ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶାରେ ସର୍ବାଧିକ ଜରାଶ୍ରମ – ଭାରତରେ ୫୩୪, ଓଡ଼ିଶାରେ ୮୫

ନୂଆଦିଲ୍ଲୀ : ଦେଶର ସର୍ବାଧିକ ଜରାଶ୍ରମ ଓଡ଼ିଶାରେ ରହିଛି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଦେଶରେ ମୋଟ ୫୩୪ଟି ଜରାଶ୍ରମ ଥିବାବେଳେ କେବଳ ଓଡ଼ିଶାରେ ରହିଛି ୮୫।ଓଡ଼ିଶା ପରେ ଆନ୍ଧ୍ରପ୍ରଦେଶରେ ୭୫, ତାମିଲନାଡ଼ୁରେ ୬୬, ଆସାମରେ ୪୦, କର୍ଣ୍ଣାଟକରେ ୩୯, ମହାରାଷ୍ଟ୍ରରେ ୩୭ ଓ ଉତ୍ତର ପ୍ରଦେଶରେ ୨୮ଟି ଜରାଶ୍ରମ ରହିଛି। ତଥ୍ୟ ଅନୁସାରେ ଓଡ଼ିଶାରେ ଥିବା ୮୫ଟି ଜରାଶ୍ରମରେ ୨୪୦୦ରୁ ଅଧିକ ବୟୋଜ୍ୟେଷ୍ଠ ବ୍ୟକ୍ତି ରହୁଛନ୍ତି। ସେହିଭଳି ଆନ୍ଧ୍ରପ୍ରଦେଶରେ ୨୦୦୦, ତାମିଲନାଡ଼ୁରେ ୧୭୯୫, ଆସାମରେ ୧୨୯୫ ଜଣ ବୃଦ୍ଧବୃଦ୍ଧା ଜରାଶ୍ରମରେ ରହୁଛନ୍ତି। ଏହି ସବୁ ଜରାଶ୍ରମ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏଗୁଡ଼ିକର ସଂଚାଳନା ଏନଜିଓମାନଙ୍କ ଦ୍ବାରା କରାଯାଉଛି। କେନ୍ଦ୍ର ସରକାର ଓଡ଼ିଶାର ଜରାଶ୍ରମ ଗୁଡ଼ିକ ପାଇଁ ୨୦୧୮-୧୯ ରେ ୮.୪୮ କୋଟି ଟଙ୍କା, ୨୦୧୯-୨୦ ରେ ୨୧.୩୭ କୋଟି ଟଙ୍କା ଏବଂ ୨୦୨୧-୨୨ରେ ୧୭.୬୯ କୋଟି ଟଙ୍କା ପ୍ରଦାନ କରିଥିବା ମନ୍ତ୍ରାଳୟର ତଥ୍ୟରୁ ଜଣାପଡ଼ିଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଗୁରୁ ସର୍ବଦା ବନ୍ଦନୀୟ ,ପୁଜନୀୟ: ଜିଲ୍ଲାପାଳ

Sunil Chandra Nayak

ଜନ ମଙ୍ଗଳ ରାସୋଳ ତରଫରୁ ସ୍ୱାସ୍ଥ୍ୟ ସଚେତନ ବାର୍ତ୍ତା

Sunil Chandra Nayak

ରଞ୍ଜିତ କୁ ସାହୁ ଙ୍କ କବିତା ଭିଜା ଗୋଲାପ ର ମହକ

Leave a Comment

error: Content is protected !!