ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବିନାଶ ମହାପାତ୍ର ଙ୍କ କବିତା ଆହେ ଗଜାନନ

   ଆହେ ଗଜାନନ 

    

               ଅବିନାଶ ମହାପାତ୍ର 

     
   ଆହେ ଗଜାନନ ପଞ୍ଚଦେଵ ମଧ୍ୟେ
           ଅଗ୍ରପୂଜ୍ୟ ଅଧିକାରୀ 
 ପ୍ରଣତି ଘେନ ମୋ ଅଦ୍ୟ ଚତୁର୍ଥୀରେ 
         ଉମାସୂତ ଦୟାକରି !(0)
  କେଵର୍ଣ୍ଣି ପାରିବ ତୁମ ଳୀଳା ଖେଳା 
         ଗୈୗରୀ ନନ୍ଦନ ପ୍ରଭୁ 
   ତୁମ ଯଶ କୀର୍ତ୍ତି ଲେଖିବା ସକତି 
         ଦିଅ ଆଜି ମୋତେ ସବୁ !(1)
   ଏକ ଦନ୍ତ ପ୍ରଭୁ ଦୟାଵନ୍ତ ତୁମେ 
           ଚାରିଭୂଜ ଆଭୂଷଣ 
   ମାଆଙ୍କ ବଚନ ରଖିବା ପାଇଁକି 
            କରିଥିଲ ତୁମେ ପଣ !(2)
   ତୁମ ଆଗମନେ ପରବ ଆରମ୍ଭ
           ତୁମେ ଗତି ମୁକ୍ତି ଦାତା
    ଢାଳିଦିଅ ପ୍ରଭୁ ତୁମରି କରୁଣା 
           ସଭିଙ୍କର ବିଦ୍ୟାଦାତା l (3)
   ହେ ଵିଦ୍ୟାସାଗର ବକ୍ରତୁଣ୍ଡ ପ୍ରଭୁ 
           ଆଶିଷ ଦିଅହେ ଢାଳି 
  ଵିଦ୍ୟା ଵୁଦ୍ଧି ଦାତା ବିଘ୍ନରାଜ ମୋର 
        ତୁମ ପାଦେ ଏହି ଅଳି !(4)
      
   

     ବୟାଙ୍ଗଡିହି, ଧାମନଗର , ଭଦ୍ରକ 

        

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ମିଛମାୟା

Sunil Chandra Nayak

କ୍ରୀଡ଼ାକୁ ପ୍ରେତ୍ସାହନ..୨୦୦୦ ସ୍କୁଲର ୪୩୦୦୦ ପିଲାଙ୍କୁ ମିଳିବ ମାଗଣା ଫୁଟବଲ୍‌

Sunil Chandra Nayak

ଚିଲଡଙ୍ଗରି ଗ୍ରାମକୁ ମିଳିଲା ରାଜସ୍ୱ ଗ୍ରାମର ମାନ୍ୟତା 

Sunil Chandra Nayak

Leave a Comment

error: Content is protected !!