ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ଶିକ୍ଷା ବିଭାଗ ପାଇଁ ସାଂସଦ ପ୍ରତିନିଧି ଭାବେ ଜଗବନ୍ଧୁ ମିଶ୍ର ନିଯୁକ୍ତ

ଧର୍ମଗଡ:୧୨/୦୭/୨୨: କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା କଳାହାଣ୍ଡି ଜିଲ୍ଲାର ଜିଲ୍ଲା ଶିକ୍ଷା ବିଭାଗ ପାଇଁ ସାଂସଦ ପ୍ରତିନିଧି ଭାବରେ ଜଗବନ୍ଧୁ ମିଶ୍ରଙ୍କୁ ନିଯୁକ୍ତି କରିଛନ୍ତି । ଜଣେ ଶିକ୍ଷାବିତ ଙ୍କୁ ସାଂସଦ ପ୍ରତିନିଧି ଭାବେ ମନୋନୀତ କରିଥିବାରୁ ଶିକ୍ଷକ ମହଲରୁ ଶୁଭେଚ୍ଛା ଜ୍ଞାପନ କରା ଯାଇଛି। ଶ୍ରୀ ମିଶ୍ର ୨୦୧୯ ମସିହା ନଭେମ୍ବର ମାସ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାର ଓଷ୍ଟା ସଭାପତି ଥିଲେ । ଏହା ପରେ ସେ ଭାରତୀୟ ଜନତା ପାର୍ଟି ରେ ଯୋଗଦାନ କରିଥିଲେ ଏବଂ ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠରେ ସଦସ୍ଯ ଓ ପରେ ଭାରତୀୟ ଜନତା ପାର୍ଟି ର ଶିକ୍ଷାପ୍ରକୋଷ୍ଠ ର ଆବାହକ ଭାବରେ ମନୋନୀତ ହୋଇ ଥିଲେ। ଆଜି କଳାହାଣ୍ଡି ସାଂସଦ ଶ୍ରୀ ମିଶ୍ରଙ୍କର ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତାକୁ ଦେଖି କଳାହାଣ୍ଡି ଜିଲ୍ଲା ଶିକ୍ଷାବିଭାଗ ପାଇଁ ସାଂସଦ ପ୍ରତିନିଧି ମନୋନୀତ କରିଛନ୍ତି। ତାଙ୍କ ପ୍ରତି ସାଂସଦ ଅସ୍ତା ପ୍ରକଟ କରି ଥିବାରୁ ଶ୍ରୀ ମିଶ୍ର କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ 

Related posts

ଲଘୁଚାପ ଜନିତ ଲଗାଣ ବର୍ଷା,ହାତୀନଦୀରେ ବନ୍ୟା, ଅନେକ ଚାଷଜମି ପାଣି ଘେରରେ, ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଭାବ କଳ୍ପରେ କବି

Sunil Chandra Nayak

ଦୁବୁଲାବେଡାରେ ଦେଶକରମ୍ ଉତ୍ସବ ଧୁମଧାମରେ ପାଳିତ

Sunil Chandra Nayak

Leave a Comment

error: Content is protected !!