ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଦ୍ୟପ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ / ନ୍ୟାୟ ଦାବିରେ ବିଦ୍ୟାଳୟ ଫାଟକ ଆଗରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଢେଙ୍କାନାଳ:ଗତ ଶନିବାର ବିଦ୍ୟାଳୟରେ ପଶି ଛାତ୍ରଛାତ୍ରୀମାନଙ୍କୁ ମାଡମାରି ମଧ୍ୟାହ୍ନ ଭୋଜନ ଫୋପାଡିବା ସହିତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା ଜଣେ ମଦ୍ୟପ ଯୁବକ । ଏପରି ଘଟଣା ଘଟିଥିଲା ଭୁବନ ବ୍ଲକ ମଠକରଗୋଳା ପଞ୍ଚାୟତ ଅନ୍ତର୍ଗତ ନୂଆସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ମୋଟ ପଚାଷ ଜଣ ଛାତ୍ରଛାତ୍ରୀ ଥିବାବେଳେ ମାତ୍ର ଦୁଇ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷାଦାନ ଦେଉଛନ୍ତି । ତେବେ ଘଟଣାରୁ ଜଣାଯାଏ ଯେ ଗତ ଶନିବାର ସକାଳ ଦଶ ଘଟିକା ସମୟରେ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟରେ ଭୋଜନ କରୁଥିଲେ । ସେହି ସମୟରେ ଗ୍ରାମର ଜଣେ ମଦ୍ୟପ ଯୁବକ ଦିପକ କୁମାର ସ୍ବାଇଁ ବିଦ୍ୟାଳୟରେ ପଶି ଛାତ୍ରଛାତ୍ରୀମାନଙ୍କର ଖାଦ୍ୟ ଥାଳି ଫୋପାଡିବା ସହିତ ମାଡ ମାରିଥିଲା । ମଦ୍ୟପ ଯୁବକ ମାଡରେ ଜଣେ ଛାତ୍ରୀ ବେହୋସ୍ ମଧ୍ୟ ହୋଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ଏହାପରେ ବିଦ୍ୟାଳୟର ଦୁଇ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲା । ଏହି ଘଟଣାକୁ ନେଇ ବିଦ୍ୟାଳୟର କମିଟ ଓ ଅଭିଭାବକଙ୍କ ସହିତ ପ୍ରଧାନଶିକ୍ଷକ ଆଲୋଚନା କରି କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଅନୁସାରେ ମଦ୍ୟପ ଯୁବକକୁ ଅଟକ ରଖି ପଚରାଉଚରା କରି ଛାଡିଦିଆଯାଇଥିଲା । ମଦ୍ୟପ ଯୁବକକୁ କାହିଁକି ଛାଡି ଦିଆଗଲା କାହିଁକି ତାକୁ ଗିରଫ କରାଗଲା ନାହିଁ ସେଥିପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକ ଆଜି ଧାରଣାରେ ବସିଛନ୍ତି। ଯେପର୍ଯ୍ୟନ୍ତ ସେ ଯୁବକକୁ ଗିରଫ କରାନଯାଇଛି ସେପର୍ଯ୍ୟନ୍ତ ଧାରଣାରେ ବସିବେ , ନଚେତ ପିଲାଙ୍କ ଅନ୍ୟତ୍ର ପଢାଇବାକୁ ବାଧ୍ୟ ହେବେ ବୋଲି ଅଭିଭାବକ ସୂଚନା ଦେଇଛନ୍ତି |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କନ୍ଧମାଳ ନ୍ୟାୟ ଶାନ୍ତି ଓ ସଦବାଭନା ସମାଜ ର ରାଲି ଓ ସାଧାରଣ ସଭା ଅନୁଷ୍ଠିତ

Sunil Chandra Nayak

ଓଜେୟୁର ଜିଲ୍ଲା କାର୍ଯ୍ୟକାରୀଣି ବୈଠକ ,୧୦ ଦଫା ଦାବି ନେଇ ସରକାରଙ୍କୁ ଦାବିପତ୍ର ପ୍ରଦାନ ନିଷ୍ପତ୍ତି

Sunil Chandra Nayak

ଜନରଞ୍ଜନପ୍ରଧାନ ଙ୍କ କବିତା ଭଲ ପାଅ ଅହିଂସାକୁ

Sunil Chandra Nayak

Leave a Comment

error: Content is protected !!