ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜା ଅନୁପ ସିଂହ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ଉଦଘାଟିତ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ରାଜାଏଟି ଖେଳ ପଡିଆ ଠାରେ ୧୩ ତମ ରାଜା ଅନୁପ ସିଂହ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୁବରାଜ ଦେବ ଦେବ ସିଂହ ଦେବ ଯୋଗଦାନ କରି ଉଦଘାଟନ କରିଥିଲେ । ଡିସିବି ବ୍ୟାଙ୍କ ର ମେନେଜର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସlହିତ କରିଥିଲେ । ଉଦଘାଟନୀ ଉତ୍ସବ ରେ ବଲାଙ୍ଗୀର ଜିଲ୍ଲା ଜାମଖୂଂଟା ଦଳ ଓ ନୂଆପଡ଼ା ଜିଲ୍ଲାର ସିନାପାଲି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଜାମଖୁଣ୍ଟା ଦଳ ୧୧.0 ରେ ବିଜୟ ଲାଭ କରିଥିଲା । ସିନାପାଲି ଦଳ ଗୋଟିଏ ଗୋଲ ମଧ୍ୟ କରି ପାରିନଥିଲେ । ରେଫରି ଭାବେ ତାପସ ପତି, ରତନ ସିଂହ ବାରିକ, ଅମୂଲ୍ୟ ବାରିକ ଓ ସୌରଭ ପଣ୍ଡା ପରିଚାଳନା କରିଥିଲେ । ଧାରା ବିବରଣୀ ପ୍ରକାଶ ଚନ୍ଦ୍ର ପାତ୍ର ସମ୍ପାଦନ କରିଥିଲେ । ଫୁଟବଲ ମ୍ୟାଚ କୁ ରାଜା ଅନୁପ ସିଂହ ଦେବ ଙ୍କ ନାତି ଅଙ୍କିତ ସିଂହ ଦେଓ ନେତୃତ୍ବରେ ଅନୁଷ୍ଠିତ ହେଉଥିବା ବେଳେ ଟୁନା ନାଏକ,ଅକିମ ମହମ୍ମଦ,ଡୋଳାମଣି ଶବର ,ପ୍ରଭୁ ବାଗ , ଆସୁ ନିଆଲ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରୁଛନ୍ତି । ସୂଚନା ଥାଉକି ଏହି ଟୁର୍ଣ୍ଣଆମେଣ୍ଟ ରେ ୮ ଗୋଟି ଦଳ ଯୋଗଦାନ କରୁଥିବା ବେଳେ ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଟ୍ରାନ୍ସଫର୍ମର ଅଚଳ କାରଣରୁ ୨୭ ଦିନ ହେବ ଅନ୍ଧାର ରେ ସାନ ପୋଡ଼ାଗୁଡା ଗ୍ରାମବାସୀ

Sunil Chandra Nayak

ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚାକୁ ନେଇ ନର୍ଲା ଜବାହର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷାଙ୍କ ପ୍ରେସ ମିଟ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!