ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଲିଗୁଡ଼ାରେ ଚୈତ୍ର ପର୍ବ ପାଳିତ

ଚିଲିଗୁଡ଼ା ( ମ ନି ସ)  : ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମରେ ଆଜି ମା ଠାକୁରାଣୀ ଦେବୀଙ୍କ ଚୈତ୍ର ପର୍ବ ମହା ସମାରୋହରେ ପାଳିତ ହୋଇଯାଇଛି ।ଆଜି ସର୍ବ ପ୍ରଥମେ ଗ୍ରାମର ଗୋନ୍ତିଆ ଙ୍କ ଘରୁ ଘଟ ଯାତ୍ରା ବାହାରି ଗଣା ଘରକୁ ଆସିଥାନ୍ତି ।ଗଣା ଘରେ ଘଟ ଯାତ୍ରାର ପୂଜାର୍ଚ୍ଚନା ପରେ ଘଟ ଯାତ୍ରା ଆରମ୍ଭ ହୋଇଥାଏ ।ଏହା ପରେ ଗ୍ରାମର ସମସ୍ତଙ୍କ ଘରଜୁ ଘର ବୁଲି ନଗର ପରିକ୍ରମା କରି  ମା  ଠାକୁରାଣୀ ଙ୍କ ଘଟ ପୂଜା ପାଇଥାନ୍ତି ।ଗ୍ରାମର ପୁଝ।ରି ଏହି ଦିନରେ ସମସ୍ତ ଦେବା ଦେବୀଙ୍କୁ ପୂଜା କରିଥାନ୍ତି ।ଘଟ ଯାତ୍ରା ଶେଷ ପରେ ସନ୍ଧ୍ୟାରେ ମ।ଠାକୁରାଣୀ ଘଟ ମନ୍ଦିରକୁ ଯାଇ ଥାଏ ।ସେଠାରେ ମାନସିକ କରି ଥିବା ଲୋକେ କୁକୁଡ଼ା ,ପାରା ,ଗଡର। କୁ ବଳି ଦେଇଥାନ୍ତି ।ଘଟ ଯାତ୍ରା ସମୟରେ ଗ୍ରାମର ଗୋନ୍ତିଆ , ପୁଝ।ରି ,ଗଣା ଏବଂ ଜନସାଧାରଣ ସାମିଲ ହୋଇ ଥାନ୍ତି । ସୁନ୍ଦର ମୋହନ ଛ ତ୍ରିଆ ,ଚିଲିଗୁଡା

Related posts

ଓଡ଼ିଶାର ଏକ ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ ଅଥବା ପଢୁଆଁଷ୍ଟମୀ

Sunil Chandra Nayak

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର….

Sunil Chandra Nayak

ବାଲେଶ୍ବର – ବିଦ୍ଯୁତ୍ କର୍ମଚାରୀଙ୍କ ଅବହେଳାରୁ ଚାଲିଗଲା ଜୀବନ

Leave a Comment

error: Content is protected !!