ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୀଳଗିରି ବେପାରୀ ଲାଗି ପ୍ରଦୂଷିତ ହେଉଛି ରାସ୍ତା , କବଜା କରି କାର୍ଯ୍ୟ କରୁଛନ୍ତି 

ବିପର୍ଯ୍ୟସ୍ତ ହେଉଛି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା

ରାଇଘର (ମ ନି ସ )୦୩/୦୯/୨୨- ରାଇଘର ବ୍ଲକରେ ଶହ ଶହ ହେକ୍ଟର ଜମିରେ ନୀଳଗିରି ଚାଷ ହେଉଥିବା ବେଳେ ବର୍ତମାନ ନୀଳଗିରି ଗଛ ବଡ ବଡ ହୋଇଥିବା ଯୋଗୁଁ ସେ ଗୁଡିକ କାଟି ସାଇଜ କରି ବାହାରେ ଚାଲାଣ ହେଉଛି l ତେବେ ଯେଉଁ ସ୍ଥାନରେ ସଫା କରାଯାଉଛି ସେହି ଅଞ୍ଚଳରେ ରାସ୍ତାଘାଟ ବିପର୍ଯ୍ୟସ୍ତ ସହ ପରିବେଶ ଦୁର୍ଗନ୍ଧମୟ ହେଉଥିବା ଅଭିଯୋଗ ହୋଇଛି l ରାଇଘର ବ୍ଲକର ଗ୍ରାମ୍ୟ ଉନ୍ନୟନ ବିଭାଗର ଅନେକ ରାସ୍ତା ଉପରେ ନୀଳଗିରି ବେପାରୀ ରାସ୍ତା ବିପର୍ଯ୍ୟସ୍ତ କରୁଥିବା ଦେଖିବାକୁ ମିଳୁଛି l ନୀଳଗିରି ଗଛ ବଡ ହେବା ପରେ ତାକୁ ପ୍ରଥମେ କାଟିବା ସହ ଗଛର ଛାଲ ବାହାର କରି ବାହାରକୁ ଚାଲାଣ ହେଉଛି l ତେବେ ଯେଉଁ ଜମିରେ ନୀଳଗିରି ଚାଷ ହୋଇଛି ବିଲ ମଧ୍ୟରେ ପତ୍ର ଓ ଛାଲ ବାହାର କରିବା ପରିବର୍ତେ ରାସ୍ତା ଉପରେ ଆଣି ସଫା କରାଯାଉଛି l ହେକ୍ଟର ହେକ୍ଟର ଜମିରେ ହେଉଥିବା ନୀଳଗିରି ଗଛର ପତ୍ର ଓ ଛାଲ ଗୁଡିକ ରାସ୍ତା ଉପରେ ଛାଡି ଚାଲି ଯାଉଥିବା ଯୋଗୁଁ ସଂପୃକ୍ତ ଅଂଚଳରେ ଯାତାୟତରେ ନାନା ସମସ୍ୟା ସହ ଉକ୍ତ ଅଂଚଳ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି l ଲଗାତାର କିଛି ବର୍ଷ ହେବ ସମାନ ସମସ୍ୟା ଦେଖା ଦେଉଥିବା ବେଳେ ଅଞ୍ଚଳବାସୀ ନୀଳଗିରି ବେପାରୀ ମାନଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଘଟଣା କୁ ସେମାନେ ଗୁରୁତ୍ବ ଦେଉ ନାହାନ୍ତି l ଅପରପକ୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ତଦାରଖ କରି ସମ୍ପୃକ୍ତ ନୀଳଗିରି ବେପାରୀ ଉପରେ ବିହିତ ପଦକ୍ଷେପ ଗ୍ରହଣ କଲେ ରାସ୍ତା ଉପରୁ ଆବର୍ଜନା ହଟାଇବା ନିମନ୍ତେ ବ୍ୟବସ୍ଥା କରିଥାନ୍ତେ କିନ୍ତୁ ଅଧିକାରୀଙ୍କ ତଦାରଖ ଅଭାବରୁ ସମସ୍ୟା ଦ୍ବିଗୁଣିତ କରିଛି l ଏହି ସମସ୍ୟା ଉଦୟପୁର-ତୁରୁଡିହି ମୁଖ୍ୟ ରାସ୍ତା ସହ ପରଚିପାରା ଭଳି ଅଂଚଳରେ ଦେଖିବାକୁ ମିଳୁଛି l ପ୍ରଶାସନ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

 

Related posts

କୋକସରାରେ ଭାରତ ବନ୍ଦ ପାଳନ

ମମତା ସାହୁ ଙ୍କ କବିତା ରକ୍ଷା ବନ୍ଧନ

Sunil Chandra Nayak

ଏନଆଇଟି କୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ସଚେତନ ନାଗରିକ ମଞ୍ଚର ସମର୍ଥନ

Sunil Chandra Nayak

Leave a Comment

error: Content is protected !!