ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଞ୍ଜେଇ ଜବତ, ଜଣେ ଗିରଫ

ନୂଆପଡା: ବେଆଇନ ଭାବେ ଗଞ୍ଜେଇ ବେପାର କରୁଥିବା ଅଭିଯୋଗରେ ଖଡିଆଳ, ସିନାପାଲି ଓ ନୂଆପଡା ଅବକାରୀ ବିଭାଗର ମିଲିତ ଚଡାଉ କରି ୪୦ କେଜି ଗଜେଂଇ ଜବତ କରିବା ସହ ଜଣକୁ ଗିରଫ କରିଛି । ଗିରଫ ଜଣକ ହେଲେ ସିନାପାଲି ଜଗନ୍ନାଥ ପଡାର ମାଧବ ମେହେର ବୋଲି ଜଣାପଡିଛି । ମିଲିଥିବା ସୂଚନା ଅନୁସାରେ ଦୀର୍ଘଦିନ ଧରି ବେଆଇନ୍ ଭାବେ ଗଞ୍ଜେଇ ବେପାର କରୁଥିବା ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ନୂଆପଡା ଙ୍କ ନିର୍ଦ୍ଦେଶ କ୍ରମେ ଖଡ଼ିଆଲ ଅବକାରୀ ଉପ ନିରୀକ୍ଷକ ଡମ୍ଵରୁଧର ହରିଜନଙ୍କ ନେତୃତ୍ୟ ରେ ସିନାପାଲି, ଖଡିଆଳ ଓ ନୂଆପଡ଼ାର ଅବକାରୀ ଟିମ୍ ମିଶି   ସିନାପାଲି ଜଗନ୍ନାଥ ପଡାର ମାଧବ ମେହେରଙ୍କ ଘର ଉପରେ ଚଡଉ କରିବା ସହ ଖାନତଲାସ କରି ଘରୁ ୪୦ କେଜି ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଗଞ୍ଜେଇର ଅନୁମାନିକ ମୁଲ୍ୟ ଲକ୍ଷାଧିକ ଟଙ୍କା ହେବ ବେଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ଅବକାରୀ ବିଭାଗ ଗଞ୍ଜେଇକୁ ଜବତ କରିବା ସହ ମାଧବ ମେହେରଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଥିବା ଅବକାରୀ ଉପ ନିରୀକ୍ଷକ ଡମ୍ଵରୁଧର ହରିଜନ କହିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଙ୍କୁ ଜିଲ୍ଲା ବ୍ୟାପି ଶୁଭେଚ୍ଛା ଓ ଅଭିନନ୍ଦନ ଶ୍ରେୟ

Sunil Chandra Nayak

ସମ୍ବାଦ ସାହିତ୍ୟଘର,ରାଉରକେଲା ଓ ଉତ୍କଳ ନବଜୀବନ ମଣ୍ଡଳର ଆଲୋଚନା ଚକ୍ର ଅନୁଷ୍ଠିତ

ଜଙ୍ଗଲଜମି ପଟ୍ଟା ପ୍ରଦାନ ପାଇଁ କେଗାଁ ରେଞ୍ଜରଙ୍କୁ ଭେଟିଲେ ନକଟିକାନି ଗ୍ରାମବାସୀ

Leave a Comment

error: Content is protected !!