କେତେ ଖୁସି ମୁଁ ସେଦିନ ଥିଲି
ସଫଳା ଦାସ
କଟକ
ବାଦାମବାଡି
ଯେଉଁ ଦିନ ମନେ ତୁମ ଚିତ୍ରପଟ
ନିରବରେ ଦେଖୁଥିଲି
ତୁମରି ଆଖିରେ ଆଖିକୁ ମିଶାଇ
ମନେ ମନେ ଗପୁଥିଲି ।।
ଆଇନା ଦେଖିଲେ ତୁମ ପ୍ରତି ଛବି
ତାରିଫ୍ ନକରେ ଯେତେ
ତୁମ ମନ ଲାଖି ସଜେଇ ହୁଅଇଁ
ଦେଖ କି ନଦେଖ ମୋତେ ।।
ରଂଗତୂଳି ଧରି ଚିତ୍ର ଆଙ୍କି ବସେ
ତୁମ ମୁହଁ ଖାଲି ଦିଶେ
ସେ ମୁହଁ ରେ ଥାଏ ପିରତି ପିଆଲା
ମଳୟ ପରଶ ନେଶେ ।।
ପାହାନ୍ତି ସପନ ଅଥୟ ଏ ମନ
ଅଳସ ନଛାଡୁ ପଛେ
ଝରକା ଫାଙ୍କରେ ଚାହିଁଲା ବେଳକୁ
ତୁମେ ଲୁଚିଯାଅ ପିଛେ ।।