ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଦ୍ୟପାନ ଭଳି ତମାଖୁ ସେବନରେ ଓଡିଶା ଆଗରେ…

ଜାତୀୟ ସ୍ୱାସ୍ଥ୍ୟ ଓ ପରିବାର ସର୍ବେକ୍ଷଣର ରିପୋର୍ଟ, ବର୍ଷକୁ ଯାଉଛି ୩୦ ହଜାରରୁ ଅଧିକ ଜୀବନ.

କେବଳ ମଦ୍ୟପାନରେ ନୁହେଁ ବରଂ ତମାଖୁ ସେବନରେ ବି ଆଗରେ ରହିଛି ଓଡ଼ିଶା । ସଦ୍ୟ ପ୍ରକାଶିତ ଜାତୀୟ ସ୍ୱାସ୍ଥ୍ୟ ଓ ପରିବାର ସର୍ବେକ୍ଷଣର ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଜାତୀୟ ହାର ତୁଳନାରେ ପ୍ରାୟ ୧୪ ପ୍ରତିଶତ ଅଧିକ ପୁରୁଷ ଓଡିଶାରେ ତମାଖୁ ସେବନ କରୁଛନ୍ତି । ସେହିପରି ଯଦି ମହିଳାଙ୍କ କଥା କହିବା, ତାହାଲେ ଜାତୀୟ ହାର ତୁଳନାରେ ୧୭ ପ୍ରତିଶତ ଅଧିକ ମହିଳା ଓଡିଶାରେ ତମାଖୁ ସେବନ କରୁଛନ୍ତି ।ତମାଖୁ ଦ୍ୱାରା ପ୍ରତିବର୍ଷ ହଜାର ହଜାର ଲୋକେ କ୍ୟାନସର ଭଳି ମାରାତ୍ମକ ରୋଗରେ ମୃତ୍ୟୁବରଣ କରୁଛନ୍ତି । ଅନ୍ୟ କେତେକ ରାଜ୍ୟ ଭଳି ଓଡ଼ିଶା ୨୦୧୩ରୁ ତମାଖୁ ନିଷେଧ କରିଥିଲେ ବି କୋର୍ଟ କଚେରୀରେ ମାମଲା ଗଡ଼ିବା ପରେ ରାଜ୍ୟରେ ତମାଖୁ ନିଷେଧ ସଂପୂର୍ଣ୍ଣ ବିଫଳ ହୋଇଛି । ଏବେ ଖୁଲମଖୁଲା ସବୁ ଜାଗାରେ ତମାଖୁଯୁକ୍ତ ଗୁଟଖା ମିଳୁଛି ।

ତମାଖୁ ସେବନରେ ଓଡିଶା ଆଗରେ

– ଭାରତରେ ୩୮% ପୁରୁଷ ତମାଖୁ ସେବନ କରୁଥିବାବେଳେ ଓଡ଼ିଶାରେ କରୁଛନ୍ତି ୫୧.୬%

– ଜାତୀୟ ହାର ତୁଳନାରେ ଓଡ଼ିଶାରେ ପ୍ର୍ରାୟ ୧୪% ଅଧିକ ପୁରୁଷ ତମାଖୁ ସେବନ କରୁଛନ୍ତି

– ଭାରତରେ ୮.୯% ମହିଳା ତମାଖୁ ସେବନ କରୁଥିବାବେଳେ ଓଡ଼ିଶାରେ କରୁଛନ୍ତି ୨୬% ମହିଳା

– ଜାତୀୟ ହାର ତୁଳନାରେ ୧୭% ଅଧିକ ମହିଳା ତମାଖୁ ସେବନ କରୁଛନ୍ତି

– ତମାଖୁ ସେବନ କାରଣରୁ ବର୍ଷକୁ ଭାରତରେ ପ୍ରାୟ ୧୩ ଲକ୍ଷ ଲୋକ କ୍ୟାନସର ଭଳି ବିଭିନ୍ନ ରୋଗରେ ମୃତ୍ୟୁବରଣ କରୁଛନ୍ତି

– ଓଡ଼ିଶାରେ ବର୍ଷକୁ ପ୍ରାୟ ୩୦ ହଜାର ଲୋକଙ୍କ ତମାଖୁ ସେବନରେ ମୃତ୍ୟୁ ଘଟୁଛି

– ଓଡ଼ିଶାରେ ୪୩% ଲୋକ ବିଭିନ୍ନ ଆକାରରେ ତମାଖୁ ସେବନ କରୁଛନ୍ତି

– ପ୍ରତି ବର୍ଷ ଓଡ଼ିଶାରେ ପ୍ରାୟ ୧୦ ହଜାର ନୂଆ ମୁଖଗହ୍ୱର କର୍କଟ ରୋଗୀ ସୃଷ୍ଟି ହେଉଛନ୍ତି ବୋଲି ପ୍ରକାଶ ପାଇଛି।

ଵିଦ୍ୟାଧର ସାହୁଙ୍କ(ସଂଗୃହୀତ)ରିପୋର୍ଟ….

Related posts

ସାହିତ୍ୟ ଅଗଣା

Sunil Chandra Nayak

ନବ କୁମାର ଦାସ ଙ୍କ କବିତା ପ୍ରୀତି ସକାଳର ଛୁଆଁ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଯୌବନ

Sunil Chandra Nayak

Leave a Comment

error: Content is protected !!