ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରା ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ବଦଳି ଦାବୀ ରେ ବେହେରା କେଜିବିଭି ରେ ତାଲା ବନ୍ଦ ଆନ୍ଦୋଳନ

ଉପ ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ସତ୍ତ୍ୱେ ସମାଧାନ ର ବାଟ ବାହାରି ପାରିଲା ନାହିଁ 

ଧର୍ମଗଡ:୨୬/୧୦/୨୨: ଧର୍ମଗଡ ବ୍ଲକ ଅନ୍ତର୍ଗତ ବେହେରା ସ୍ଥିତ କସ୍ତୁରବା ଗାନ୍ଧୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ଭାରା ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ରାଜ କୁମାରୀ ନାଏକ ଙ୍କୁ ତୁରନ୍ତ ବଦଳି କରିବା ଦାବୀ ନେଇ ଆଜି ସ୍କୁଲ ପରିଚାଳନା କମିଟି ଓ ଗ୍ରାମ ବାସୀ ଙ୍କ ପକ୍ଷ ରୁ ବିଦ୍ୟାଳୟ ରେ ତାଲା ପକାଇ ଆନ୍ଦୋଳନ କରା ଯାଇଛି । ଭାରା ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବିଭିନ୍ନ ସମୟ ରେ ବିଦ୍ୟାଳୟ ପରିଚାଳନା ରେ ଅନିୟମିତତା କରିଥିବା, ପରିଚାଳନା କମିଟି ସଦସ୍ୟ ଙ୍କୁ ଅଣ ଦେଖା କରି ମନ ଇଛା ସ୍କୁଲ ପରିଚାଳନା କରୁଥିବା ଅଭିଯୋଗ ନେଇ ସ୍କୁଲ ପରିଚାଳନା କମିଟି ଓ ଗ୍ରାମ ବାସୀ ଙ୍କ ପକ୍ଷ ରୁ ଗତ କିଛି ଦିନ ତଳେ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିବା ସହ ତାଙ୍କୁ ତୁରନ୍ତ ବଦଳି ପାଈ ଦାବୀ କରା ଯାଇଥିଲା । ତେବେ ବିଭାଗ ପକ୍ଷରୁ ଏହା ଉପରେ କୌଣସି ପଦକ୍ଷେପ ନିଆନଯିବାରୁ ବାଧ୍ୟ ହୋଇ ଆଜି ଗ୍ରାମ ବାସୀ ବିଦ୍ୟାଳୟ ଗେଟ ରେ ତାଲା ବନ୍ଦ କରି ଆନ୍ଦୋଳନ କରିଥିଲେ । ଖବର ପାଇ ଧର୍ମଗଡ ଉପ ଜିଲ୍ଲାପାଳ ବେଦ ଭୂଷଣ, ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାର , ବ୍ଲକ ଶିକ୍ଷାଧିକାରି ନବ କିଶୋର ସାହୁ ପ୍ରମୁଖ ଆନ୍ଦୋଳନସ୍ଥଳ ରେ ପହଞ୍ଚି ଆନ୍ଦୋଳନ କାରୀ ଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ତୁରନ୍ତ ବଦଳି ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଆନ୍ଦୋଳନ କାରୀ ମାନେ କହି ଥିଲେ । ଫଳ ରେ କୌଣସି ସମାଧାନ ହୋଇ ପାରିନଥିଲା । ଅପରାହ୍ନ ୪ଟା ସ୍କୁଲ ସମୟ ଅତିକ୍ରାନ୍ତ ହେବା ପରେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନ କୁ ସ୍ଥଗିତ ରଖି ଥିଲେ । ଆସନ୍ତା କାଲି ମଧ୍ୟ ଏହି ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନ କାରୀ ମାନେ କହିଛନ୍ତି । ଏହି ଘଟଣା ସମ୍ପର୍କରେ ଧର୍ମଗଡ ଉପ ଜିଲ୍ଲାପାଳ ବେଦ ଭୂଷଣ ଙ୍କୁ ଯୋଗା ଯୋଗ କରିବାରୁ ସେ ଏହି ବିଷୟ ରେ କଳାହାଣ୍ଡି ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ସୂଚନା ଦେଇଛନ୍ତି ଏବଂ ତୁରନ୍ତ ଏ ବିଷୟ ଉପରେ ପ୍ରତିକାର କରାଯିବ ବୋଲି କହିଥିଲେ । ତେବେ ଆସନ୍ତା କାଲି ୨୭ତାରିଖ ଠାରୁ ନବମ ଶ୍ରେଣୀ ପ୍ରଥମ ସମେଟିଭ ପରୀକ୍ଷା ଆରମ୍ଭ ହେଉଥିବାରୁ ଏହାକୁ ନେଇ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଚିନ୍ତା ରେ ରହିଛନ୍ତି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ସାହିତ୍ୟ ଅଗଣା

Sunil Chandra Nayak

ଟେମରା ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ଝାର କୁଣ୍ଡାମାଲ ଦଳ ଚାମ୍ପିୟନ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ପଶୁ ରାଇଜ ଓ ତାଙ୍କର ତେଜ

Sunil Chandra Nayak

Leave a Comment

error: Content is protected !!