ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋଟେର ଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଅଧିବାସ ଓ କଳସ ଯାତ୍ରା

କୋକସରା,୧/୧୦-  ( ମ ନି ସ)  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଠାରେ ଦୁର୍ଗା ପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି । ଆଜି ଏଥିପାଇଁ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାରମ୍ପାରିକ ବଜା ବଜାଇ ଗାଁ ମହାଦେବ ପୋଖରୀରୁ ପାଣି ଉଠାଇ ଗାଁ ପରିକ୍ରମା କରିବା ପରେ ପୂଜା ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା । ସେଠାରେ ପହଞ୍ଚିବା ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଆଜି ଅଧିବାସ ପାଇଁ ପୂଜାର୍ଚ୍ଚନା କରାଯାଇଥିଲା । କର୍ତ୍ତା ଭାବେ ଦୁଷ୍ମନ୍ତ ପାଟ୍ଟଯୋଷୀ ଓ ତାଙ୍କ ସହଧର୍ମୀଣୀ ଜ୍ୟୋତ୍ସ୍ନା ମଞ୍ଜରୀ ପାଟ୍ଟଯୋଷୀ ରହିଥିବା ବେଳେ ଆଜିର କଳସ ଯାତ୍ରାରେ ଗାଁର ଶତାଧିକ ମହିଳା ପୁରୁଷ ଉପସ୍ଥିତ ରହିଥିଲେ । ପୂଜାର ବିଭିନ୍ନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଶାରଦୀୟ ଦୁର୍ଗାପୂଜା କମିଟିର ସଭାପତି ଦୁଷ୍ମନ୍ତ ପାଟ୍ଟଯୋଷୀ, ଉପ ସଭାପତି ବିନୋଦ ପଟେଲ, ସମ୍ପାଦକ ସୁଧାରାମ ସରାଫ, ସହ ସମ୍ପାଦକ, କୋଷାଧ୍ୟକ୍ଷ ରାମ ନାରାୟଣ ପୁଝାରୀ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ ।

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଶ୍ରମିକ ଦିବସ

ରଶ୍ମି ରଞ୍ଜିତା ମିଶ୍ର(ରୋଜି) ଙ୍କ କବିତା ଅକୁହା କଥା

Sunil Chandra Nayak

କଲେଜ ସ୍ୱର୍ଣ୍ଣ ଜୟନ୍ତୀ ପାଳନର ସ୍ଥାୟୀ ରଙ୍ଗମଞ୍ଚ ନିର୍ମାଣ ପାଇଁ ସ୍ଥାନ ନିରୂପଣ

Sunil Chandra Nayak

Leave a Comment

error: Content is protected !!