ପାପଡାହାଣ୍ଡି, 8/8, ମନିସ – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତର ଝାଡା ବାନ୍ତି ଆକ୍ରାନ୍ତ ଗ୍ରାମ ତୁଳସୀପଦର ଲାଗି ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଛି । ସ୍ଥାନୀୟ ସରପଞ୍ଚ ଚନ୍ଦ୍ର ଧ୍ୱଜ ମାଝୀ ନିଜ ଅଂଚଳର କିଛି ଲୋକଙ୍କୁ ନେଇ ନାଳରେ ଏକ ସିମେଣ୍ଟ ପୋଲ ଓ କାଠ ପକାଇ ସେ ଏହି ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି | ସୂଚନା ଥାଉକି ଗତ କିଛି ଦିନ ହେବ ସେହି ଗ୍ରାମରେ ଝାଡ଼ାବାନ୍ତି ରେ ଆକ୍ରାନ୍ତ ହୋଇ ମେଡିକାଲ ଟିମ ଦ୍ବାରା ଚିକିତ୍ସିତ ହୋଉଛନ୍ତି । ସମସ୍ତେ ନିୟନ୍ତ୍ରଣ ଅବସ୍ଥାରେ ରହିଥିବା ବେଳେ ମେଡିକାଲ ଟିମ ଚିକିତ୍ସା ଜାରି ରଖିଛନ୍ତି ।ଏହି ପରିପ୍ରେକ୍ଷୀରେ ରବିବାର ଦିନ ଲଗାଣ ବର୍ଷାରେ ସେହି ଗାଁରେ ଥିବା ନାଳରେ ପାଣି ଭର୍ତ୍ତି ହେବା ଫଳରେ ମେଡିକାଲ ଟିମ ପହଞ୍ଚି ପାରି ନ ଥିଲେ ।ଏପଟେ ଡାକ୍ତରୀ ଦଳ ରହି ଅନ୍ୟ ପଟେ ରୋଗୀ ରହିଥିଲେ ।ପଥର ସାହାଯ୍ୟରେ ଔଷଧ ଫିଙ୍ଗା ଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା ।ଯାହାକି ସ୍ୱାସ୍ଥ୍ୟ ବିଭାଗ ର ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଥିଲା ।ଏହି ଖବର ଜାଣିବା ପରେ ମୈଦଲପୁର ସରପଞ୍ଚ ଚନ୍ଦ୍ରଧ୍ୱଜ ମାଝୀ ନିଜର ବଦାନ୍ୟତା ଦେଖାଇ ନିଜର କର୍ମକର୍ତା ମାନଙ୍କୁ ନେଇ ସେହି ନାଳରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି । ଯା ଫଳରେ ମେଡିକାଲ ଟିମ ସେହି ତୁଳସୀପଦର ଗ୍ରାମରେ ପହଞ୍ଚି ପାରିଛନ୍ତି ।ଏହି ଅସ୍ଥାୟୀ ପୋଲ ସାହାଯ୍ୟରେ ରୋଗୀଙ୍କ ଚିକିତ୍ସା କରିହେବ ବୋଲି ସରପଞ୍ଚ କହିଛନ୍ତି ।ଏପରି କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦା ତଥା ଜନସାଧାରଣ ସରପଞ୍ଚ ଚନ୍ଦ୍ରଧ୍ୱଜ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ