ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧରାପୃଷ୍ଟ ରେ ଜଗତଜନନୀ ମା ମଙ୍ଗଳା ଙ୍କ ଅବତରଣ ଓ ଖୁଦୁରୁକୁଣୀ ଓଷା ପାଳିତ

କାମାକ୍ଷାନଗର ବ୍ଲକ କାନପୁରା ପଂଚାୟତ ର ପଲ୍ଲୀସାମନ୍ତ ପୁର ଗ୍ରାମ ର ଧର୍ମାନନ୍ଦ ଭାଗବତ ଟୁଙ୍ଗି ଠାରେ ମହା ଆଡ଼ମ୍ବର ସହିତ ଖୁଦୁରୁକୁଣୀ ଓଷା ପାଳିତ ହୋଇଯାଇଛି ଗ୍ରାମ ର ସମସ୍ତ କୁମାରୀ ମାନେ ଏକତ୍ରିତ ହୋଇ ମା ମଙ୍ଗଳା ଙ୍କୁ ପୂଜାର୍ଚ୍ଚନା କରି କରିଥିଲେ ।ବିଗତ ଦୁଇ ବର୍ଷ କୋଭିଡି କଟକଣା ଥିବାରୁ କୋଣସି ପୂଜା ହୋଇ ପାରୁନଥିଲା କିନ୍ତୁ ଏ ବର୍ଷ ମହା ଆଡ଼ମ୍ବର ସହିତ ପୂଜା ପାଳନ କରଯାଉଛି ।ଏହି ଓଷା ବର୍ଷ କୁ ଥରେ ପଡୁଥିବାରୁ କୁମାରୀ ମାନେ ଆନନ୍ଦ ର ସହ ନିଜ ଭାଇ ମାନଙ୍କ ସୁଖ ସମୃଦ୍ଧି କାମନା କରି ଓଷା ପାଳନ କରି ଥାଆନ୍ତି। ଏହି ପରିପ୍ରେକ୍ଷୀରେ ପୂଜା ପୀଠ ରେ ପୂଜା ନାୟକ , ପ୍ରିୟଙ୍କା ନାୟକ , ଲିପିନା ନାୟକ , ସୁପ୍ରିୟା ବେହେରା, ପିଙ୍କି ବେହେରା ,ଆମେଲୀ ବେହେରା, ଶିବାନୀ ନାୟକ, ମାମାଲି ନାୟକ, ରୁପାଲୀ ନାୟକ, ପୁଷ୍ପ ନାୟକ ଓ ଅନ୍ୟ କୁମାରୀ ଝିଅ ମାନେ ଉପସ୍ଥିତି ହୋଇ ଭାଇ ମାନଙ୍କ ସୁଖ ସମୃଦ୍ଧି କାମନା କରି ଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କୋଷାଗୁମୁଡା ଡ୍ରିମସ୍ ଇଣ୍ଡିଆ ପବ୍ଲିକ୍ ସ୍କୁଲ ରେ ଛାତ୍ରୀ ଛିଙ୍କି ଟପର

Sunil Chandra Nayak

ଦୁର୍ଘଟଣା ରେ ଗୁରୁତର ଙ୍କ ଚିକିତ୍ସା ପାଇଁ ସହୟତାର ହାତ ବଢାଇଲା ଡାବୁଗାଁ ଡ୍ରାଇଭର ମହାସଙ୍ଘ

Sunil Chandra Nayak

ମହିଳାମାନେ ନିଜେ ନିଜର ସୁରକ୍ଷା କବଚ ହେବା ଆବଶ୍ୟକ

Sunil Chandra Nayak

Leave a Comment

error: Content is protected !!