ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିନାକ୍ଷୀ ଧର ଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ

ମିନାକ୍ଷୀ ଥିଲେ ମହିଳା ସଶକ୍ତିକରଣର ପ୍ରତୀକ : ସୌମ୍ୟରଂଜନ

ଭୁବନେଶ୍ବର/ ମିନାକ୍ଷୀ ଧର ଫାଉଣ୍ଡେସନ ଓ ୱାଇଏମଏଫଆଇ ର ମିଳିତ ଆନୁକୂଲ୍ୟରେ ସ୍ବର୍ଗତା ମିନାକ୍ଷୀ ଙ୍କ ପ୍ରଥମ ସ୍ମୃତିଚାରଣ ସଭା ସ୍ଥାନୀୟ ସୂଚନା ଭବନ ସ୍ଥିତ ଗୀତ ଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଆବାହକ ନଳିନୀକାନ୍ତ ଧରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଦୈନିକ ସମ୍ବାଦ ର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏନଆଇଟି, ରାଉରକେଲାର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ସୁନୀଲ ଷଡଙ୍ଗୀ , ବିଶିଷ୍ଟ ସାହିତ୍ୟିକ ତଥା ପ୍ରାକ୍ତନ ଅଧ୍ୟାପକ ବିଭୁତି ଭୂଷଣ ପଣ୍ଡା,ସୁଲେଖିକା ଅର୍ଚନା ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମିନାକ୍ଷୀଙ୍କ ସ୍ମୃତି ଚାରଣ କରିଥିଲେ। ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ କହିଲେ ଯେ ସ୍ମୃତିସଭା ଉତ୍ସବ ମୁଖର ହେଉ। ମିନାକ୍ଷୀ କେବଳ ଶ୍ରେଷ୍ଠ ଉଦଘୋଷିକା ନଥିଲେ ବରଂ ସେ ଏକାଧିକ ସାହିତ୍ୟିକ,ସାମାଜିକ, ସାଂସ୍କୃତିକ, ସ୍ବେଚ୍ଛାସେବୀ ଅନୁଷ୍ଠାନ ସହ ଜଡିତ ରହି ସ୍ବକୀୟ ପ୍ରତିଭା ର ପରିଚୟ ପ୍ରଦାନ କରିଥିଲେ। ସେ ଥିଲେ ମହିଳା ସଶକ୍ତିକରଣ ର ପ୍ରତୀକ।  ସମ୍ମାନିତ ଅତିଥି ପ୍ରଫେସର ଷଡଙ୍ଗୀ,ପ୍ରଫେସର ପଣ୍ଡା କହିଲେ ଯେ ମିନାକ୍ଷୀ ରାଉରକେଲାର ପରିଚୟକୁ ବିସ୍ତାରିତ କରିଥିଲେ। ତାଙ୍କର ପ୍ରତିଭା ଶିଳ୍ପ ନଗରୀ ରାଉରକେଲାରୁ ରାଜଧାନୀ ଭୁବନେଶ୍ଵର ପର୍ଯ୍ୟନ୍ତ ବିସ୍ତାରିତ ହୋଇଥିଲା। ସ୍ବକୀୟ ପ୍ରତିଭାକୁ ବିକଶିତ କରି ସେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଥିଲେ। ପ୍ରାରମ୍ଭରେ ଅଧ୍ୟାପିକା ସୈ।ଦାମିନି ବେହେରା ଅତିଥିଙ୍କ ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମର ସନଚାଳନ କରିଥିଲେ। ପ୍ରାରମ୍ଭରେ ଶ୍ରୀ ଧର ମିନାକ୍ଷୀ ଙ୍କ ସଂପର୍କରେ ବକ୍ତବ୍ଯ ରଖିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଓ୍ବ।ଇଏମ୍ଏଫଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କଣୃଶିଳ୍ପୀ ଜୟଶ୍ରୀ ଧଳ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଡାକ୍ତର ଅର୍ଚ୍ଚନା ନାୟକଙ୍କୁ ସୁଲେଖକା ଭାବେ ମିନାକ୍ଷୀ ଧର ସ୍ମୃତି ସମ୍ମାନ”ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ମିନାକ୍ଷୀ ଧର ଙ୍କ ଉପରେ ଆଧାରିତ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଶଙ୍କର ଜେନାଙ୍କ ସମେତ ବହୁ ସଦସ୍ୟ ଓ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏଥିରେ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ବେଆଇନ ଭାବେ ବିଦେଶୀ ମଦ ଚାଲାଣ ବେଳେ ୨ ଯୁବକ ଗିରଫ ବିଦେଶୀ ମଦ ଜବତ

ଜୟ କୁମାର ମିଶ୍ର ଙ୍କ କବିତା ଘେନ ପୂଜ୍ୟ ପୂଜା

Sunil Chandra Nayak

ଭୁବନେଶ୍ୱର – ଡ଼ଃ ସୁକାନ୍ତି ମିଶ୍ର ପାଇଲେ ଚଳିତ ବର୍ଷର ପ୍ରକୃତି ମିତ୍ର ପୁରସ୍କାର

Leave a Comment

error: Content is protected !!