ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାସନ ର ଉଦ୍ୟମ ପରେ ତେଲେଙ୍ଗାନା ରୁ ଗାଁ କୁ ଫେରିଲେ ବନ୍ଧକ ଦାଦନ ଶ୍ରମିକ

କୋକସରା,୬/୭- ( ମ ନି ସ ) ତେଲେଙ୍ଗାନା ରାଜ୍ୟରେ କଳାହାଣ୍ଡି,ବଲାଙ୍ଗୀର ଜିଲ୍ଲା ର ଦାଦନ ଶ୍ରମିକ ବନ୍ଧକ ଘଟଣାର ଭିଡ଼ିଓ ଭାଇରାଲ ସହ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ବୁଧବାର ନିଜ ଭିଟାମାଟି କୁ ଫେରିଛନ୍ତି ବନ୍ଧକ ଦାଦନ ଶ୍ରମିକ। ସୂଚନା ଅନୁସାରେ କଳାହାଣ୍ଡି କୋକସରା ଓ ଧର୍ମଗଡ ବ୍ଲକ ର ୨ ଦାଦନ ଶ୍ରମିକ ସମେତ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର ଦାଦନ ଶ୍ରମିକ ପରିବାରଙ୍କୁ ବଲାଙ୍ଗୀର ଜିଲ୍ଲାର ବେଣୁ ଦାସ ନାମକ ଜଣେ ଦାଦନ ସର୍ଦ୍ଦାର ତେଲେଙ୍ଗାନା ରାଜ୍ୟର ରଙ୍ଗାରେଡି ଜିଲ୍ଲା କବାଡିପଲ୍ଲୀ ଗ୍ରାମର କେ. ଭେଙ୍କଟେଶ୍ୱର ନାମକ ଏକ ଇଟାଭାଟି ଠିକାଦାର ନିକଟରେ ବନ୍ଧକ ଭାବେ ଛାଡି ଦେଇଥିଲେ। ଦୀର୍ଘ ୭ ମାସ କାମ କରିବା ପରେ ମଧ୍ୟ କୌଣସି ପାରିଶ୍ରମିକ ନ ଦେଇ ଘର କୁ ମଧ୍ୟ ଛାଡି ନ ଥିଲେ । ପାରିଶ୍ରମିକ କିମ୍ବା ଘରକୁ ଯିବାକୁ କହିଲେ ନିର୍ଯ୍ୟାତନା ଦେଉଥିଲା ଇଟାଭାଟି ମାଲିକ । ଏପରି ସ୍ଥିତିରେ ବନ୍ଧକ ପଡିଥିବା ଧର୍ମଗଡ ବ୍ଲକ ବେହେରାଗୁଡା ଗ୍ରାମର ଶ୍ରମିକ ସୁରେନ୍ଦ୍ର ନାଏକ ଓ କୋକସରା ବ୍ଲକ ର ଅନାଥ ପରାଭୋଇ ନିର୍ଯ୍ୟାତନା ଓ ବନ୍ଧକ ପଡିଥିବା ନେଇ ଏକ ଭିଡ଼ିଓ ନିଜ ଅଞ୍ଚଳ ର ଗଣମାଧ୍ୟମ ପ୍ରତିନିଧି ଙ୍କୁ ପଠାଇବା ପରେ ଘଟଣା ଟି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇ ପ୍ରସାରଣ ହେବାପରେ ଧର୍ମଗଡ ଉପଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ ଙ୍କୁ ବନ୍ଧକ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ଶ୍ରମ ବିଭାଗ ତେଲେଙ୍ଗାନା ପ୍ରଶାସନ ଙ୍କ ସହ ଯୋଗାଯୋଗ କରି ସ୍ଥାନୀୟ ପୋଲିସ ସହାୟତା ରେ ଉଦ୍ଧାର କରି ଏକ ଯାତ୍ରୀବାହୀ ବସ ରେ ଶ୍ରମିକ ମାନଙ୍କୁ ନିଜ ଭିଟାମାଟିକୁ ପଠାଇଛି। ବୁଧବାର ନିଜ ଭିଟାମାଟି କୁ ଫେରିବା ପରେ ଗଣମାଧ୍ୟମ ଓ ପ୍ରଶାସନ କୁ କୃତଜ୍ଞତା ଜଣାଇଛନ୍ତି ଉଦ୍ଧାର ହୋଇଥିବା ଶ୍ରମିକ।

Related posts

ନର୍ମଦା ନାୟକ ଙ୍କ କବିତା ପ୍ରକୃତିରାଣୀ

Sunil Chandra Nayak

ଆର ପାରି ରେ ବରିଷ୍ଠ ସମାଜସେବୀ ମଧୁସୂଦନ ନାୟକ

Sunil Chandra Nayak

ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦ ପକ୍ଷରୁ” ସଂପର୍କ ର ନଦୀ ତୀରେ”କାର୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!