ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଶ୍ରୀଗଣେଶ

ଶ୍ରୀ ଗଣେଶ

    ପ୍ରଶାନ୍ତ କୁମାର ନାଥ

ଜୟ ଜୟ ଗଣନାଥ ଗଉରୀ ନନ୍ଦନ
ତୁମ ଦୟା ଵିନା କାର ନଥାଏଟି ଜ୍ଞାନ
ତୁମେ ପରା ବିଦ୍ୟା ଵୁଦ୍ଧି ବିଶ୍ଵ ଵିଜ୍ଞ ଜନ
ତୁମ ଚରଣରେ ସଦା ରହି ଥାଉ ମନ। 
ଦୁଷ୍ଟ ପିଶାଚ ସରଵେ କରିଥାନ୍ତି ଭୟ
ନିମିଷକେ ସିଦ୍ଧି ହସ୍ତେ କରିପାର ଜୟ
ତୁମରି ଚରଣ କମଳେ ଯେ କରେ ଲୟ
ଦୁଃଖ କଷ୍ଟ ଦୂରିଭୂତ ହୋଇଥାଏ କ୍ଷୟ। 
ଜ୍ଞାନ ର ଭଣ୍ଡାର ପ୍ରଭୁ ତୁମେ ଦୟା ଵନ୍ତ
ଶୋଭା ଦୁଶୁ ଥାଏ ପ୍ରଭୁ ତୁମ ଏକ ଦନ୍ତ
ମୂଷିକ ଵାହେନେ ପ୍ରଭୁ ଦିଶୁଥାଓ ଶାନ୍ତ
ରିଧି ସିଦ୍ଧି ଦୁହିଁଙ୍କର ତୁମେ ପ୍ରଭୁ କାନ୍ତ। 
ତୁମ ଦୟା ବଳେ ପ୍ରଭୁ ସର୍ବ ହୁଏ ସିଦ୍ଧି
ଧନ ଜ୍ଞାନ ମିଳିଥାଏ ଥିଲେ ପୂଜା ଵିଧି
ବିଶ୍ଵ ବ୍ରହ୍ମାଣ୍ଡର ତୁମେ ଜ୍ଞାନର ପରିଧି
ସଂସାରରେ ନାଥ ତୁମେ ଵିଦ୍ୟାର ବାରିଧି। 
ତୁମକୁ ବା ଲଙ୍ଘିବାକୁ କାର ଅଛି ଶକ୍ତି
ତୁମ ଦୟା ବଳେ ପ୍ରଭୁ ନାହିଁ କିଛି ଉକ୍ତି
ତୁମ ଚରଣରେ ସଦା ରଖିଥିଲେ ଭକ୍ତି
ଅଜ୍ଞାନ ତିମିରେ ଏଠି ମିଳିଥାଏ ମୁକ୍ତି। 
ତୁମ ଚରଣରେ ନାଥ କରୁଛି ନମନ
ଦୟା ରଖି ଥାଓ ପ୍ରଭୁ ମୁହିଁ ଅକିଞ୍ଚନ
ଵିଦ୍ୟା ଵୁଦ୍ଧି ନାହିଁ ମୋର ଦୋଷ ଧରିବନି
ତୁମରି ନାମରେ ପ୍ରଭୁ ଧରିଛି ଲେଖନୀ।।

ପ୍ରଶାନ୍ତ କୁମାର ନାଥ

(ଜୁଣଗଡି) ରାଜନଗର କେନ୍ଦ୍ରାପଡ଼ା

Related posts

ପୋଖରୀ ରୁ ଗାଧୋଇବାକୁ ଯାଇ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଅନ୍ତେବାସୀ ଙ୍କ ମୃତ୍ୟୁ

Sunil Chandra Nayak

ଚୋରି ମାମଲାରେ ତିନି ଗିରଫ, କୋର୍ଟ ଚାଲାଣ

Sunil Chandra Nayak

ଟ୍ରକ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ 

Sunil Chandra Nayak

Leave a Comment

error: Content is protected !!