ବାଲେଶ୍ଵର,୧୨/୭/୨୨- ବିଦ୍ୟାଳୟର ଏ-୧ ଛାତ୍ରଛାତ୍ରୀ ହେଲେ ସମ୍ବର୍ଦ୍ଧିତ । ସମ୍ବର୍ଦ୍ଧିତ କଲେ ବିଦ୍ୟାଳୟ ସଭାପତି ଓ ସିଆରସିସି । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଭାଟପଡା ଗ୍ରାମରେ ଥିବା ସତ୍ୟଭାମା ଉଚ୍ଚ ବିଦ୍ୟାଳୟର ୫ ଜଣ ଛାତ୍ରଛାତ୍ରୀ ଯଥା ପ୍ରଶାନ୍ତ ପଣ୍ଡା(୫୬୪), ଚନ୍ଦନ ପଣ୍ଡା(୫୬, ଜଗବନ୍ଧୁ ପଲେଇ(୫୫୧), ରାଜନନ୍ଦିନୀ ରାଉତ(୫୬୫) ଓ ବର୍ଷାରାଣୀ ନାଥ(୫୪୦) ଚଳିତ ମେଟ୍ରିକ୍ ପରୀକ୍ଷାରେ ଏ-୧ ପାଇଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଳାକାନ୍ତ ପାଣିଗ୍ରାହୀଙ୍କ ଦ୍ବାରା ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସିଆରସିସି ସୁଶାନ୍ତ କୁମାର ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପିଲାମାନେ ଯେଉଁ ଲକ୍ଷ୍ୟ ନେଇ ଆଗେଇ ଚାଲିଛନ୍ତି ଭବିଷ୍ୟତରେ ତାଙ୍କର ସମସ୍ତ ଆଶା ଆକାଙ୍କ୍ଷା ସଫଳ ହେଉ, ସମାଜରେ ସୁନାମ ଅର୍ଜନ କରନ୍ତୁ ବୋଲି ବକ୍ତବ୍ୟରେ ମଞ୍ଚାସୀନ ଅତିଥିମାନେ କହିଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ମାନେ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ