ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୟୂରଭଞ୍ଜ ପୂର୍ବତନ ସାଂସଦ ତଥା ଆଦିବାସୀ ସେଙ୍ଗେଲ ଅଭିଯାନ ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଲଖାନ ମୁର୍ମୁଙ୍କ ରାଇରଙ୍ଗପୁର ସ୍ଵସ୍ତି ପାଲାସ ହୋଟେଲରେ ଖବରଦାତା ସମ୍ମିଳନୀ

 ମୟୂରଭଞ୍ଜ ୨୧/୧୦/୨୨(ମସିହା) ଆଦିବାସୀ ସେଙ୍ଗେଲ ଅଭିଯାନ ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ ମୟୂରଭଞ୍ଜ ବିଜେପି ସାଂସଦ ସାଲଖାନ ମୁର୍ମୁ ରାଇରଙ୍ଗପୁରର ସ୍ବସ୍ତି ପାଲାସର ସଭା ଗୃହରେ ଏକ ଖବରଦାତା ସମ୍ମିଳନୀ ଶୁକ୍ରବାର ଦିନ ପୂର୍ବାହ୍ନ ୧୧ ଘଟିକାରେ କରିଥିଲେ । ଏଥିରେ ସାଲଖାନ ମୁର୍ମୁ ଗଣମାଧ୍ୟମକୁ କହିଥିଲେ ଓଡ଼ିଶାରେ ବିଜେଡି ସରକାର,ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ଏବଂ ପଶ୍ଚିମବଙ୍ଗରେ ତ୍ରୁଣମୂଳ କଂଗ୍ରେସ ଆଦିବାସୀ ବିରୋଧି । ଆଦିବାସୀମାନଙ୍କୁ ସେମାନଙ୍କ ହକ ନ‌ଦେଇ ମିଥ୍ୟା ପ୍ରଲୋଭନ ଦେଖାଇ ଭୋଟ ହାତୋଉଛନ୍ତି । ଆଦିବାସୀ ମାନେ ସେମାନଙ୍କ ଧର୍ମକୋଡ ‘ସାରନା ଧର୍ମ’କୁ ସରକାର ମାନ୍ୟତା ଦେଉ ନାହାନ୍ତି । ଜୈନଧର୍ମ ଲୋକଙ୍କ ସଂଖ୍ୟା ଆଦିବାସୀଙ୍କ ଠାରୁ ବହୁ କମ ହୋଇଥିଲେ ମଧ୍ୟ ସେମାନଙ୍କର ଧର୍ମ କୋଡ଼ ଅଛି ହେଲେ ଆଦିବାସୀଙ୍କୁ ‘ସାରନା ଧର୍ମ କୋଡ଼ ‘ମାନ୍ଯତା ଦିଆଯାଉନାହିଁ । ତଦସହ କୁଡୁମି ସଂପ୍ରଦାୟ ଏବଂ ଅନ୍ୟ କିଛି ଜାତିକୁ ଆଦିବାସୀ ଅନୁସୂଚିତ ଜାତି ମାନ୍ୟତା ପ୍ରଦାନ ପାଇଁ ଓଡ଼ିଶା, ଝାଡ଼ଖଣ୍ଡ, ଏବଂ ପଶ୍ଚିମବଙ୍ଗ ସରକାର କେନ୍ଦ୍ର ସରକାରଙ୍କ ପାଖରେ ଲିଖିତ ଦାବି ପ୍ରଦାନ କରିଛନ୍ତି । ଯାହାକି ପ୍ରକୃତ ଆଦିବାସୀଙ୍କ ସ୍ବାର୍ଥ ହାନି ହେବ।ପ୍ରକୃତ ମୂଳ ଆଦିବାସୀମାନେ ସେମାନଙ୍କ ଅଧିକାରକୁ କୁଡୁମିମହାନ୍ତ ମାନେ ଛଡାଇନେଵେ । ଏହାକୁ ନେଇ ଦଳ ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିବେ । ଯଦି କେନ୍ଦ୍ର ସରକାର ଆଦିବାସୀ ସେଙ୍ଗେଲ ଅଭିଯାନର ଦାବି ଗ୍ରହଣ କରନ୍ତି ତାହାହେଲେ ସେମାନେ ବିଜେପି ସହ ସାମିଲ ହେବେ ଏବଂ ଓଡ଼ିଶା ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ବିଜେପି ଦଳକୁ ସୁଦୃଢ କରିବା ସହ ଏହି ତିନି ରାଜ୍ୟରେ ଥିବା ସରକାରକୁ ହଟାଇବା ପାଇଁ ଚେଷ୍ଟା କରିବେ ।ଆଗାମି ନଭେମ୍ବର ୩୦ ତାରିଖ ପୂର୍ବରୁ ସାରନା କୋଡ଼ ମାନ୍ୟତା କେନ୍ଦ୍ର ସରକାର ନ ଦେଲେ ନଭେମ୍ବର ୩୦ ତାରିଖରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ,ବିହାର,ଛତିଶଗଡ଼,ଆସାମରେ ରେଳରୋକ କରିବେ ବୋଲି ସୂଚନା ଦେଇଥିଲେ । ସେଥିପାଇଁ ସରକାର ଦାୟୀ ରହିବେ ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଲଖାନ ମୁର୍ମୁ ସୂଚନା ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମାଗଣା ଯୋଜନା ବନ୍ଦ ହୋଇପାରେ ? ରିଜର୍ଭ ବ୍ୟାଙ୍କ ପରେ ଅର୍ଥ ମନ୍ତ୍ରାଳୟ ଉଠାଇଲେ ମାଗଣା ଯୋଜନା ଉପରେ ପ୍ରଶ୍ନ

Sunil Chandra Nayak

ନୂତନ ମେଡିକାଲର ଭିତ୍ତିପ୍ରସ୍ତର ସ୍ଥାପନ 

Sunil Chandra Nayak

ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାଶଙ୍କୁ ଆକ୍ରୋଶ ମୂଳକ ଗିରଫଦାରୀକୁ କଳାହାଣ୍ଡି ରେ ବିରୋଧ

Leave a Comment

error: Content is protected !!