Uncategorizedଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ଦୀପର ଦୀପାବଳୀ by Sunil Chandra NayakOctober 24, 20220114 Share0 ଦୀପର ଦୀପାବଳୀ ଧରମ-ସଂସ୍କୃତି-ଐତିହ୍ୟ ଏଇ ମରତ ତଳେ ସତ୍ୟ-ଧର୍ମ-ଶାନ୍ତି ପ୍ରେମର ଦେଶ ଭାରତ କୋଳେ ସନାତନ ଧର୍ମେ କାର୍ତ୍ତିକ କୃଷ୍ଣପକ୍ଷ ଆସିଲେ ଦୀପରେ ଦୀପାଳୀ ସଜେଇ ଅମାବାସ୍ୟା ରେ ଜଳେ |(୧) ଆଲୁଅର ଏଇ ତିହାର ପ୍ରତୀକ ବିଜୟର ଲଙ୍କେଶକୁ ନାଶି ଫେରିଲେ ରାମ ଅଯୋଧ୍ୟାପୁର ଭୂମିସୁତା -ଭ୍ରାତା ଲକ୍ଷ୍ମଣ ସାଥେ ରାମଚନ୍ଦର ଆନନ୍ଦ ମନରେ ଫେରିଲେ ଛାଡ଼ି ଲଙ୍କା ନଅର |(୨) ଅସତ୍ୟ ଉପରେ ସର୍ବଦା ହୁଏ ଜୟ ସତ୍ୟର ତିମିରକୁ ନାଶେ ଉଦୀପ୍ତ ଦୀପାଳୀ ଯେ ଦୀପର ପାପକୁ ପୁଣ୍ୟ ଯେ ଜିତଇ ଏଇ କଥାଟି ସାର ଅମାବାସ୍ୟା ଦିଏ ସନ୍ଦେଶ ପାବନ କାର୍ତ୍ତିକର |(୩) ଏଇଦିନେ କାଳୀ ମାତାଙ୍କ ପୁଣି ଲକ୍ଷ୍ମୀ ପୂଜନ ନିର୍ବାଣ ଦୀପାଳୀ ଜାଳନ୍ତି ମାନି ଧର୍ମ ଜଇନ ଗଉତମ ବୁଦ୍ଧ ସ୍ତୁପରେ ଜଳେ ଦୀପ ଦୀପାଳୀ ଆନନ୍ଦ ଉଲ୍ଲାସ ମନରେ ଏଇ ପରବ ପାଳି |(୪) ଏଇଦିନ ଦୀପ ଦୀପାଳୀ ଜାଳି ଉର୍ଦ୍ଧ୍ଵକୁ ଟେକି ପୁର୍ବପୁରୁଷଙ୍କ ଆତ୍ମାକୁ ଦେଖାଇ ଦୀପ ଜ୍ୟୋତି ସମୟ ସ୍ରୋତରେ ଆନନ୍ଦ ଏଇ ଟିକକ ପାଇଁ ଫଟକରା ବିଷ୍ପୋରଣ ଯେ ସର୍ବେ କରନ୍ତି ନେଇ |(୫) ମାଟିଦୀପ ଶିଖା ଆଲୁଅ ନାଶେ ଭୂତାଣୁ ଯେତେ ପରିବେଶ ରହେ ନିର୍ମଳ ଦୀପ ଜ୍ୟୋତିରେ ସତେ ଚାଲ ସର୍ବେ ମିଶି ଏ ପର୍ବ ହରଷରେ ପାଳିବା ପ୍ରଦୂଷଣ କୁ ଯେ ରୋକିଣ ମାଟି ଦୀପ ଜାଳିବା |(୬) ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଜୁନାଗଡ଼ ( କଳାହାଣ୍ଡି) ଜନ୍ମଭୂମି:- ମଣ୍ଡଳ ( ବଲାଙ୍ଗୀର)