ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଚିଆ ଗ୍ରାମ ପଞ୍ଚାୟତରେ ଜଳଛତ୍ରର ଅଭାବ

ଗୋଳାମୁଣ୍ଡା/ମସିହା/୧୫/୪/ପ୍ରଚଣ୍ଡ ଖରା,୪୧ଡିଗ୍ରୀ ରେକର୍ଡ କରାଯାଇଛି କଳାହାଣ୍ଡି ଜିଲ୍ଲାରେ ପ୍ରଚଣ୍ଡ ଖରା ଛୁଟୁଛି, ଲୋକେ ପାଣି ପାଇଁ ହା ହତାଶ,ଚଳିତ ବର୍ଷ ନଇଁ ନାଳ, ପୋଖରୀ କୂଳରେ ପାଣି ଶୁଖି ଯାଇଛି,ଲୋକେ ପାନୀୟ ଜଳ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି,ଚିଚିଆ ପଞ୍ଚାୟତର ପଣ୍ଡକୁଳଗ୍ରାମ ନିକଟରେ ଥିବା ତେଲ ନଦୀମୁହାଣ ଠାରେ ତିଆରି କରି ଥିବା ବସୁଧା ଜଳ ମଧ୍ୟ ପଣ୍ଡକୁଳ, ଚିଚିଆ ଙ୍କ ପାଇଁ ନିଅଁଣ୍ଟ,ଏନେଇ ବୁଦ୍ଧି ଯିବି ମହଲରେ କ୍ଷୋଭ ପ୍ରକାଶ ପାଇଛି, ଏଭଳି ସ୍ଥିତିରେ ଚିଚିଆ ଗ୍ରାମ ପଞ୍ଚାୟତ ସ୍ତରରେ ଏପର୍ଯ୍ୟନ୍ତ ଖୋଲିନି ଜଳଛତ୍ର, ବାଟୋଇ ମାନେ କେତେ ଯେ ଅସୁବିଧା ହେଉଛି ତାହା ଦେଖିବା ଲୋକେ ହିଁ ସତ କହିପାରିବେ,ପ୍ରତି ବର୍ଷ ମାର୍ଚ୍ଚ ମାସରେ ଜଳଛତ୍ର ଖୋଳି ଥିବାବେଳେ ଏପ୍ରିଲ ମାସ ଅଧାସରି ଗଲାଣି ହେଲେ ଏ ପ୍ରଯ୍ୟନ୍ତ ଚିଚିଆ ପଞ୍ଚାୟତର କୌଣସି ଗ୍ରାମରେ ଜଳଛତ୍ର ଦେଖିବାକୁ ମିଳୁନାହିଁ,ବୋଧେ ଜଳଛତ୍ର ପାଇଁ ଚଳିତ ବର୍ଷ ଖୋଲା ଯିବ ନାହିଁ କି ବୋଲି ପ୍ରକାଶ ପାଇଛି,ଲୋକଙ୍କ ସମସ୍ୟା ଉପରେ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ପ୍ରତି ଗ୍ରାମର ରାସ୍ତା କଡରେ ଜଳଛତ୍ର ଖୋଲା ଯିବା ପାଇଁ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧି ଯିବି ମହଳରେଦାବି କରିଛନ୍ତି,

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା ପ୍ରତିନିଧି,

Related posts

ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବୃକ୍ଷରୋପଣ

Sunil Chandra Nayak

ବିପିଏଲ ହିତାଧିକାରୀଙ୍କ ଘରୁ ବିଦ୍ଯୁତ କାଟି ଦିଆଗଲା , ଏବେ ହିତାଧିକାରୀ ଅନ୍ଧାର ଘେର ରେ

Sunil Chandra Nayak

ଶ୍ରାବଣ ମାସର ସୋମବାର ରେ ଆଖଣ୍ଡଳମଣିଙ୍କର ବିଶେଷ ପୂଜା

Sunil Chandra Nayak

Leave a Comment

error: Content is protected !!