ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଧବା ମହିଳାଙ୍କ ଉପରେ ୪ ସଦସ୍ୟଙ୍କ ବୋଝ ,ଘର ନାହିଁ ୫ କେଜି ଚାଉଳରେ ବିତୁଛି ଜୀବନ

 ଢେଙ୍କାନାଳ -:   ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ କୁନୁଆଁ ପଞ୍ଚାୟତ କୁନୁଆଁ ଗ୍ରାମର ଜନୈକା ବିଧବା ମହିଳାଙ୍କ ଉପରେ ପରିବାରର ୪ ଜଣଙ୍କ ବୋଝ । ଗରିବ ମହିଳାଙ୍କୁ ସରକାରଙ୍କ ତରଫରୁ ମାତ୍ର ୫ କେଜି ଚାଉଳ ଏବଂ ଭତ୍ତା ମିଳୁଥିବା ବେଳେ ଘର ଖଣ୍ଡିଏ ନଥବାରୁ ୨ଶିଶୁ ଏବଂ ବୃଦ୍ଧ ଶାଶୁ ଶ୍ୱଶୁରଙ୍କୁ ନେଇ ଭଙ୍ଗା ଘରେ ରହୁଥିବାର ଜଣାପଡିଛି ।କୁନୁଆଁ ଗ୍ରାମର ନରେଶ ନାଏକ ଗତ ୧୦ ବର୍ଷ ତଳେ ମୃତ୍ୟୁ ବରଣ କରିଛନ୍ତି । ସ୍ୱାମୀ ଚାଲିଯିବା ପରେ ତାଙ୍କ ବିଧବା ପତ୍ନୀ ଝରଣା ନାଏକ ନିଜର ଦୁଇ ଶିଶୁ ପୁତ୍ର ଚନ୍ଦନ ନାଏକ (୧୦) ଏବଂ ବାଦଲ ନାଏକ(୭)ଙ୍କ ସହତି ବୃଦ୍ଧ ଶାଶୁ ଏବଂ ଶ୍ୱଶୁର ତାଙ୍କ ନିକଟରେ ରହୁଛନ୍ତି । ଘରେ ରୋଜଗାର କରିବାକୁ କେହି ନଥିବା ବେଳେ ସରକାରଙ୍କ ତରଫରୁ ମିଳୁଥିବା ମାସିକ ୫ କେଜି ଚାଉଳ ଏବଂ ୫ଶହ ଟଙ୍କା ଭତ୍ତା ମିଳୁଛି, ବହୁ ଦୁଃଖ କଷ୍ଟରେ ପରିବାର ପ୍ରତି ପୋଷଣ କରୁଥିବା ବେଳେ ଘର ନଥିବାରୁ ଭଙ୍ଗା ଦଦରା ଚାଳ ଘରେ ୫ଜଣ ବସବାସ କରୁଛନ୍ତ ।ବର୍ଷାହେଲେ ଘରେ ପାଣିଗଳୁଛି। ଘର ଖଣ୍ଡେ ପାଇଁ ଝରଣା ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନେକ ଅନୁରୋଧ କଲେ ମଧ୍ୟ କୌଣସି ଫଳ ମିଳିନାହିଁ ।ସରକାରଙ୍କ ତରଫରୁ ଦୁଇ ଶିଶୁଙ୍କ ପାଇଁ ପାଠ ପଢାର ବ୍ୟବସ୍ଥା ସହତି ପରିବାରକୁ ଘର ଖଣ୍ଡେ ଏବଂ ଯୋଗାଇ ଦେବାକୁ ଦାବି ହୋଇଛି ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

କବିତା – କମଳ ଓ କଇଁ

Sunil Chandra Nayak

ଆଶର୍ଯ୍ୟ ହେଲେ ବି ସତ…‘ଦୋସା ପ୍ରିଣ୍ଟର’ ଭାଇରାଲ୍..

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ଅକ୍ଷୟ ତୃତୀୟା 

Leave a Comment

error: Content is protected !!