ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୁଳସୀପଦରରେ ସରପଞ୍ଚଙ୍କ ଦ୍ଵାରା ଅସ୍ଥାୟୀ ପୋଲ ନିର୍ମାଣ

ପାପଡାହାଣ୍ଡି, 8/8, ମନିସ – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତର ଝାଡା ବାନ୍ତି ଆକ୍ରାନ୍ତ ଗ୍ରାମ ତୁଳସୀପଦର ଲାଗି ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଛି । ସ୍ଥାନୀୟ ସରପଞ୍ଚ ଚନ୍ଦ୍ର ଧ୍ୱଜ ମାଝୀ  ନିଜ ଅଂଚଳର କିଛି ଲୋକଙ୍କୁ ନେଇ ନାଳରେ ଏକ ସିମେଣ୍ଟ ପୋଲ ଓ କାଠ ପକାଇ ସେ ଏହି ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି | ସୂଚନା ଥାଉକି ଗତ କିଛି ଦିନ ହେବ ସେହି ଗ୍ରାମରେ ଝାଡ଼ାବାନ୍ତି ରେ ଆକ୍ରାନ୍ତ ହୋଇ ମେଡିକାଲ ଟିମ ଦ୍ବାରା ଚିକିତ୍ସିତ ହୋଉଛନ୍ତି । ସମସ୍ତେ ନିୟନ୍ତ୍ରଣ ଅବସ୍ଥାରେ ରହିଥିବା ବେଳେ ମେଡିକାଲ ଟିମ ଚିକିତ୍ସା ଜାରି ରଖିଛନ୍ତି ।ଏହି ପରିପ୍ରେକ୍ଷୀରେ ରବିବାର ଦିନ ଲଗାଣ ବର୍ଷାରେ ସେହି ଗାଁରେ ଥିବା ନାଳରେ ପାଣି ଭର୍ତ୍ତି ହେବା ଫଳରେ ମେଡିକାଲ ଟିମ ପହଞ୍ଚି ପାରି ନ ଥିଲେ ।ଏପଟେ ଡାକ୍ତରୀ ଦଳ ରହି ଅନ୍ୟ ପଟେ ରୋଗୀ ରହିଥିଲେ ।ପଥର ସାହାଯ୍ୟରେ ଔଷଧ ଫିଙ୍ଗା ଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା ।ଯାହାକି ସ୍ୱାସ୍ଥ୍ୟ ବିଭାଗ ର ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଥିଲା ।ଏହି ଖବର ଜାଣିବା ପରେ ମୈଦଲପୁର ସରପଞ୍ଚ ଚନ୍ଦ୍ରଧ୍ୱଜ ମାଝୀ ନିଜର ବଦାନ୍ୟତା ଦେଖାଇ ନିଜର କର୍ମକର୍ତା ମାନଙ୍କୁ ନେଇ ସେହି ନାଳରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି । ଯା ଫଳରେ ମେଡିକାଲ ଟିମ ସେହି ତୁଳସୀପଦର ଗ୍ରାମରେ ପହଞ୍ଚି ପାରିଛନ୍ତି ।ଏହି ଅସ୍ଥାୟୀ ପୋଲ ସାହାଯ୍ୟରେ ରୋଗୀଙ୍କ ଚିକିତ୍ସା କରିହେବ ବୋଲି ସରପଞ୍ଚ କହିଛନ୍ତି ।ଏପରି କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦା ତଥା ଜନସାଧାରଣ ସରପଞ୍ଚ ଚନ୍ଦ୍ରଧ୍ୱଜ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ପୂଜାରିଗୁଡା ଉଚ୍ଚ ବିଦ୍ୟାଳୟ ରେ ଜାତୀୟ ‘କୃମି ନାଶକ’ ଦିବସ ଉଦଘାଟିତ

Sunil Chandra Nayak

ମହାବୀର ବଜାର ରେ ୪୦ ତମ ଗଣେଶ ପୂଜା ଅନୁଷ୍ଠିତ

Sunil Chandra Nayak

ଜୀବନର ଲକ୍ଷ୍ୟ ପୂରଣରେ ସମୟର ସଦୁପୋଯୋଗ

Sunil Chandra Nayak

Leave a Comment

error: Content is protected !!