ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତାସାହୁ ଙ୍କ କବିତା ଶ୍ରୀ ଗଣେଶ

     ଶ୍ରୀ ଗଣେଶ 

               

                  କବିତାସାହୁ

ନମୋ ନମଃ ଶ୍ରୀ ଗଣେଶ ଗଉରୀ ନନ୍ଦନ 
ପୃଥୁଳ ଶରୀର ପ୍ରଭୁ ଆହେ ଗଜାନନ 
ଅଗ୍ର ପୂଜ୍ଯ ବିଦ୍ଯା ଦାତା ମୂଷିକ ବାହାନ। 
୨- ମାତାଙ୍କ ହଳଦୀ ମଳୁରୁ ଜନମ ତୁମ୍ଭର 
    ମାତା ଆଜ୍ଞା ପାଳି ଜଗିଲ ଗୁମ୍ଫା ଦ୍ବାର 
    ପିତାଙ୍କ ତ୍ରିଶୂଳେ  ଶିରଚ୍ଛେଦ ତୁମ୍ଭର 
   ହାତୀ ମସ୍ତକ ରେ ତୁମେ ଶ୍ରୀ ଗଣେଶ। 
୩– ବକ୍ରତୁଣ୍ଡ ମହାକାୟ ଶ୍ରୀ ଗଣେଶ ଦେବ 
      ଶୁଭାଶିଷ ଦିଅ ସଦା ବିଘ୍ନ ବିନାଶନ ହେବ
      ତୁମ୍ଭର କରୁଣା ଦୃଷ୍ଟି ପଡେ ଯାହାଠାରେ 
      ଯଶ ମାନ ବୁଦ୍ଧି ଜ୍ଞାନ ବଢଇ ତାହାର । 
୪- ଗଜାନନ ଗଣପତି ଶ୍ରୀ ଗଣେଶ ଦେବ 
      ମାତା ତୁମ ପାରବତୀ ପିତା ମହାଦେବ 
      ରିଦ୍ଧି ସିଦ୍ଧି ଦୁଇ ପତ୍ନୀ ଶୁଭ ଲାଭ ପୁତ୍ର 
       କପାଳେ ସିନ୍ଦୁର ତୁମ ଦିଶଇ ଶୋଭିତ ।

             ଜୟପୁର

Related posts

ତେରେସିଂହାରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ 

Sunil Chandra Nayak

ପାପଡାହାଣ୍ଡି ଥାନାରେ ଏଏସପି ଙ୍କ ସାମ୍ବାଦିକଙ୍କୁ ମାଡ଼ ଓ ମହିଳାଙ୍କୁ ଅସଦା ଚରଣ ଘଟଣା,କେନ୍ଦ୍ର ମାନବଧିକାର କମିସନ ନିକଟରେ ମାମଲା ରୁଜୁ

Sunil Chandra Nayak

ଆସନ୍ନ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!