ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ କନ୍ୟାଶ୍ରମ ରେ କ୍ଲଷ୍ଟର ସ୍ତରୀୟ ସର୍ଗିଫୁଲ ଅନୁଷ୍ଠିତ

 ଜୁନାଗଡ଼,୧୬/୧୧(ମ ନି ସ) ଜୁନାଗଡ଼ ସରକାରୀ ବାଳିକା ଉଚ୍ଚ ଵିଦ୍ୟାଳୟ(କନ୍ୟାଶ୍ରମ) ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ଅନୁଷ୍ଠିତ ହୋଇଯାଇଛ। ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣି ସାମନ୍ତ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଅରଵିନ୍ଦ ରାୟ,ମୁଖ୍ୟ ବକ୍ତା ଭାବେ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁମନ୍ତ ମାଝୀ,ସମ୍ମାନିତ ଅତିଥି ରୁପେ ପ୍ରଧାନ ଶିକ୍ଷକ ହୃଷିକେଶ ମେହେର,ଭାରପ୍ରାପ୍ତ ଅଧ୍ୟକ୍ଷ ରଞ୍ଜନ ପଣ୍ଡା,ବରିଷ୍ଠ ବିଜ୍ଞାନ ଶିକ୍ଷକ ସଞ୍ଜୟ କୁମାର ଭୋଇ ଯୋଗଦେଇ ଜୁନାଗଡ଼ ବ୍ଳକ୍,ଧର୍ମଗଡ଼ ବ୍ଳକ୍ ଏବଂ ଗୋଲାମୁଣ୍ଡା ବ୍ଳକ୍ ର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରି ଆଗାମୀ ଜିଲ୍ଲା ସ୍ତରୀୟ ‘ସର୍ଗିଫୁଲ ୨୦୨୨’ ପାଇଁ ଶୁଭ କାମନା କରିଥିଲେ।ବିଜ୍ଞାନ ଶିକ୍ଷୟିତ୍ରୀ ସଂଯୁକ୍ତା କହଁର,ବିଜ୍ଞାନ ଶିକ୍ଷକ ଘନଶ୍ୟାମ ନାଏକ, ସହକାରୀ ଶିକ୍ଷକ ଲକ୍ଷ୍ମୀଧର ବଡ଼୍ କିଆ ,ଜନ୍ମେଜୟ ନାଏକ,କ୍ରୀଡା ଶିକ୍ଷକ ସୀତାକାନ୍ତ ପ୍ରଧାନ, ବିଭିନ୍ନ କାର୍ଯ୍ୟକ୍ରମ ର ସୁପରିଚାଲନା କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣ ପ୍ରଭା ସାହୁ,ଶାରଦା ପଣ୍ଡା,ରଞ୍ଜିତା ଵାଳା ରଥ,,ସୁନିତା ମିଶ୍ର,ସରୋଜିନୀ ଷଡ଼ଙ୍ଗୀ,ମଞ୍ଜୁମାଳା ଜଗତ,ଵିନୋଦିନୀ ଵେହେରା,ଜନମତୀ ନାଏକ ପ୍ରମୁଖ ସହଯୋଗ କରିଥିଲେ। ଵିଜ୍ଞାନ ଶିକ୍ଷକ ତଥା ଏନ୍.ସି.ସି ଅଫିସର୍ ସନ୍ତୋଷ କୁମାର ମେହେର ମଞ୍ଚ ପରିଚାଲନା ଓ ଧନ୍ୟବାଦ ଦେଇଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା କିମ୍ପା ହେବା ମନେ ଦୁଃଖି

ଭୁବନ ମହିଳା ମହାବିଦ୍ୟାଳୟରେ ଭୋଟ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

କଲେଇଗାଁ ଆଞ୍ଚଳିକ ଯାଦବ ସମାଜର କାର୍ଯ୍ୟକରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!