ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ଦୀପର ଦୀପାବଳୀ

   ଦୀପର ଦୀପାବଳୀ

ଧରମ-ସଂସ୍କୃତି-ଐତିହ୍ୟ ଏଇ ମରତ ତଳେ
ସତ୍ୟ-ଧର୍ମ-ଶାନ୍ତି ପ୍ରେମର ଦେଶ ଭାରତ କୋଳେ 
ସନାତନ ଧର୍ମେ କାର୍ତ୍ତିକ କୃଷ୍ଣପକ୍ଷ ଆସିଲେ 
ଦୀପରେ ଦୀପାଳୀ ସଜେଇ ଅମାବାସ୍ୟା ରେ ଜଳେ |(୧)
ଆଲୁଅର ଏଇ ତିହାର ପ୍ରତୀକ ବିଜୟର 
ଲଙ୍କେଶକୁ ନାଶି ଫେରିଲେ ରାମ ଅଯୋଧ୍ୟାପୁର 
ଭୂମିସୁତା -ଭ୍ରାତା ଲକ୍ଷ୍ମଣ ସାଥେ ରାମଚନ୍ଦର
ଆନନ୍ଦ ମନରେ ଫେରିଲେ ଛାଡ଼ି ଲଙ୍କା ନଅର |(୨)
ଅସତ୍ୟ ଉପରେ ସର୍ବଦା ହୁଏ ଜୟ ସତ୍ୟର 
ତିମିରକୁ ନାଶେ ଉଦୀପ୍ତ ଦୀପାଳୀ ଯେ ଦୀପର 
ପାପକୁ ପୁଣ୍ୟ ଯେ ଜିତଇ ଏଇ କଥାଟି ସାର 
ଅମାବାସ୍ୟା ଦିଏ ସନ୍ଦେଶ ପାବନ କାର୍ତ୍ତିକର |(୩)
ଏଇଦିନେ କାଳୀ ମାତାଙ୍କ ପୁଣି ଲକ୍ଷ୍ମୀ ପୂଜନ  
ନିର୍ବାଣ ଦୀପାଳୀ ଜାଳନ୍ତି ମାନି ଧର୍ମ ଜଇନ
ଗଉତମ ବୁଦ୍ଧ ସ୍ତୁପରେ ଜଳେ ଦୀପ ଦୀପାଳୀ
ଆନନ୍ଦ ଉଲ୍ଲାସ ମନରେ ଏଇ ପରବ ପାଳି |(୪) 
ଏଇଦିନ ଦୀପ ଦୀପାଳୀ ଜାଳି ଉର୍ଦ୍ଧ୍ଵକୁ ଟେକି 
ପୁର୍ବପୁରୁଷଙ୍କ ଆତ୍ମାକୁ ଦେଖାଇ ଦୀପ ଜ୍ୟୋତି 
ସମୟ ସ୍ରୋତରେ ଆନନ୍ଦ ଏଇ ଟିକକ ପାଇଁ
ଫଟକରା ବିଷ୍ପୋରଣ ଯେ ସର୍ବେ କରନ୍ତି ନେଇ |(୫)
ମାଟିଦୀପ ଶିଖା ଆଲୁଅ ନାଶେ ଭୂତାଣୁ ଯେତେ
ପରିବେଶ ରହେ ନିର୍ମଳ ଦୀପ ଜ୍ୟୋତିରେ ସତେ 
ଚାଲ ସର୍ବେ ମିଶି ଏ ପର୍ବ ହରଷରେ ପାଳିବା 
ପ୍ରଦୂଷଣ କୁ ଯେ ରୋକିଣ ମାଟି ଦୀପ ଜାଳିବା |(୬)

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର

ଜୁନାଗଡ଼ ( କଳାହାଣ୍ଡି)
ଜନ୍ମଭୂମି:- ମଣ୍ଡଳ ( ବଲାଙ୍ଗୀର)

Related posts

ଚନ୍ଦ୍ରକଳା ଦେବୀ ଙ୍କ କବିତା ହେ ପ୍ରଭୁ ପରମେଶ୍ୱର

କେତେବେଳେ ହନୁମାନ ତୁଳସୀ ଦାସଙ୍କ ସମ୍ମୁଖରେ ପ୍ରକଟ ହେଲେ

Sunil Chandra Nayak

ଆକାଶବାଣୀ ରାଉରକେଲା କେନ୍ଦ୍ରର ଦୁର୍ଗାପୁର ପାହାଡ଼ ସ୍ଥିତ ଟ୍ରାନ୍ସମିଟରଠାରେ ଜାତୀୟ ପତାକା ଉତ୍ତୋଳିତ

Sunil Chandra Nayak

Leave a Comment

error: Content is protected !!