ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୀ ସାର୍ଥକରେ ନୂଆ ମେଗା ସିରିୟଲ ‘ମା ଯାହାର ସାହା’ ଆସନ୍ତା ୧୮ ଜୁଲାଇରୁ..

ଜୀ ସାର୍ଥକ ଓଡିଆ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛି ଆଉ ଏକ ନୂଆ ମେଗା ସିରିୟଲ । ‘ମା ଯାହାର ସାହା’ ନାମରେ ଏହି ନୂଆ ସିରିୟଲଟି ଆସନ୍ତା ୧୮ ଜୁଲାଇ ଠାରୁ ପ୍ରସାରିତ ହେବ । ପ୍ରତ୍ୟେକ ସୋମବାରରୁ ଶନିବାର ରାତି ୮ଟା ୩୦ରେ ଦର୍ଶକମାନେ ‘ମା ଯାହାର ସାହା’ ଦେଖିପାରିବେ । ବିଜ୍ଞାନ ଓ ଇଶ୍ୱର ଭକ୍ତିର ଅପୂର୍ବ ସଂଯୋଗ ଏହି ସିରିୟଲରେ ଦେଖିବାକୁ ମିଳିବ । ଓଡିଆ ମନୋରଂଜନ ଦୁନିଆରେ ଏହି ମେଗା ସିରିୟଲ ‘ ମା ଯାହାର ସାହା’ ଏକ ବଡ ମାଇଲଖୁଣ୍ଟ ହେବ ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଇଛି । 

ବିଜ୍ଞାନକୁ ବିଶ୍ୱାସ କରୁଥିବା ଡା. ଶିବ ପ୍ରସାଦ ତ୍ରିପାଠୀ ଓ ମା’ କାଳୀଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ରଖୁଥିବା ପାର୍ବତୀ ମଧ୍ୟରେ ପ୍ରେମ ସମ୍ପର୍କକୁ ଅତି ନିଛକ ଢ଼ଙ୍ଗରେ ପରିବେଷଣ କରାଯାଇଛି । ବିଜ୍ଞାନ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଉଥିବା ଜଣେ ଦାବି କରୁଥିବା ବେଳେ ଇଶ୍ୱର ହିଁ ସର୍ବଶକ୍ତିମାନ ଓ ସାରା ସଂସାର ଇଶ୍ୱରଙ୍କ ନିର୍ଦ୍ଦେଶରେ ଚାଲେ ବୋଲି ଆଉ ଜଣେ ଦାବି କରେ ।ସେହିଭଳି ଶୈଳଭାମା ଓ ଶକ୍ତି ପ୍ରସାଦ ନାମରେ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବାକୁ ଘରେ ରହିଥିବା ଖଳନାୟକମାନଙ୍କୁ ବି ବେଶ ଚମତ୍କାର ଭାବେ ଚିତ୍ରଣ କରାଯାଇଛି । ମା’ କାଳୀଙ୍କ ଆଶୀର୍ବାଦରେ କିଭଳି ସୁନା ସଂସାର ଆଗକୁ ବଢ଼େ ଓ କେଉଁ ଘଟଣା ପ୍ରଭାବିତ କରେ ତାହା ଅତି ନିଖୁଣ ଭାବେ ଦେଖାଯାଇଛି । 

ଓଡିଆ ଦର୍ଶକଙ୍କ ଭାବନାକୁ ବୁଝି ପାରୁଥିବା ଜୀ ସାର୍ଥକରେ ପ୍ରସାରିତ ହେବାକୁ ଥିବା ଏହି ନୂଆ ମେଗା ସିରିୟଲରେ ପାର୍ବତୀ ଭୂମିକାରେ ଜସ୍ମିନ ରଥ ଅଭିନୟ କରିଥିବା ବେଳେ ଡା. ଶିବପ୍ରସାଦ ଭୁମିକାରେ ଆଲୋକ ଅଭିନୟ କରିଛନ୍ତି । ଶୈଳଭାମା ଚରିତ୍ରରେ ଛନ୍ଦିତା ପାଢ଼ୀ ଓ ଶକ୍ତିପ୍ରସାଦ ଭାବେ ବିରେନ ମିତ୍ର ଚମତ୍କାର ଅଭିନୟ କରିଛନ୍ତି । ଆସନ୍ତା ଜୁଲାଇ ୧୮ରୁ ପ୍ରତ୍ୟେକ ସୋମବାରରୁ ଶନିବାର ରାତି ୮ଟା ୩୦ରେ ଦେଖିବାକୁ ଭୁଲିବେନି ‘ମା ଯାହାର ସାହା’ ।ଏଥି ପୂର୍ବରୁ ସୁନା ଝିଅ ଧାରାବାହିକ କୁ ଦର୍ଶକମାନେ ବହୁତ ଭଲ ପାଇବା ଦେଇଛନ୍ତି। “ମା ଯାହାର ସାହା” ବି ଦର୍ଶକମାନଙ୍କ ଦ୍ଵାରା ଆଦୃତ ହେବ ବୋଲି ଜୀ ସାର୍ଥକ ର ଚ୍ୟାନେଲ ମୁଖ୍ୟ ପ୍ରତିକ ସିଲ୍ କହିଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଏସ. କେ. ଜି. ସାରସ୍ୱତ ଟ୍ରଷ୍ଟ ଓ ପଠାଗାରର ବାର୍ଷିକ ଉତ୍ସବ ଓ ଶାରଦୀୟ ବନ୍ଧୁ ମିଳନ

Sunil Chandra Nayak

ତୁନଗାଁ ଓ କୁଟୁରୁ ରେ ଭୋଟ ବର୍ଜ୍ଜନ କଲେ ଗ୍ରାମବାସୀ

Sunil Chandra Nayak

କାଳ ବୈଶାଖୀ ନେଇ ରାଜ୍ୟର ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣି ଜାରି କଲା ପାଣିପାଗ ବିଭାଗ

Sunil Chandra Nayak

Leave a Comment

error: Content is protected !!