ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲାପାଳ ଙ୍କ ଅଭିନବ ପଦକ୍ଷେପ : ବ୍ଲକ ସ୍ତର ରେ ସମସ୍ତ ବିଭାଗୀୟ ସ୍କିମ୍ ର ସଫଳ ରୂପାୟନ ପାଇଁ ଟାଉନ୍ ହଲ୍ ରେ ଜିଲ୍ଲାସ୍ତରୀୟ ସମନ୍ନୟ ବୈଠକ

ଭବାନୀପାଟଣା( ମ ନି ସ)ତା: ୧୯.୧୧.୨୦୨୨ :- ଆଜି ସ୍ଥାନୀୟ ଟାଉନ୍ ହଲ୍ ଠାରେ ଜିଲ୍ଲପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ପ୍ରଥମ ଥର ପାଇଁ ବ୍ଲକ ସ୍ତର ରେ ବିଭିନ୍ନ ବିଭାଗୀୟ ସ୍କୀମର ସଫଳ ରୂପାୟନ ପାଇଁ ଜିଲ୍ଲାସ୍ତରୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସଚିନ ପାୱାର ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ । ପ୍ରୋଜେକ୍ଟର ସ୍ଲାଇଡ୍ ମାଧ୍ୟମରେ କୃଷି, ଉଦ୍ୟାନ, ଜଳଛାୟା ଓ କଫି ଉନ୍ନୟନ, ପ୍ରାଣୀ ସମ୍ପଦ, ଜୀବିକା ମିଶନ୍, ମିଶନ ଶକ୍ତି, ଶିଳ୍ପ, କର୍ମ ନିୟୋଜନ ଓ ଦକ୍ଷତା ବିକାଶ, ମଙ୍ଗଳ, ଓରମାସ୍, ମନରେଗା, ଆଦିବାସୀ ଉନ୍ନୟନ, ଶ୍ରମ, ଦକ୍ଷତା, ସଂସ୍କୃତି, କ୍ରୀଡା, ଶିଶୁ ସୁରକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ବିଭାଗ ର ବିଭିନ୍ନ ଜନ ଶିବିର, କଲ୍ୟାଣକାରୀ ସ୍କିମ ରେ ଲୋକଙ୍କ ସହଭାଗିତା, ହିତାଧିକାରୀଙ୍କ ଲାଭ ଓ ଅଧିକ ରୁ ଅଧିକ ଜନ ସଚେତନତା ଆଣିବା ତଥା ବ୍ଲକ୍ ସ୍ତରରେ ଅବସ୍ଥାପିତ ବ୍ଲକ୍ ସ୍ତରର ଅଧିକାରୀ ଏହି ଯୋଜନା କୁ ଜାଣି କିଭଳି ଲୋକଙ୍କୁ ସଚେତନ କରିବେ ଏବଂ ହିତାଧିକାରୀଙ୍କ ଚୟନ କରିବେ ତା ଉପରେ ଦୀର୍ଘ ୫ ଘଣ୍ଟା ଧରି ବିସ୍ତୃତ ଭାବେ ପ୍ରଦର୍ଶନ କରାଗଲା । ପ୍ରତ୍ୟେକ ବିଭାଗର ବିଭିନ୍ନ ସ୍କିମ ଉପରେ ସମ୍ପୃକ୍ତ ବିଭାଗୀୟ ଉପସ୍ଥିତ ସମସ୍ତ ବ୍ଲକ ଅଧିକାରୀଙ୍କୁ ବୁଝାଇଥିଲେ । ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ସ୍କୀମ ପ୍ରଦର୍ଶନ କରୁଥିବା ବିଭାଗୀୟ ଅଧିକାରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଅନ୍ୟାନ୍ୟ ବ୍ଲକ୍ ସ୍ତରର ଅଧିକାରମାନଙ୍କ ଠାରୁ ଜାଣିବା ପାଇଁ ଉତ୍ତର ଲୋଡ଼ି ଥିଲେ । ସରକାରଙ୍କ ଦ୍ଵାରା ପ୍ରଣୟନ ବିଭିନ୍ନ ଯୋଜନା କୁ ଲୋକେ ଜାଣନ୍ତୁ, ଲାଭ ଉଠାନ୍ତୁ ତଥା ଲକ୍ଷ୍ୟ ଧାର୍ଯ୍ୟ ପୂରଣ ହେଉ , ଏହା ହିଁ ସମନ୍ନୟ ବୈଠକର ମୂଳ ଉଦ୍ଦେଶ୍ୟ ।କୃଷି ବିଭାଗ ର ଓଡ଼ିଶା ମିଲେଟ୍ ମିଶନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ସମନ୍ୱିତ କୃଷି, କୃଷକ ଓଡ଼ିଶା ପୋର୍ଟାଲ୍, ଗୋ ସୁଗମ, ଉଦ୍ୟାନ ବିଭାଗ ର ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ଖାଦ୍ୟ ଯୋଜନା, ମହିଳା ସ୍ଵଂୟ ସହାୟକ ଗୋଷ୍ଠୀଙ୍କ ସହଭାଗିତା, ମୃତ୍ତିକା ସଂରକ୍ଷଣ ତରଫରୁ କଳାହାଣ୍ଡିରେ କଫି ଉନ୍ନୟନ, ମନରେଗା ପୋଖରୀ, ପ୍ରାଣୀ ସମ୍ପଦ ବିଭାଗ ତରଫରୁ ବ୍ରୟଲର ଫାର୍ମ, ଲେୟର ଫାର୍ମ, ଛେଳି ଚାଷ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗରେ ପଶୁ ପାଳନ, ମତ୍ସ୍ୟ ବିଭାଗରୁ ପୋଖରୀ ଯୋଜନା, ବ।ୟୋ ଫ୍ଲକ୍ ଯୋଜନା, ମିଶନ ଶକ୍ତି ବିଭାଗର ଗୋଷ୍ଠୀ ଋଣ, ମିଶନ ଶକ୍ତି କାଫେ, ମିଶନ ଶକ୍ତି ଗୃହ, ଜୀବିକା କାର୍ଯ୍ୟ ସ୍ଥଳୀ, ନିୟୋଜନ ଓ ଦକ୍ଷତା ତରଫ ରୁ ପ୍ରଧାନମନ୍ତ୍ରୀ କର୍ମ ନିଯୁକ୍ତି ଯୋଜନା, ମାଇକ୍ରୋ ଫୁଡ୍ ପ୍ରୋସେସିଂ , ଜିଲ୍ଲା ଦକ୍ଷତା ବିକାଶ, ଯୋଜନା, ଜବ ଡ୍ରାଇଭ୍, ଜନ ଶିକ୍ଷା ସଂସ୍ଥାନ, ଆତ୍ମନିଯୁକ୍ତି ତାଲିମ୍, ମଙ୍ଗଳ ବିଭାଗ ତରଫରୁ ବିଭିନ୍ନ ପ୍ରୋତ୍ସାହନ ଶିକ୍ଷା ବୃତ୍ତି, ଶ୍ରମ ବିଭାଗ ତରଫରୁ ଶ୍ରମ କାର୍ଡ, ଶ୍ରମ କାର୍ଡ ଧାରୀଙ୍କ ପାଇଁ କଲ୍ୟାଣ ଯୋଜନା ଓ ସହାୟତା କ୍ରୀଡା ବିଭାଗ ତରଫରୁ ମିନି ଷ୍ଟାଡିୟମ, ଯୁବ ଉତ୍ସବ, କ୍ରୀଡାର ବିକାଶ ତଥା ପଞ୍ଚାୟତ ସ୍ତରରୁ ଖେଳ କୁଦ ପ୍ରତିଯୋଗିତା, ଶିଶୁ ସୁରକ୍ଷା ବିଭାଗ ତରଫରୁ ବିଜୁ ଶିଶୁ ସୁରକ୍ଷା ଯୋଜନା, ଆଶୀର୍ବାଦ, ବେଟି ବଚାଓ ବେଟି ପଢ଼ାଓ, ପୋଷ୍ୟ ସନ୍ତାନ ଏଭଳି ବିଭିନ୍ନ ବିଭାଗର ବିଭିନ୍ନ କଲ୍ୟାଣ ମୂଳକ ଯୋଜନା ପ୍ରଦର୍ଶିତ ହୋଇଥିଲା ।ସଭାରେ ସି.ଡି.ଏମ.ଓ, ସି.ଡି.ଏ.ଓ , ଡି.ଡି.ଏଚ୍, ଡି.ଏଫ୍.ଓ, ଡି.ଏସ.ଡବ୍ଲୁ.ଓ, ଡି.ଡବ୍ଲୁ.ଓ, ଡି.ସି.ପି.ଓ, ଡି.ଏସ.ଓ, ଡି.ଇ.ଓ, ଓର୍ମ।ଶ୍ ,ଡି.ପି.ଏମ, ( ଓ.ଏଲ.ଏମ୍), ଡି.ପି.ଏମ ( ମିଶନ ଶକ୍ତି), ଜି.ଏମ ( ଡି.ଆଇ.ସି), ଡି.ଆଇ.ପି.ଆର୍.ଓ, ପି.ଏ ( ଆଇ.ଟି.ଡି.ଏ) , ଡି.ସି.ଓ, ଡି.ପି.ଏମ., ଏନ୍.ଏଚ୍.ଏମ, ସମସ୍ତ ବ୍ଲକ୍ ର ବି.ଡି.ଓ, ସି.ଡ଼ି.ପି.ଓ, ବ୍ଲକ ସ୍ତରର ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସଭାଟିକୁ ପରିଚାଳନା କରିଥିଲେ ଡି ଡି ( ପ୍ଲାନିଁଙ୍ଗ), ଡି ପି ଏମ ୟୁ, ଶ୍ରୀକାନ୍ତ ଦଳେଇ । ବୈଠକ କୁ ସଫଳ କରିବାରେ ଇ-ଗଭର୍ଣଂ।ସ୍ ମ୍ୟାନେଜର ସଂଜିବ ଚୌଧୁରୀ , ଜୀବିକା ଏକ୍ସ୍ପର୍ଟ କୁମୁଦିନୀ ମିଶ୍ର, ଟି.ଏଲ.(ଡୁଡା), ବିମଳ କୁମାର ସାହୁ ସହଯୋଗ କରିଥିଲେ।

Related posts

ଆବାସ ଯୋଜନା ସାତ ସପନ, ପଲିଥିନ କୁଡ଼ିଆରେ ଦିନ କାଟୁଛନ୍ତି ବେଣୁଧର

Sunil Chandra Nayak

ପିଞ୍ଛାବଣିଆ ଗୁରୁକୁଳ ଆଶ୍ରମରେ ସମ୍ମାନ ସମାରୋହ ଦିବସ ପାଳିତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଶଙ୍ଖା ଓ ସିନ୍ଦୁର

Leave a Comment

error: Content is protected !!