ତୃପକ୍ଷ 

ପାରଳାଖେମୁଣ୍ଡି ଏସିଏଫଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!